ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଚାର୍ଯ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ … ଅମୃତ ଆଲୋକର କବି ଗଙ୍ଗାଧର ଓ ଓଡ଼ିଶାର ଉପେକ୍ଷିତ ନାୟକ ଆଲୋଚନାଚକ୍ର 

ଆଚାର୍ଯ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ …
ଅମୃତ ଆଲୋକର କବି ଗଙ୍ଗାଧର ଓ ଓଡ଼ିଶାର ଉପେକ୍ଷିତ ନାୟକ ଆଲୋଚନାଚକ୍ର 

ରାଉରକେଲା: ସେକ୍ଟର: ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅଷ୍ଟ-ଦିବସୀୟ ଆଚାର୍ଯ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଜିଠୁ ଆରଂଭ ହୋଇଛି। ଉଦଘାଟନୀ ଦିବସରେ ବିଦ୍ୟା ମନ୍ଦିରର ସଭାପତି ମିତ୍ରଭାନୁ ପଣ୍ଡାଙ୍କ ସଭାପତିତ୍ବ, ସମ୍ପାଦକ କରୁଣାକର ପାଟ୍ଟଶାଣୀଙ୍କ ଆବାହକତ୍ଵ ଓ ପ୍ରଧାନଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଓଡ଼ିଶା ପଶ୍ଚିମ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପାତ୍ର ଓ ବିଷୟ ବିଶେଷଜ୍ଞ ଭାବେ ଡ. ଅଶ୍ବିନୀ କୁମାର ରାୟ, ଡ. ପ୍ରଭାତ କୁମାର ମଲ୍ଲିକ ଯୋଗଦେଇ ଥିଲେ। ଗୁରୁମା ଲଳିତା ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି, ସମ୍ପାଦକ ଓ ପ୍ରଧାନଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମର ଆଭିମୁଖ୍ୟ, ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉଦଘାଟକ ଶ୍ରୀ ପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ଡିପ୍ ଷ୍ଟେଟ୍ ଏକ ଆନ୍ତର୍ଜାତୀୟ ଷଡ଼ଯନ୍ତ୍ର; ପ୍ରଭାବଶାଳୀ ଦେଶମାନେ ଛୋଟଛୋଟ ଦେଶ ମଧ୍ୟରେ ଲଢେ଼ଇ କରେଇଦେଇ, ଯୁବସମାଜକୁ ଡ୍ରଗ୍ସ ଯୋଗାଇ ସାରା ବିଶ୍ବକୁ ହାତ ମୁଠାରେ ରଖିବା ପାଇଁ ଲବି ଲଗାଇଛନ୍ତି। ଏଥିପାଇଁ ସେମାନେ ଚାରି ପ୍ରକାର ଲବି ଯଥା: ଫାର୍ମା ଲବି, ଡ୍ରଗ୍ସ ଲବି, କର୍ପୋରେଟ ଲବି, ଆର୍ମି ଲବି ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି। ଏହାକୁ ପ୍ରତିହତ କରିବା ପାଇଁ ଆମେ ସମସ୍ତେ ଏକତ୍ରିତ ହୋଇ ଜନସମାଜକୁ ସଚେତନ କରାଇ ଏହି ଲବିକୁ ବିଫଳ କରିବା ପାଇଁ ପ୍ରୟାସ କରିବା ପାଇଁ ଆହ୍ବାନ ଦେଇଥିଲେ। ବିଷୟ ବିଶେଷଜ୍ଞ ଭାବେ ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ. ରାୟ ଭାରତୀୟ ସଂସ୍କୃତିର