ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

କାମାକ୍ଷାନଗର (ମନିସ )26/4/25 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜନ୍ତାରିବୋଲ ଗାଁ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରର ପଛପଟୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି କାନପୁରା ପଞ୍ଚାୟତ ଅନ୍ତର୍ଗତ ଏକତାଳି ଗାଁର ସୂର୍ଯ୍ୟକାନ୍ତ ବିଶ୍ୱାଳ। ସୁଚନା ମୁତାବକ ଗତକାଲି ଦିନ ୧୦ ଟା ବେଳକୁ ସୂର୍ଯ୍ୟକାନ୍ତ ସାଇକେଲ ଯୋଗେ କୌଣସି କାମରେ କାମାକ୍ଷାନଗର ଯାଇଥିଲେ। ଦିର୍ଘସମୟଧରି ଘରକୁ ଆଉ ଫେରି ନଥିଲେ ସୁର୍ଯ୍ୟକାନ୍ତ। ପରିବାର ଲୋକେ ବହୁ ଖୋଜା ଖୋଜି ପରେ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କ ମୃତ ଦେହ ଦକ୍ଷତାବିକାଶ କେନ୍ଦ୍ର ପଛପାଖେ ପଡିଥିବାର ଶୁଣିବାକୁ ପାଇଥିଲେ। ଘଟଣାସ୍ଥଳରେ ପରିବାରଲୋକେ ପହଞ୍ଚି ମୃତକ ଜଣକ ମୁହମାଡି ପଡିରହିଥିବା ଦେଖିବାକୁ ପାଇଥିଲେ। ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ଅଧିକ ତଦନ୍ତ ଜାରି ରଖିଛି। ଏପଟେ ଅତ୍ୟଧିକ ଖରା ଯୋଗୁ ଅଂଶୁଘାତରେ ମରିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଳାହାଣ୍ଡି ଉତ୍ସବ ଧର୍ମଗଡ ଠାରେ କବିତା ପାଠୋତ୍ସବ

masiha

ଢଉଗାଁ ରେ ବିଶ୍ୱଶାନ୍ତି ମହାଯଜ୍ଞ 

ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ସ୍କୁଲ କମିଟି ତାଲା ପକାଇଲେ

Leave a Comment

error: Content is protected !!