ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରଙ୍କ ବିକାଶର ଫୋକସରେ ରାଷ୍ଟ୍ରପତିଙ୍କ ଵାଇଦାପୋଷୀ ଗ୍ରାମ ! ବାଇଦାପୋଷୀ ଗ୍ରାମରେ ପ୍ରସ୍ତାବିତ ପ୍ରକଳ୍ପ ନାମରେ ସରକାରୀ ଜମି ଉଚ୍ଛେଦ ନେଇ ଗୃହ ଭଙ୍ଗା ବନ୍ଦ କରିବା ଦାବିରେ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ 

ସରକାରଙ୍କ ବିକାଶର ଫୋକସରେ ରାଷ୍ଟ୍ରପତିଙ୍କ ଵାଇଦାପୋଷୀ ଗ୍ରାମ !

ବାଇଦାପୋଷୀ ଗ୍ରାମରେ ପ୍ରସ୍ତାବିତ ପ୍ରକଳ୍ପ ନାମରେ ସରକାରୀ ଜମି ଉଚ୍ଛେଦ ନେଇ ଗୃହ ଭଙ୍ଗା ବନ୍ଦ କରିବା ଦାବିରେ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ 

 ମୟୂରଭଞ୍ଜ – ୨୫/୦୪ // ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଏବଂ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ଅଂଚଳର ହୋଇଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶରେ ଫୋକସରେ ରାଇରଙ୍ଗପୁର ସହର ।କୋଟି କୋଟି ଟଙ୍କାର ପ୍ରକଳ୍ପ ମଂଞ୍ଜୁର ହେବା ସହ କିଛି ପ୍ରକଳ୍ପ ମଧ୍ୟ ନିର୍ମାଣ ଆରମ୍ଭ ହୋଇଯାଇଛି । ପ୍ରସ୍ତାଵିତ ପ୍ରକଳ୍ପ ପାଇଁ ଜମି ଆବଶ୍ୟକ । କିନ୍ତୁ ଅଧିକାଂଶ ସରକାରୀ ଗୋଚର ଜମି ସବୁ ଜମି ଜବରଦଖଲକାରୀ,ଦଲାଲ ଓ ଭୂମି ମାଫିଆଙ୍କ କବଜାରେ । ସରକାର ମଧ୍ୟ କିଛି ଭୂମିହୀନଙ୍କୁ ୪ ଡିସିମିଲ ସରକାରୀ ଜମି,ଗୃହ, ବିଦ୍ୟୁତ ପାଣି ,ରାସ୍ତା ଦେଇଛି ।ଦିର୍ଘ ବର୍ଷ ହେଲା ସେମାନେ ଘର କରି ରହିଛନ୍ତି ।ଜମି ଆବଶ୍ୟକତା ନେଇ ପ୍ରଶାସନ ତରଫରୁ ଦିର୍ଘ ୨ ମାସ ହେଲା ସରକାରୀ ଜମି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।ବୁଲଡୋଜର ଲଗାଇ ଭାଙ୍ଗି ଦିଆ ଯାଉଛି ଯୁଦ୍ଧକାଳୀନ ଭିତ୍ତିରେ ।ଲୋକ ଵେଘର ହୋଇଗଲେଣି ।ବାଇଦାପୋଷୀ ଗ୍ରାମରେ କୋଟି କୋଟି ଟଙ୍କାର ସ୍ପୋର୍ଟସ କମ୍ପ୍ଲେକ୍ସ, ଷ୍ଟାଡିୟମ, ଛାତ୍ରାବାସ,ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟର ଏବଂ ଖାଦ୍ୟ ଉତ୍ପାଦନ କେନ୍ଦ୍ର ନିର୍ମାଣ ପାଇଁ ଏକର ଏକର ଜମିର ଆବଶ୍ୟକତା ଅଛି । ଏଠାରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପ୍ରଶାସନ ତରଫରୁ ବଳପୂର୍ବକ ଉଛେଦ ନେଇ ଗ୍ରାମବାସୀ ଭୟଭୀତ ଏବଂ ଅନ୍ୟମାନେ ଆଗକୁ ଭଙ୍ଗା ଯିବା ନେଇ ଆଶା ଆଶଙ୍କାରେ ଦିନ ଗଣି ବହୁ ଦୁଃଖ କଷ୍ଟ ଅସନ୍ତୋଷରେ‌ ରହିଛନ୍ତି ।ରନ୍ଧାରନ୍ଧି ,ଚୁଲି ଜଳିବା ଵନ୍ଦ‌ହୋଇଗଲାଣି । ବହୁଲୋକ ବେଗରେ ହୋଇଗଲେଣି ।