ବାବଦୂକ: ଅମୃତ ଆଲୋକର କବି ଗଙ୍ଗାଧରଙ୍କ ସମ୍ପର୍କରେ ଆଲୋଚନା କରି କହିଲେ ଯେ ଗଙ୍ଗାଧର ସମାଜକୁ ସୁଧାର କରିବା ଓ ପାଶ୍ଚାତ୍ୟ ସାହିତ୍ୟକୁ ଅନୁକରଣ ନକରି ସେ ଯେଉଁ ସାହିତ୍ୟ ସୃଷ୍ଟି କରିଛନ୍ତି ତାହା ଅନନ୍ୟ। ତାଙ୍କ ସାହିତ୍ୟରେ ଜୀବନର ପ୍ରତିଛବି, ପ୍ରକୃତିର ମାନବାୟିତ ରୂପ ପ୍ରତିଫଳିତ। ଆଦର୍ଶ ପତ୍ନୀ, ଆଦର୍ଶ ପତି, ଆଦର୍ଶ ରାଜା, ଆଦର୍ଶ ଭାଇ ତଥା ଆଦର୍ଶ ପରିବାର ସହ ସୁସଂସ୍କୃତ ସମାଜର ପରିକଳ୍ପନା, ଜାତୀୟତା ବୋଧ, ଭାଷାପ୍ରୀତି ତାଙ୍କ କାବ୍ୟ କବିତାର ମୌଳିକତା । ଭାରତୀୟ ସଂସ୍କୃତିର ସେ ବାବଦୂକ, ସ୍ତାବକ ଥିଲେ। ସେହିପରି ତୃତୀୟ ଅଧିବେଶନର ବିଷୟ ବିଶେଷଜ୍ଞ ଭାବେ ଅବସରପ୍ରାପ୍ତ ଇତିହାସ ପ୍ରାଧ୍ୟାପକ ଡ. ମଲ୍ଲିକ ଆଲୋଚ୍ୟ ବିଷୟ ଓଡ଼ିଶାର ଉପେକ୍ଷିତ ନାୟକ ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ବକ୍ସି ଜଗବନ୍ଧୁଙ୍କ କଥା ସମସ୍ତେ ଜାଣିଛନ୍ତି; ମାତ୍ର ଅନ୍ୟ ବକ୍ସି ଯଥା ମାହିରା ବକ୍ସି, ରାମ ସିଂ ବକ୍ସି, କୁଜଙ୍ଗ ରାମଦେବ ପାଟ୍ଟଯୋଶୀ, ଅନୁଗୁଳର କୃପାସିନ୍ଧୁ ଗଡ଼ନାୟକ, ସୋମନାଥ ଜଗଦ୍ଦେବ ଭଳି ବହୁ ନାୟକ ଇତିହାସର ଅଳନ୍ଧୁ ଭିତରେ ରହି ଯାଇଛନ୍ତି। ସେହିପରି ରେଜିଆ ସୁଲତାନଙ୍କ ପୂର୍ବରୁ ବହୁ ନାରୀ ବୀରାଙ୍ଗନା ତ୍ରିଭୂବନ ମହାଦେବୀ, ରାଣୀ ରତ୍ନା କୁମାରୀ ତଥା ସ୍ବାଭିମାନୀ ତ୍ରିଲୋଚନ ମହେନ୍ଦ୍ର ବାହାଦୂର, ସ୍ମୃତି ବିଶ୍ବାଳ, କୁଞ୍ଜର ସିଂ, ବିର୍ସା ମୁଣ୍ଡା ଆଦିଙ୍କୁ ଇତିହାସ ପୃଷ୍ଠା ଉଚିତ ସ୍ଥାନ ଓ ସମ୍ମାନ ଦେଇପାରିନାହିଁ। ଜାଲିଆନାୱାଲାବାଗ ଭଳି ଆମକୋ-ସିମକୋକୁ ମଧ୍ୟ ବେଶୀ ପ୍ରଚାର-ପ୍ରସାର କରାଯାଇପାରିନାହିଁ। ଏହା ସହ ସେ ସ୍ଵରାଜ୍ୟ, ସ୍ବଧର୍ମ ଓ ସ୍ବଦେଶ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତିର ଦୀନବନ୍ଧୁ ରଥ, ଦିଲେଶ୍ବରୀ ମହନ୍ତ ଉପସ୍ଥିତ ଥିଲେ। ଷାଠିଏରୁ ଊର୍ଦ୍ଧ୍ବ ଆଚାର୍ଯ୍ୟ-ଆଚାର୍ଯ୍ଯା ଦକ୍ଷତା ବିକାଶ କର୍ମଶାଳାରେ ଭାଗନେଇ ନିଜର ବୌଦ୍ଧିକ ସ୍ତରକୁ ଊର୍ଦ୍ଧ୍ଵାୟିତ କରିପାରିଛନ୍ତି ବୋଲି ଖୁସି ବ୍ଯକ୍ତ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ 

Sunil Chandra Nayak

ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ

Sunil Chandra Nayak

ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!