ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତ କୃଷକ ସଭା ପକ୍ଷରୁ ବିଭିନ୍ନ ଦାବି ନେଇ ବିଶ୍ରା ତହସିଲ କାର୍ଯ୍ୟାଳୟ ଘେରାଉ

ଅଖିଳ ଭାରତ କୃଷକ ସଭା ପକ୍ଷରୁ ବିଭିନ୍ନ ଦାବି ନେଇ ବିଶ୍ରା ତହସିଲ କାର୍ଯ୍ୟାଳୟ ଘେରାଉ

ରାଉରକେଲା- ଜଙ୍ଗଲ ଅଧିକାର ଆଇନ୍‌କୁ ବିଶ୍ରା ତହସିଲ ଅଧିନରେ କାର୍ଯ୍ୟକାରୀ କରିବା ସହ ଜମିପଟ୍ଟା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କୁ ଫର୍ମ ‘କ’, ‘ଖ’, ‘ଗ’ ରେ ତୁରନ୍ତ ଜମିପଟ୍ଟା ପ୍ରଦାନ, ପ୍ରତ୍ୟେକ ରାଜସ୍ବ ଗ୍ରାମରେ ଜଙ୍ଗଲ ଅଧିକାର କମିଟି ଗୁଡିକୁ ସକ୍ରିୟ କରିବା ଓ ଚଳଚଞ୍ଚଳ କରିବା, ଭୂମିହୀନଙ୍କୁ ୪ ଡିସିମିଲ ଘରଡିହ ଜମି ଯୋଗ‌ାଇ ଦେବା, ତହସିଲ କାର୍ଯ୍ୟାଳୟରେ ହେଉଥିବା ଦୁର୍ନିତିକୁ ବନ୍ଦ କରିବା ପ୍ରମୁଖ ଦାବି ନେଇ ଆଜି ଅଖିଳ ଭାରତ କୃଷକ ସଭା ବିଶ୍ରା ବ୍ଲକ୍‌ କମିଟି ପକ୍ଷରୁ ବିଶ୍ରା ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପ୍ରାରମ୍ବରେ ଶତାଧିକ ଆଦିବାସୀ, ଚାଷି ମୁଲିଆ ଏକ ଶୋଭାଯାତ୍ରାରେ ବାହାରି ବିଶ୍ରା ବଜାର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ଚାଷି ନେତା ତଥା ଏଆଇକେଏସ୍‌ର ଜିଲ୍ଲା ନେତା ଦଶରୁ କିସାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଆଇଟିୟୁସିର ରାଜ୍ୟ ଉପସଭାପତି ପ୍ରଦୋଶ କୁମାର ମହାନ୍ତି, ଜିଲ୍ଲା ସମ୍ପାଦକ ସଦାନନ୍ଦ ସାହୁ, କୃଷକ ସଭା ନେତା ଜୋନ୍‌ ଆୟୁବ ଜୋଜ, ରେମିଜ ମୁଣ୍ଡା, ଅନୁପମ ଦତ୍ତ, ରୁବେନ୍‌ ଟପ୍ପୋ, ଅଦିବାସୀ ନେତା ନିଶା ମହାନ୍ତି ପ୍ରମୁଖ ବକ୍ତବ୍ୟ ଦେଇ ୨୦୦୬ରେ ଜଙ୍ଗଲ ଜମି ଅଧିକାର ଆଇନ୍‌ ପ୍ରଣୟନ ହୋଇଥାଇ ମଧ୍ୟ ଏହି ଅଧିକାର ଆଇନ୍‌ ବିଶ୍ରା ତହସିଲ କାର୍ଯ୍ୟାଳରେ କାର୍ଯ୍ୟକାରୀ ନହେବା ଦୁଃଖର ବିଷୟ ବୋଲି କହିଥିଲେ। ବହୁ ହିତାଧିକାରୀ କାର୍ଯ୍ୟାଳୟରେ ଆବେଦନ କରିଥ‌ଲେ ମଧ୍ୟ ସେମାନେ ଜମିପଟ୍ଟା ପାଇବାରୁ ବଞ୍ଚିତ। ତେଣୁ ଏହି ଆଇନ୍‌ ବଳରେ ତୁରନ୍ତ ହିତଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରାନଗଲେ ଆଗାମୀ ଦିନରେ କାର୍ଯ୍ୟାଳୟ ଅଚଳ କରି ଦିଆଯିବ ବୋଲି ବକ୍ତାମାନେ କହିଛନ୍ତି। ଆନ୍ଦୋଳନ ସ୍ଥଳକୁ ତହସିଲଦାର ପହଞ୍ଚି ଦାବିପତ୍ର ପୁରଣ କରିବା ସହ ଦାବି ପୁରଣ ପାଇଁ ପ୍ରତିଶୃତି ଦେଇଥିଲେ। ପରେ ଏକ ପ୍ରତିନିଧି ଦଳ ବିଶ୍ରା ବିଡିଓଙ୍କୁ ଭେଟି ବ୍ଲକ୍‌ରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୨୯୮ ଦିବ୍ୟାଙ୍ଗ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା  

masiha

ଗାଁ କୁ ରାସ୍ତା ନାହିଁ, ଦୋଳାରେ ମେଡିକାଲ ଗଲେ ଗର୍ଭବତୀ

masiha

ରାଜାଧୀରାଜ ଦେବରାଜ ପାଠାଗାର ଓ ସାହିତ୍ୟ ଅନୁଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!