ଗୋରୁ,ଗାଈ,ଛୁଆପିଲା , ବୁଢ଼ାବୁଢ଼ୀ ମାନେ ବେଶି ପ୍ରଭାବିତ । ସରକାରଙ୍କ ମାତ୍ରାଧିକ ଜନମାରଣ ନୀତି ନେଇ ଆଜି ଶୁକ୍ରବାର ଦି ବାଇଦାପୋଷୀ ଗ୍ରାମର ଶତାଧିକ ଆବାଳ ବୃଦ୍ଧ ବନିତା ଯୁବ ସମାଜସେବୀ ସୁକଦେବ ବେହେରାଙ୍କ ନେତୃତ୍ବରେ ରାଇରଙ୍ଗପୁର ପଣ୍ଡିତ ରଘୁନାଥ ମୁର୍ମୁ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ପାଇଁ ପ୍ରକଳ୍ପ ପାଇଁ ନିହାତି ଆବଶ୍ଯକତା ଠାରୁ ଅଧିକ ଜାଗା ଓ ଗୃହ ନଷ୍ଟ ନ କରିବା ଦାବି ଏବଂ ସବୁ ପ୍ରକଳ୍ପ ବାଇଦାପୋଷୀ ଗ୍ରାମରେ ନ ହୋଇ ଅନ୍ୟ ଓ୍ଵାର୍ଡରେ ହେଉ ବୋଲି ସ୍ଳୋଗାନ ଦେବା ସହ ଢୋ ଢୋ ଖରାରେ ୪୩ ଡିଗ୍ରୀ ତାପମାତ୍ରାରେ ୩ ଘଣ୍ଟାଧରି ବିକ୍ଷୋଭ କରିଥିଲେ ।ପରେ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନଙ୍କୁ ଵାଇଦାପୋଷୀ ଗ୍ରାମ ବାସିନ୍ଦା ପ୍ରାକ୍ତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଁସଦା, ସମାଜସେବୀ ତଥା କାଉନସିଲର ସୁକଦେବ ବେହେରା ପ୍ରମୁଖ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତୁରନ୍ତ ସମ୍ବେଦନଶୀଳ ଘଟଣା ଓ ମାତ୍ରାଧିକ ପ୍ରଶାସନ ତରଫରୁ ଗୃହ ଭଙ୍ଗା କାର୍ଯ୍ୟ ବନ୍ଦ କରିବା ନେଇ ହସ୍ତକ୍ଷେପ କରିବାକୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ପରେ ସେମାନେ ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ଯାଇ ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ ।ସେ ଅସହାୟ କହିଥିଲେ ପ୍ରଶାସନ ସେମାନଙ୍କୁ ପଚାରୁ ନାହାନ୍ତି । ନେତୃବୃନ୍ଦ କହିଥିଲେ ସେମାନେ ବିକାଶ ଓ ପ୍ରକଳ୍ପ ପ୍ରତିଷ୍ଠାର ବାଧକ ନୁହନ୍ତି । ସେମାନଙ୍କ ଦାବି ସବୁ ପ୍ରକଳ୍ପ ଵାଇଦାପୋଷୀ ଗ୍ରାମରେ‌ ନ ହୋଇ ଅନ୍ୟ ୧୪ ଟି ଓ୍ଵାର୍ଡର ସରକାରୀ ଜମିରେ ହେଉ ଆମକୁ ଉଛେଦ ଓ ଵେ ଘର କରା ନ ଯାଉ ଏବଂ ପ୍ରକଳ୍ପ ପାଇଁ ଆବଶ୍ୟକତାଠାରୁ ଅଧିକ ଜମି ଉଚ୍ଛେଦ ନାମରେ ନିରିହ ଆଦିବାସୀ, ଦଳିତ,ପଛୁଆବର୍ଗ, ଅସହାୟ, ଭିନ୍ନକ୍ଷମ,ଭୂମିହୀନଙ୍କୁ ବେଘର କରା ନ ଯାଉ ।ବିକାଶ ନାମରେ ବିନାଶ କରା ନ ଯାଉ ।ତତଲା ଖରାରେ କୁନି କୁନି ଛୁଆ ମାନଙ୍କୁ ମା’ ମାଉସୀ ମାନେ ଖରାରେ ଆସି ଦୁଃଖରେ କାନ୍ଦୁଥିବା, ମୁହଁ ସୁଖାଇଥିବା, ଭୟଭୀତ ଅବସ୍ଥାରେ ଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ବିଂଝାଲ ସମାଜ ଜିଲ୍ଲା ମହାସଭା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ଉତ୍ସବ ଉତ୍ସାହ ୨୦୨୫

Sunil Chandra Nayak

କୋଣାର୍କ ମହୋତ୍ସବରେ ଓମ୍‌ପ୍ରକାଶଙ୍କ ବାଲୁକା କଳା

masiha

Leave a Comment

error: Content is protected !!