ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ କବିଙ୍କ ଜୟନ୍ତୀ ପାଳନ

ଜାତୀୟ କବିଙ୍କ ଜୟନ୍ତୀ ପାଳନ

ରାଉରକେଲା : ସହରର ଅଗ୍ରଣୀ ସାହିତ୍ଯ ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଧାମରା ସଂଘ ତା’ର ନିଜସ୍ବ କାର୍ଯ୍ଯାଳୟ ପରିସରରେ ଜାତୀୟ କବି ବାଞ୍ଛାନିଧିଙ୍କ ୧୨୯ତମ ଜନ୍ମ ଜୟନ୍ତୀ ଉପସଭାପତି ଶ୍ରୀବତ୍ସ କୁଅଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ସାଧାରଣ ସଂପାଦକ ଭଗବାନ ରାଉତ ତାଙ୍କ ବକ୍ତବ୍ଯରେ କହିଲେ ପ୍ରାକ୍ ସ୍ବାଧିନତା କାଳରେ ଉତ୍କଳର ଜାତୀୟ ଜୀବନରେ ଦେଖାଦେଇଥିବା ବିପତ୍ତି ବେଳେ କବି ବାଞ୍ଛାନିଧି ଜଣେ ଜାଗ୍ରତ ପ୍ରହରୀର ଭୂମିକା ଗ୍ରହଣ କରିଥିଲେ । ବାଞ୍ଛାନିଧି ଥିଲେ ଗାନ୍ଧିଜୀଙ୍କର ପ୍ରିୟ ଶିଷ୍ଯ,ଗାନ୍ଧିଜୀଙ୍କ କର୍ମଧାରା ଓ ଚିନ୍ତା ଚେତନାରେ ସେ ଥିଲେ ଆନ୍ତରିକ ସମର୍ଥକ ଓ ଗାନ୍ଧଜୀଙ୍କ ନୀତି ଆଦର୍ଶର ପ୍ରଚାର କରିବାରେ ସେ ଅଗ୍ରଦୂତ ସାଜୁଥିଲେ । ଅସହଯୋଗ ଆନ୍ଦୋଳନ ବେଳେ ଗୋପବନ୍ଧୁଙ୍କର ଦକ୍ଷିଣହସ୍ତ ସ୍ବରୂପ ତାଙ୍କୁ ପୂର୍ଣ୍ଣପ୍ରାଣରେ ସହଯୋଗ କରୁଥିଲେ । ସାଂସ୍କୃତିକ ସଂପାଦକ ସୁଶାନ୍ତ ନାୟକ କବିଙ୍କର ସୁନିର୍ବାଚିତ ଓ ଲୋକପ୍ରିୟ କିଛି କବିତା ଆବୃତ୍ତି କରିବା ସହିତ କବିଙ୍କର ଅଗ୍ନୀବର୍ଷି ଜାତୀୟ ସଂଗୀତ କିପରି ଜନତାଙ୍କ ହୃଦୟରେ ଜାତୀୟତା ସୃଷ୍ଟି କରୁଥିଲା ତାହା ବର୍ଣ୍ଣନା କରିଥିଲେ । ଶେଷରେ କାର୍ଯ୍ଯକାରୀ ସଦସ୍ଯ ବଳରାମ ମଲ୍ଲିକ୍ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ଜ୍ଞାନ ରଞ୍ଜନ କର,ବାଳକୃଷ୍ଣ ସ୍ବାଇଁ,ସଂଜୟ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ | 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ: ନୂତନ ମଣ୍ଡି ବଡଘୁମେର ରୁ ଉଠିଲା ଧାନ

masiha

ରାୟଗଡ଼ା ରେ ସମାଜ ସେବୀ ତଥା ସ୍ଵାଧିନତା ସଂଗ୍ରାମୀ ମା ପାର୍ବତୀ ଗିରି ଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

ଶେଷ ହେଲା ଭବାନୀପାଟଣା ବ୍ଲକର କର୍ଲାପଡା ଠାରେ କ୍ଲଷ୍ଟରସ୍ତରୀୟ ଟିଏଲ୍ଏମ୍ ମେଳା

masiha

Leave a Comment

error: Content is protected !!