ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏତେ ପ୍ରଚାର ଓ ସଚେତନତା ଅଭିଯାନ ପରେ ବି ବାଲ୍ୟ ବିବାହ ଚାଲୁଛି କିନ୍ତୁ ବାଲ୍ୟବିବାହ ରୋକିଲା ପ୍ରଶାସନ

ତେନ୍ତୁଳିଖୁଣ୍ଟି/-୧୭//୦୧/୨୩ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସିନ୍ଧିଗୁଡା ଗ୍ରାମରେ ଆଜି ଏକ ବାଲ୍ୟବିବାହ ଚାଲିଥିବା ନେଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ି ସୂତ୍ରରୁ ଖବର ପାଇ ପହଞ୍ଚି ଥିଲା ପ୍ରଶାସନ ।ବିବାହ କରୁଥିବା ପୁଅକୁ ୨୦ ବର୍ଷ ହୋଇଥିବା ବେଲେ ଝିଅକୁ ମାତ୍ର ୧୨ ବର୍ଷ ହୋଇଥିବା ଜଣାପଡିଥିଲା ।ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା ।ତେବେ ଉଭୟଙ୍କ ପକ୍ଷଙ୍କ ସମ୍ମତିକ୍ରମେ ପ୍ରେମୀଯୁଗଳଙ୍କୁ ଆଜି ବିବାାହ କରାଯାଉଥିଲା ।ଏନେଇ ଖବର ପାଇ ସିନ୍ଧିଗୁଡା ସୁପ ରଭାଇଜର ସବିତା ଉପାସି ଓ କଂଗ୍ରା ସୁପର ଭାଇଜର ସବିତା ମଲ୍ଲିକ ତେନ୍ତୁଳିଖୁଣ୍ଟିପୋଲିସ ଙ୍କ ସହଯୋଗରେ ଚାଲିଥିବା ବାଲ୍ୟ ବିବାହ ବନ୍ଦ କରିବାରେ ସକ୍ଷମ ହୋଇଥିଲେ । ତେନ୍ତୁଳିଖୁଣ୍ଟି ଥାନା ଏସ ଆଇ ସସ୍ମିତା ପୂଜାରୀ ସିଡିପିଓ ସୁରମା ମହାପାତ୍ର ପହଞ୍ଚି ଉଭୟ ପରିବାରଙ୍କୁ ବୁଝେଇଥିଲେ ।ଝିଅର ବିବାହ ବୟସ ହେବା ପର୍ଯ୍ୟନ୍ତ ଉଭୟଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ ।ଏଥିରେ ଉଭୟ ପରିବାର ରାଜି ହେବା ପରେ ପ୍ରସାସନ ପକ୍ଷରୁ ବାଲ୍ୟବିବାହ କୁ ବନ୍ଦ କରାଯାଇଥିଲା ।ବର୍ତ୍ତମାନ ନାବାଳିକା ଜଣକ ନିଜ ପିତା ମାତାଙ୍କ ପାଖରେ ଥିବା ସୂଚନା ମିଳିଛି ।ଏହି ସମୟରେ ତେନ୍ତୁଳିଖୁଣ୍ଟି ସି ଡି ପିଓ ଓ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ । ଏତେ ସବୁ ସଚେତନତା ସତ୍ତ୍ୱେ ବାଲ୍ୟ ବିବାହ ଜାରି ରହୁଥିବା ଉଦବେଗ ର ବିଷୟ। ତିନି ମାସରେ ଏଭଳି ତୃତୀୟ ଘଟଣା ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସିନାପାଲିରେ ପଣା ବଣ୍ଟନରେ ମାନବତାର ସୁଗନ୍ଧ: ଆଦର୍ଶ ଯୁବକ ସଂଘର ଉଦ୍ୟମ ପ୍ରଶଂସନୀୟ

Sunil Chandra Nayak

କୋଇଡାରେ ସିଆଇଟିୟୂ ଆନୁକୁଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ 

masiha

ବନ୍ଧୁଗାଁରେ ଗଡ଼ିଲା ‘ସୁଭଦ୍ରା’ ରଥ ପତାକା ଦେଖାଇ ଶୁଭାରମ୍ଭ କଲେ ବିଡ଼ିଓ 

masiha

Leave a Comment

error: Content is protected !!