ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ,  ନୂତନ ରାସନ୍ କାର୍ଡ ବିତରଣ 

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ,  ନୂତନ ରାସନ୍ କାର୍ଡ ବିତରଣ 

ନବରଙ୍ଗପୁର:( ତା୨୪.୪.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ନୂତନ ରାସନ୍ କାର୍ଡ ପ୍ରଦାନ,ଉତ୍ତମ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ଏବଂ ଉତ୍ତମ ପୃଷ୍ଟି ପଞ୍ଚାୟତ କୁ ଅର୍ଥରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ , ଲୋକ ସଭା ସାଂସଦ ପ୍ରତିନିଧି ଜ୍ୟୋତିରଂଜନ କଂସ,ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଯଦୁମଣି ନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ତୃଣମୂଳ ସ୍ତରରେ ଗାଁର ବିକାଶ ଗାଁଲୋକଙ୍କ ଦ୍ୱାରା ଗ୍ରାମସଭାରେ ପାରିତ ବିକାଶ କାର୍ଯ୍ୟକ୍ରମକୁ ପଞ୍ଚାୟତିରାଜ ବ୍ୟବସ୍ଥାରେ ଅଗ୍ରାଧିକାର ଦିଆଯାଇଛି।୧୯୯୨ ମସିହା ଏପ୍ରିଲ ୨୪ ତାରିଖରେ ସମ୍ବିଧାନ ର ୭୩ ତମ ସଂଶୋଧନ ବଳରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଦେଶରେ ପ୍ରବର୍ତ୍ତନ ହୋଇଥିଲା।ଏହି ଆଇନ ପଞ୍ଚାୟତିରାଜ ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣି ଗ୍ରାମ ପଂଚାୟତ,ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସ୍ତରରେ ବ୍ୟାପକ ବିକାଶ କୁ ଗୁରୁତ୍ବ ଦେଇଛି।ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ,ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଏବଂ ପଞ୍ଚାୟତ ସମିତି,ନବରଙ୍ଗପୁର ସୌଜନ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଯୋଗ ଦେଇ ପଞ୍ଚାୟତିରାଜ ବ୍ୟବସ୍ଥାରେ କ୍ଷମତା ର ବିକେନ୍ଦ୍ରୀକରଣ ଓ ନିର୍ବାଚିତ ପ୍ରତିନିଧିଙ୍କ ଓ ସାଧାରଣ ଲୋକଙ୍କ ଭାଗିଦାରୀ କୁ ଉଲ୍ଳେଖ କରି ସାରା ଦେଶରେ ଆଜି ପାଳିତ ହେଉଥିବା ଜାତୀୟ ପଞ୍ଚାୟତି ରାଜ ଦିବସ ପାଳନ ଅବସରରେ ଉପସ୍ଥିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।ରାଜ୍ୟ ସରକାର “ବିକଶିତ ଓଡ଼ିଶା ବିକଶିତ ଭାରତ ” ଲକ୍ଷ୍ୟରେ ଗ୍ରାମ ପଂଚାୟତ,ବ୍ଲକ,ଜିଲ୍ଲା ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇ ସାମଗ୍ରିକ ବିକାଶକୁ ଗୁରୁତ୍ବ ଦେଇଛନ୍ତି ତା ଉପରେ କହିବା ସଙ୍ଗେ ସଙ୍ଗେ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା,ସୁଭଦ୍ରା ଯୋଜନା,ଧାନ ସର୍ବନିମ୍ନ ମୂଲ୍ୟ ବୃଦ୍ଧି ଏବଂ ସବସିଡି ପ୍ରଦାନ ଉପରେ କହିଥିଲେ। ମାନ୍ୟବର ବିଧାୟକ ନବରଙ୍ଗପୁର ନିଜ ବକ୍ତବ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମସ୍ତରରୁ ବିକାଶର ଶିଡି ଆରମ୍ଭ ହୋଇଥାଏ ଏବଂ ପଞ୍ଚାୟତ ସ୍ତରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ ଯୋଗୁଁ ଆଜି ବିକଶିତ ଓଡ଼ିଶା ୨୦୩୬ ର ଲକ୍ଷ୍ୟଧାର୍ଯ୍ୟ କୁ ଆମେ ନିଶ୍ଚୟ ଉପଲବ୍ଧି କରିବା ବୋଲି କହିଥିଲେ। ପୁରୀ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଏଲ ଇ ଡି ସ୍କ୍ରିନ୍ ମାଧ୍ୟମରେ ଉପସ୍ଥିତ ସମସ୍ତେ ଦେଖିଥିଲେ।