ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୈଶାଖୀ ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଧ୍ୟାତ୍ମିକ ଚେତନା ରହିଲେ କାଳଜୟୀ ସାହିତ୍ୟ ସୃଷ୍ଟି ହେବ – ଡ. କାନୁନ୍‌ଗୋ..
ସମୟ ଅନୁସାରେ ଆଧୁନିକତା ବଦଳିଥାଏ –
ଡ. ମହାପାତ୍ର

ବୈଶାଖୀ ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଉରକେଲା: ଆଧ୍ୟାତ୍ମିକ ଚେତନାରୁ ଆମେ ଦୂରେଇ ଯାଉଥିବାରୁ ଓଡ଼ିଆ ସାହିତ୍ୟରେ କାଳଜୟୀ ସାହିତ୍ୟ ସୃଷ୍ଟି ହୋଇପାରୁନାହିଁ। ଆମ ଭାଷା ରଙ୍ଗ ହେଲେ ଆମ ସାହିତ୍ୟ ହେଉଛି ତା’ର ବିବିଧତା ବୋଲି ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଡ. ହରିହର କାନୁନଗୋ ବୈଶାଖୀ ସାହିତ୍ୟ ସଂସଦର ୩୫ତମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି । ରାଉରକେଲା ସହରର ଛେଣ୍ଡ୍ ସ୍ଥିତ ଧାମରା ସଂଘ ପରିସରରେ ବୈଶାଖୀ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ଶଶଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ୩୫ତମ ବାର୍ଷିକ ଉତ୍ସବ ପାଳନ ହୋଇଛି। ଏହି ଅବସରରେ ଉଦ୍ଘାଟକ ଭାବେ ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ସ୍ବର୍ଗତ ବେଣୁଧର ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ବୈଶାଖୀ ସାହିତ୍ୟ ସଂସଦ ସମ୍ପର୍କରେ ଆଲୋଚନା କରି ଏହି ଅନୁଷ୍ଠାନ ଓଡ଼ିଆ ଭାଷା ସାହିତ୍ୟର ବାର୍ତ୍ତାବହ ହେବାକୁ ପରାମର୍ଶ ଦେଇଥିଲେ। ଏଥିରେ ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ଭାଷାବିତ୍ ତଥା ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଓଡ଼ିଆ ଭାଷାର ପ୍ରଫେସର ଡ. ଦେବାଶିଷ ମହାପାତ୍ର ‘ଆଧୁନିକ ସାହିତ୍ୟର ସ୍ଥିତି ଓ ଗତି’ ଶୀର୍ଷକ ଆଲୋଚନାରେ ଯୋଗଦେଇ ଓଡ଼ିଆ ସାହିତ୍ୟରେ ଥିବା ମାଦକତା ଓ ମିଠାପଣକୁ ଅନୁଭବ କରିବା ହେଉଛି ଆଧୁନିକତା ବୋଲି କହିଥିଲେ ସମୟ ଅନୁସାରେ ଆଧୁନିକତା ବଦଳିଥାଏ।ଭାରତର ଅନ୍ୟ ଭାଷା ତୁଳନାରେ ଓଡ଼ିଆ ଭାଷାର ଉତ୍କୃଷ୍ଟ ଭାଷାତତ୍ତ୍ବ ଓ ବ୍ୟାକରଣ ସମ୍ପର୍କରେ ଆଲୋଚନା କରି ନିର୍ଦ୍ଦିଷ୍ଟ କାଳଖଣ୍ଡରେ ଓଡ଼ିଆ ଭାଷାର ଆଧୁନିକତା ଓ ଏହାର ସ୍ଥିତି ଏବଂ ଗତି ଭିନ୍ନ ଭିନ୍ନ ପ୍ରକାର ବୋଲି କହିଥିଲେ । ଉଦଘାଟକ ଭାବେ ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଭାଷା ସାହିତ୍ୟ କୁ ପ୍ରଚାର ପ୍ରସାର କରିବା ଦିଗରେ ଆହ୍ବାନ ଦେଇଥିଲେ । ସଭାପତି ଶଶଧର ପଣ୍ଡା ଅନୁଷ୍ଠାନର ଆଭିମୁଖ୍ୟ ଓ ଭାଷା ସାହିତ୍ୟ ପ୍ରତି ପ୍ରତିବଦ୍ଧତା ତଥା ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ବରିଷ୍ଠ ଶିକ୍ଷାବିତ୍‌ ଡ. କିଶୋରୀ ଦାସ, ଡ. ଉମାକାନ୍ତ ପଣ୍ଡା,ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ପ୍ରାକ୍ତନ ଅଧୀକ୍ଷକ କେଶବ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ଓଡ଼ିଶା ଭାଷା ଓ ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବୈଶାଖୀ ସାରସ୍ବତ ସମ୍ମାନରେ ଡ.ହରିହର କାନୁନଗୋ ,ବୈଶାଖୀ ଭାରତୀ ସମ୍ମାନରେ ଡ. ଦେବାଶିଷ ମହାପାତ୍ର, ବୈଶାଖୀ ସଂସ୍କୃତି ସମ୍ମାନରେ ବାସନ୍ତୀ ପୃଷେଠ୍ ଓ ପୂର୍ଣ୍ଣଚନ୍ଦ୍ର ଜେନା ଏବଂ ବେଣୁଧର ଦାଶ ସ୍ମୃତି ସମ୍ମାନରେ କବି ଉପେନ୍ଦ୍ର ବସ୍ତିଆଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ସଂସଦର ବାର୍ଷିକ ମୁଖପତ୍ର ‘ବୈଶାଖୀ’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସୁଶାନ୍ତ ନାୟକଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମ ଅବସରରେ ସଂସଦର ସାଧାରଣ ସମ୍ପାଦକ ଚନ୍ଦ୍ରଧ୍ବଜ ମାଝି ଅନୁଷ୍ଠାନ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ଶେଷରେ ସଂସଦର ଯୁଗ୍ମ ସଂପାଦିକା ନିରୁପମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ବରିଷ୍ଠ ଲେଖିକା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପୌରହିତ୍ୟ ତଥା ରେବତୀ ବଲ୍ଲଭ ବେହେରା, ଚିନ୍ମୟୀ ପୁରୋହିତ,ସୁଚିସ୍ମିତା ପଣ୍ଡା, ରୀନାରାଣୀ ସ୍ବାଇଁଙ୍କ ସଂଯୋଜନା ରେ କବିତାପାଠ କାର୍ଯ୍ୟକ୍ରମରେ ସହରର କବିମାନେ ସ୍ବରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ବୈଶାଖୀ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସ୍ବର୍ଗତ ବେଣୁଧର ଦାଶଙ୍କ ପରିବାରର ସଦସ୍ୟମାନେ ଯୋଗଦେଇଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଲକସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ପାଳିତ 

masiha

ନବରଙ୍ଗପୁର ପୌର ନିର୍ବାହୀ ଅଧିକାରୀ ଙ୍କୁ ଜିଲ୍ଲା ଖାଉଟି ଅଦାଲତଙ୍କ ନୋଟିସ୍ ଜାରି ଦୋକାନ ଗୃହ ଯୋଗାଣରେ ଅନିୟମିତତା ଅଭିଯୋଗ

masiha

ଲୋକ ନାଥ ପୁର ଶାସନ ଠାରେ ଗୃହ କାର୍ଯ୍ୟ ନିର୍ମାଣ ଧିନ କାର୍ଯ୍ୟ ଚାଲୁ ଥିବା ସମୟ ରେ ଆଜକ୍ସ ଗାଡି ପଲଟି ମହିଳା ଶ୍ରମିକ ମୃତ୍ୟୁ ଜଣେ ଆହତ 

Sunil Chandra Nayak

Leave a Comment

error: Content is protected !!