ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧ – ଢେଙ୍କାନାଳ ସିଭିଲ୍ କୋର୍ଟ ପରିସରରେ ୨ୟ ରାଷ୍ଟ୍ରୀୟଲୋକ ଅଦାଲତ , ୨- ଦନ୍ତା ହାତୀ ଆକ୍ରମଣ

ଢେଙ୍କାନାଳ ସିଭିଲ୍ କୋର୍ଟ ପରିସରରେ ୨ୟ ରାଷ୍ଟ୍ରୀୟଲୋକ ଅଦାଲତ

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଦାଲତରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଣବ କୁମାର ରାଉତରାୟ ଙ୍କ ତତ୍ତ୍ୱାବଧାନରେ ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସର ମଧ୍ୟରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ଏହି ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ଅଦାଲତର ମୋଟ ୨୧୨୭ଟି ମାମଲା ଫଏସଲା କରାଯାଇଅଛି । ସେଥିମଧ୍ୟରୁ ମୋଟର ଦୁର୍ଘଟଣାଜନିତ ୧୬ଟି, ବିବାହ ଏବଂ ପାରିବାରିକ ମାମଲା ୯ଟି, ଦେଓନୀ ମାମଲା ୫୫ଟି, ବିଭିନ୍ନ ପ୍ରକାରର ଫୌଜଦାରୀ ମାମଲା ୨୫୫ଟି, ରାଜସ ମାମଲା ୧୭୯୮ଟି ସମାଧାନ କରାଯାଇଛି ଏବଂ ବ୍ୟାଙ୍କ ମାମଲା ଗୁଡିକ ଆପୋଷ ଭାବରେ ସମାଧାନ କରାଯାଇଛି । ମୋଟର ଦୁର୍ଘଟଣାଜନିତ ପ୍ରାପ୍ୟବାବଦକୁ ଟ.୮୩,୦୫,୦୦୦/- ପ୍ରଦାନ କରାଯାଇଅଛି ଏବଂ ଅନ୍ୟାନ୍ୟ ମାମଲା ଗୁଡିକରେ ଜୋରିମାନା ଓ ବ୍ୟାଙ୍କ ଋଣ ଫଏସଲା ବାବଦକୁ ଟ. ୮୬୮୩୦୦୦ /- ଜିଲ୍ଲାର ସମସ୍ତ ଅଦାଲତ ମାନଙ୍କରେ ଆଦାୟ କରାଯାଇଅଛି ।

ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟଲୋକ ଅଦାଲତରେ ପାରିବାରିକ ଅଦାଲତର ବିପଚାରପତି ଶ୍ରୀ ଦୀପକ କୁମାର, ଅତିରିକ୍ତ ଜିଲ୍ଲାଜଜ୍ ଶ୍ରୀମତି ଅଂଜଳି କୁମାରୀ ପାଢୀ, ମୁଖ୍ୟ ବିଚାରବିଭାଗିୟ ମାଜିଷ୍ଟେଟ୍ର ଶ୍ରୀ ଛାୟାକାନ୍ତ ଦାଶ, ବରିଷ୍ଟ ଦେଓନୀ ବିଚାରପତି ଶ୍ରୀ ଜିବନ କୁମାର ପଟ୍ଟନାୟକ, ବରିଷ୍ଟ ଦେୱାନୀ ଅଦାଲତ (ଏଲ.ଆର.ଓଏଲ୍. ଟି.ଭି) ବିଚାରପତି ମୋନାଲିସା ପଟ୍ଟନାୟକ, ବରିଷ୍ଟ ଦେୱାନୀ ବିଚାରପତି(ମହିଳା ଅଦାଲତ) ଶ୍ରୀମତି ସୁନିତା ରାଉତ, ଅତିରିକ୍ତ ବରିଷ୍ଟ ଦେଓନୀ ବିଚାର ପତି ଶ୍ରୀ ଅରିଜିତ୍ ଦାସ, ଉପଖଣ୍ଡ ବିଚାରବିଭାଗିୟ ମାଜିଷ୍ଟ୍ରେଟ ରେସ୍ମା ଧଳ ବିସୋଇ, ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ସୁଧାଶ୍ରୀ ସୁର୍‌ଝଳିଆ ଓ ସୁପ୍ରାସି ସୋନାଲି ମହାପାତ୍ର, ପ୍ରୀତିୟ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ଦିକ୍ଷା ସେଠ୍ ଓ ଜଙ୍ଗମ ଇଶ୍ବର ବିଭିନ୍ନ ଅଦାଲତ ଗୁଡିକ ପରିଚାଳନାକରିଥିଲେ ।