ଆଜି ଖାଦ୍ୟସୁରକ୍ଷା ରୁ ବଞ୍ଚିତ ରାଜ୍ୟର ୬ ଲକ୍ଷ ହିତାଧିକାରୀଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନର ଶୁଭାରମ୍ଭ ହୋଇଥିଲା। ଇ -କେ ୱାଇ ସି ମାଧ୍ୟମ ରେ ଆବେଦନକାରୀ ପରିବାର ନୂତନ ରାସନ୍ କାର୍ଡ ପାଇପାରିବେ।ଜିଲ୍ଲାରେ ବର୍ତ୍ତମାନ ୧୦,୭୨୦ ନୂତନ ରାସନ୍ କାର୍ଡ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୫୯୯୫ ଜଣ ଆବେଦନ କରିଥିଲେ ଏବଂ ସେଥି ମଧ୍ୟରୁ ୫୫୪ ପରିବାର ୩୪୭ ନୂତନ ରାସନ୍ କାର୍ଡ ପାଇବାକୁ ହକଦାର ହୋଇଛନ୍ତି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ୧୨ ଜଣ ନୂତନ ଭାବେ ରାସନ୍ କାର୍ଡ ପାଇଥିବା ହିତାଧିକାରୀଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ କରିଥିଲେ।ସେଭଳି ୧୦ ଟି ଉତ୍ତମ ପଞ୍ଚାୟତ କୁରାଜେବା,କୁନ୍ଦେ ଇ, ମହୋଣ୍ଡ , ହାତୀଗାଁ, ଭାମନି ,ଡଙ୍ଗରିଗୁଡା , ଚୋଚୋରାଗୁଡା , ବୋରିଗାଁ , ନାକଟିଶିମୁଡ଼ା, ଚନ୍ଦାହାଣ୍ଡି ପଞ୍ଚାୟତକୁ ମୋଟ ୫୯,୯୦,୩୩୩ ଟଙ୍କା ର ପ୍ରୋତ୍ସାହନ ଅର୍ଥରାଶି ପ୍ରଦାନ କରିଥିଲେ। ଉତ୍ତମ ପୃଷ୍ଟି ପଞ୍ଚାୟତ ରୂପେ ଡଙ୍ଗରିଗୁଡା ଗ୍ରାମ ପଂଚାୟତ କୁ ୫୦,୦୦୦ ଟଙ୍କା ର ଅର୍ଥରାଶି ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷଧିକାରୀ ଛତ୍ରପତି ସାହୁ,ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ ମଲ୍ଲିକ,ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରପୌଦୀ କହଁରଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ,ଅଙ୍ଗନବାଡି କର୍ମୀ, ଏସ ଏଚ ଜି ସଭ୍ୟା,ହିତାଧିକାରୀ,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ନବରଙ୍ଗପୁର ଭାରପ୍ରାପ୍ତ ବି ଡି ଓ କ୍ଷୀରୋଦ ସାହୁ କାର୍ଯ୍ୟକ୍ରମର ଆୟୋଜନ ଓ ସଭା ସଞ୍ଚାଳନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଓଡ଼ିଶା ଦିବସ -୨୦୨୫ ପାଳିତ

masiha

ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଜଙ୍ଗଲ ଜମି ଜଵରଦଖଲ ନେଇ ଗ୍ରାମବାସୀଙ୍କ ବିରୋଧ; ଉପଜିଲ୍ଲାପାଳ,ବନଖଣ୍ଡ ଅଧିକାରୀ, ତହସିଲଦାର ଏବଂ ଟାଉନଥାନା ଦ୍ବାରସ୍ଥ ; କାର୍ଯ୍ୟାନୁଷ୍ଠାନ ପାଇଁ ଦାବି 

masiha

ପ୍ରଶାସନ ର ଦ୍ୱାରସ୍ଥ ପରେ ହଂସପଡା ଗ୍ରାମରେ ଦୁର ହେଲା ପାନୀୟ ଜଳ ସମସ୍ୟା

Sunil Chandra Nayak

Leave a Comment

error: Content is protected !!