ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପାଳନ ହେଲା ମା’ ଅମ୍ବିକା ଆଶ୍ରମର ପ୍ରତିଷ୍ଠା ଦିବସ ଓ ଅକ୍ଷୟ ତୃତୀୟା

ପାଳନ ହେଲା ମା’ ଅମ୍ବିକା ଆଶ୍ରମର ପ୍ରତିଷ୍ଠା ଦିବସ ଓ ଅକ୍ଷୟ ତୃତୀୟା

ଖଇରା,୦୧/୫/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁପାରି ସ୍ଥିତ ମା’ ଅମ୍ବିକା ଉଦାସୀନ ଆଶ୍ରମର ପ୍ରତିଷ୍ଠା ଦିବସ ଓ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ଆଶ୍ରମ ପରିସରରେ ପାଳିତ ହୋଇ ଯାଇଛି । ଏକ ବର୍ଣ୍ଣାଢ୍ଯ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉକ୍ତ ଉତ୍ସବ ପାଳିତ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ଓ ଭକ୍ତଙ୍କ ମିଳନ ଉକ୍ତ ସ୍ଥାନର ଶୋଭା ବର୍ଦ୍ଧନ କରିଥିଲା । ପଣ୍ଡିତ ନିରଞ୍ଜନ କର ଯଜ୍ଞ କର୍ମ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ନରେଶ ଅଗ୍ରୱାଲ ଆହୁତି ପ୍ରଦାନ କାର୍ଯ୍ୟ ସମ୍ପନ୍ନ କରିଥିଲେ । ମନ୍ତ୍ର ଧ୍ବନି ଓ ଶଙ୍ଖ ହୁଳହୁଳି ଶବ୍ଦରେ ସମ୍ପୃକ୍ତ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଏଭଳି ପବିତ୍ର ଦିବସରେ ସମ୍ପୃକ୍ତ ଅଞ୍ଚଳର ବହୁ ଭକ୍ତ ମା’ ଙ୍କୁ ଦର୍ଶନ କରିବା ସହିତ ପ୍ରସାଦ ସେଵନ କରି ନିଜକୁ ଧନ୍ୟ ମନେ କରିଥିଲେ । ଆଶ୍ରମର ସଞ୍ଚାଳକ ବାବା ଶୁଭେନ୍ଦୁ ମୁନି ଉଦାସୀନ ଟିକିନିଖି ଭାବେ ସମସ୍ତ କାର୍ଯ୍ୟ ତଦାରଖ କରିବାରେ ବ୍ଯସ୍ତ ଥିଲେ । ପ୍ରକାଶ ଥାଉକି ଗତ ୧୯୭୮ ମସିହା ଅକ୍ଷୟ ତୃତୀୟା ଦିନ ସ୍ବର୍ଗତ ଓଁକାର ମୁନି ଉଦାସୀନ ଉକ୍ତ ଆଶ୍ରମ ପ୍ରତିଷ୍ଠା କରିଥିଲେ ବୋଲି ସଞ୍ଚାଳକ ପ୍ରକାଶ କରିଥିଲେ । ଦୀର୍ଘ ୪୭ ବର୍ଷ ଧରି ଉକ୍ତ ଉତ୍ସବ ପାଳିତ ହୋଇ ଆସୁଅଛି । ଆଶ୍ରମର ଉନ୍ନତି ନିମନ୍ତେ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି ସଞ୍ଚାଳକ । ଏଥିପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ସଦାସର୍ବଦା ସହଯୋଗ କରି ଆସୁଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ସଞ୍ଚାଳକ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

୧୬ ପ୍ରହର ନାମ ଯଜ୍ଞ ମହାସମାରୋହରେ ପାଳିତ

masiha

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଚନ୍ଦନ ଲାଗି ବେଶ

Sunil Chandra Nayak

ତୃତୀୟ ମାଘମଣ୍ଡେଇ ସହ ଉଦଯାପିତ ହେଲା ମାଁ ଖଲିଗଢ଼େନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

Sunil Chandra Nayak

Leave a Comment

error: Content is protected !!