ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚେପଟିଆମ୍ବ ଘାଟିରେ ଅଟୋ ଓଲଟି ୯ ଆହତ, ୫ ଗୁରୁତ୍ତର 

ଚେପଟିଆମ୍ବ ଘାଟିରେ ଅଟୋ ଓଲଟି ୯ ଆହତ, ୫ ଗୁରୁତ୍ତର 

ଡାବୁଗାଁ, ୩୦/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚେପଟିଆମ୍ବ ଘାଟି ଉପରେ ବୁଧବାର ସନ୍ଧ୍ୟାରେ ଅଟୋ ଓଲଟି ୯ ଜଣ ଆହତ ଓ ୫ ଜଣ ଗୁରୁତ୍ତର ହୋଇଛନ୍ତି | ସୂଚନାଯୋଗ୍ୟ:- ପାପଡାହାଣ୍ଡି ବ୍ଲକ ଅଧୀନ ଚାନ୍ଦିଲି ଗ୍ରାମର ୧୪ ରୁ ୧୫ ଜଣ ଲୋକେ ବୁଧବାର ପୂର୍ବାହ୍ନ ୧୧ ଘ. ସମୟରେ ଏକ ଅଟୋ ଯୋଗେ ଝରିଗାଁ ବ୍ଲକ ଅଧୀନ ମୁଣ୍ଡାପଦର ଗ୍ରାମକୁ ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ | ସେଠାରେ ବିବାହ ଭୋଜି ଖାଇ ସାରି ସନ୍ଧ୍ୟା ରେ ଉକ୍ତ ଅଟୋ ଗାଡିରେ ନିଜ ଘର ଚାନ୍ଦିଲି ଗ୍ରାମକୁ ଫେରୁଥିବା ବେଳେ ଚେପଟିଆମ୍ବ ଘାଟି ଉପରେ ଅଟୋ ଗାଡି ଟି ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା | ଫଳରେ ଗାଡିରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ | ଆହତ ମାନେ ହେଲେ ଚାନ୍ଦିଲି ଗ୍ରାମର ଖଗେଶ୍ଵରୀ ଜାନୀ(୨୨), ଦେବକୀ ଜାନୀ (୬୦), ଦୈତାରୀ ଜାନୀ (୪୫), ଟଭା ଜାନୀ (୩୦), ମଙ୍ଗାଇ ଜାନୀ (୩୫), ରଇମତି ଜାନୀ (୪୦), ମଞ୍ଜୁଳା ଜାନୀ (୧୯), ପରମାନନ୍ଦ ହରିଜନ (୫୦), କମଳା ଜାନୀ (୬୦), ରଦମା ଜାନୀ (୬୫), ହାରାବତୀ ଜାନୀ (୭୦), ମଇନା ଜାନୀ (୭୨), ଲକ୍ଷ୍ମୀ ଜାନୀ (୭୫), ଲାଇବାନ ଜାନୀ (୫୭) | ଆହତ ମାନଙ୍କ ମଧ୍ୟରୁ ରଇମତି ଜାନୀ, ଲାଇବାନ ଜାନୀ, ମଙ୍ଗେଇ ଜାନୀ, ଲକ୍ଷ୍ମୀ ଜାନୀ ଓ ମଞ୍ଜୁଳା ଜାନୀ ଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲାୟନ୍ସ କ୍ଲବ ଅଫ୍ ରାଉରକେଲା ର ପ୍ରତିଷ୍ଠା ଦିବସ ପାଳନ

masiha

କୋଇଡା ତହସିଲ ଅନ୍ତର୍ଗତ ତେନ୍ତୁଳିଡିହି ସ୍କୁଲ ଖେଳ ପଡିଆରେ ପ୍ରୟାନ ଓଡିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ତରଫରୁ ୨୪ ଲକ୍ଷ ଟନ ଲୌହ ଉତ୍ପାଦନ ପ୍ଳାଣ୍ଟ ପାଇଁ ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ 

masiha

ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ

Sunil Chandra Nayak

Leave a Comment

error: Content is protected !!