ଭକ୍ତ ଲୋକ ଅଦାଲତ ରେ, ଅତିରିକ୍ତ ଜିଲ୍ଲାଜଜ୍ ତଥା ପୋକ୍ସ କୋର୍ଟ ଶ୍ରୀ ସୁଶିଲ କୁମାର ସାହୁ, ରେଜିଷ୍ଟ୍ରାର ସିଭିଲକୋର୍ଟ ଶ୍ରୀମତି ସତରୂପା ଶତପଥୀ ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଏବଂ ନିରନ୍ତରଲୋକ ଅଦାଲତର ବିଚାରପତି ଶ୍ରୀ ଶୁଭଙ୍କର ମିଶ୍ର, କନସିଲିଏଟର, ସ୍ୱାୟୀ ଏବଂ ନିରନ୍ତର ଲୋକ ଅଦାଲତ ସୁଭାସିନି ମହାକୁଡ, ସ୍ଥାୟୀ ଏବଂ ନିରନ୍ତରଲୋକ ଅଦାଲତକୁ ପରିଚାଳନା କରିଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ପ୍ୟାନେଲଲୟର, ପି.ଏଲ. ଭି., ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସିଭିଲ୍‌କୋର୍ଟ ର ସମସ୍ତକର୍ମଚାରୀ ଉପରୋକ୍ତ ଲୋକ ଅଦାଲତକୁ ସୁଚାରୂପେ ପରିଚାଳନାକରିବାରେ ସହାୟତା କରିଥିଲେ ।

ଦନ୍ତା ହାତୀ ଆକ୍ରମଣ

ସୁଆଖାଇକାଟେଣି ଗ୍ରା.ପ. ଅସନପାଟିଆ ଗ୍ରମର ଅନଙ୍ଗ କୁମାର ଦାସ . ବୟସ ୪୫ ଆଜି ସଂଧ୍ୟା.୮.୫୦ ସମୟରେ.ଖାଇ ସାରି ହାତ ଧୋଇବା ସମୟରେ ଦନ୍ତା ହାତୀ ଆକ୍ରମଣରେ. ବାମ ହାତ ଓ ବାମଗୋଡ. ଚୁରମାର ହୋଇଯାଇଛି.।

ଫରେଷ୍ଟର ଗାଡିଯୋଗେ.ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି.ଏବଂ ଡାକ୍ତର ପରାମର୍ଶକ୍ରମେ.କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି. ପୁର୍ବ ତନ ସରପଞ୍ଚ ନ୍ରୁସିହଁଚରଣ ମହାଳିକ.ଏବଂ ଗ୍ରମର ଅଜିତ୍ ଦାସ. ଅଶୋକ ଦାସ . ବିଭୁତି ଦାସ. ମଳୟ ପାତ୍ର ଙ୍କ ସହାୟତାରେ ମେଡ଼ିକାଲ ରେ କରାଗଲା। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

Rayagada Truck Accident: Oil Tanker Falls from Bridge After Driver and Cleaner Jump to Safety

masiha

ସାମାଜିକ ବିକାଶ ଦିଗରେ ଶିଳ୍ପାନୁଷ୍ଠାନ ମାନେ ଦାୟିତ୍ୱବାନ ହୁଅନ୍ତୁ

Sunil Chandra Nayak

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଜରୁରୀ ବୈଠକ

Leave a Comment

error: Content is protected !!