ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ବିକାଶ ପରିଷଦର ଶପଥ ଗ୍ରହଣ ସମାରୋହ

ଭାରତ ବିକାଶ ପରିଷଦର ଶପଥ ଗ୍ରହଣ ସମାରୋହ

ରାଉରକେଲା: ଓଡ଼ିଶା ପଶ୍ଚିମ ପ୍ରାନ୍ତ ରାଉରକେଲା ଶାଖା ଭାରତ ବିକାଶ ପରିଷଦର ଶପଥ ଗ୍ରହଣ ସମାରୋହ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଅଶୋକ କକ୍କଡଙ୍କ ଆବାହକତ୍ଵ, ଜିତେନ୍ଦ୍ର ପ୍ରସାଦଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ପଶ୍ଚିମ ପ୍ରାନ୍ତ ସମ୍ପାଦକ ଆଇନଜୀବୀ ପ୍ରକାଶ କୁମାର ପଟ୍ଟନାୟକ, ଗୋଦାବରୀଶ ଶତପଥୀ, ବୈଷ୍ଣବ ଚରଣ ମହାପାତ୍ର,ଅନୁପମ ଗୁପ୍ତା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପରିଷଦର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଆଇନଜୀବୀ ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ନିଜ ନିଜ ଭିତରେ ଭାବର ଆଦାନପ୍ରଦାନ ଓ ଭୁଲ ବୁଝାମଣାକୁ ଦୂରେଇ ଏକତ୍ର ଭାବେ ଦେଶର ହିତ ପାଇଁ କାମ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଆସନ୍ତା ୨୦୨୫-୨୬ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଅଶୋକ କକ୍କଡ, ସାଧାରଣ ସମ୍ପାଦକ ଭାବେ ବନ୍ଦିତା ମାହାତୋ, କୋଷାଧ୍ୟକ୍ଷ ଭାବେ ଅସୀମ ଗୁପ୍ତା, ପରିବେଶ ପାଇଁ ପ୍ରଦୀପ କୁମାର ପଟ୍ଟନାୟକ, ମହିଳା ସହଭାଗିତା ପାଇଁ ମଞ୍ଜୁରାଣୀ ମେହେର, ସଂସ୍କାର ପାଇଁ ମଧୁସୂଦନ ମହାପାତ୍ର,ସେବା ପାଇଁ ସ୍ବୀକୃତି ଶୁକ୍ଳା, ସମ୍ପର୍କ ପାଇଁ ଶିବ ପ୍ରସାଦ ତ୍ରିପାଠୀ ଙ୍କୁ ସର୍ବସମ୍ମତିକ୍ରମେ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଦାୟିତ୍ଵ ଗ୍ରହଣ କରିଥିବା ସମସ୍ତ ପଦାଧିକାରୀ ମାନଙ୍କୁ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସମ୍ପାଦକ ଶ୍ରୀ ପଟ୍ଟନାୟକ ଶପଥ ପାଠ କରାଇଥିଲେ। ସଭାପତି ଭାବେ ପୁନଃ ନିଯୁକ୍ତି ପରେ ଶ୍ରୀ କକ୍କଡ ଆତ୍ମନିର୍ଭରଶୀଳ, ବିକଶିତ ଭାରତ ସମ୍ପର୍କରେ, ସାଧାରଣ ସମ୍ପାଦକ ଅନୁଷ୍ଠାନ ପ୍ରତି ପ୍ରତିବଦ୍ଧତା, କୋଷାଧ୍ୟକ୍ଷ ଶ୍ରୀ ଗୁପ୍ତା ସମ୍ପର୍କ, ସହଯୋଗ, ସଂସ୍କାର,ସେବା ଓ ସମର୍ପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଡ଼ା ରଶ୍ମି ରେଖା ଜେନା ବକ୍ତବ୍ୟ ରଖିଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବଶ୍ରୀ ଦୁର୍ଗାପ୍ରସାଦ ଶର୍ମା,ଡା ଆର ସି ମେହେର, ଡ଼ଃ କଲ୍ୟାଣୀ ମିଶ୍ର,ରବି ଦାସ,ଅଞ୍ଜୁ କକ୍କଡ,ରାଧୁ ମିଶ୍ର, ସ୍ନେହଲତା ଗନ୍ତାଘରିଆ ଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ସାଧାରଣ ସମ୍ପାଦିକା ଶ୍ରୀମତୀ ମାହାତୋ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋମନା ବ୍ଲକ ବିଜା ଖମନ ଜଙ୍ଗଳ ରେ  ଭାଲୁ ଆକ୍ରମଣ ରେ ୪ ଜଣ ବନ୍ କର୍ମଚାରୀ ଗୁରୁତର ଆହାତ, ଆହତ ଙ୍କୁ ନୂଆପଡ଼ା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି

Sunil Chandra Nayak

ସରକାର ଦେଲେ ଦ୍ରୁଷ୍ଟି:ପିକ୍ ନିକ୍ ସ୍ଥାନ ହେବ ଆହୁରି ସୁନ୍ଦର

Sunil Chandra Nayak

ଦୁଷ୍କର୍ମ ପୀଡିତାକୁ ନ୍ୟାୟ ଦେବା ପାଇଁ ଜୁନାଗଡ ପୋଲିସ କୁ ଦାବୀପତ୍ର ଦେଲା କଳାହାଣ୍ଡି ବଙ୍କା ସମାଜ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ 

masiha

Leave a Comment

error: Content is protected !!