ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାମରା ସଂଘରେ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଜୟନ୍ତୀ ପାଳନ

ରାଉରକେଲା/ଦେଶ ଯେତେବେଳେ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଥାଏ ଠିକ୍ ସେହି ସମୟରେ ଜଣେ ଜଣେ ଯୁଗ ପୁରୁଷମାନେ ଜନ୍ମ ନେଇ ଥାନ୍ତି। ବିପ୍ଳବୀ ତଥା ଜାତୀୟ କବି ବାଞ୍ଛାନିଧି ମହାନ୍ତି ଜଣେ ସେହିପରି ଯୁଗ ପୁରୁଷ ଥିଲେ। ଯାହାଙ୍କର କଠୋର ପରିଶ୍ରମ ଦୃଢ଼ ନେତୃତ୍ୱ ସାରା ଓଡ଼ିଶାରେ ଇଂରେଜ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା,ଇରମ ଗୁଳିକାଣ୍ଡ ତାହାର ଜ୍ବଳନ୍ତ ଉଦାହରଣ। ଏହାଥିଲା ବକ୍ତା ଅକ୍ଷୟ କୁମାର ଦାସଙ୍କ ବକ୍ତବ୍ୟ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁ ଜାତୀୟ କବିଙ୍କର ମାତ୍ର୪୧ ବର୍ଷର ଜୀବନ ମଧ୍ୟରେ କର୍ମମୟ ଜୀବନ ଥିଲା କୋଡ଼ିଏ ବର୍ଷ । କିନ୍ତୁ ଏହାରି ମଧ୍ୟରେ ସେ ଭେଟିଥିଲେ ଭାରତର ଉତୁଙ୍ଗ ନେତା ମାନଙ୍କୁ। ସେଇମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ଯୋଗଦାନ କରିଥିଲେ, ଅନ୍ୟତମ ବକ୍ତା ଶମ୍ଭୁନାଥ ପରିଡ଼ା ତାଙ୍କ ଜୀବନରେ ଅନେକ ଅନାଲୋଚିତ ଘଟଣା ଉପରେ ଆଲୋକପାତ କରିଥିଲେ। ଉପସଭାପତି ନିତ୍ୟାନନ୍ଦ ବିଶ୍ବାଳ ସଭାପତିତ୍ବ ଅଭିଭାଷଣ ଦେଇଥିଲା ବେଳେ କବି ସୁଶାନ୍ତ କୁମାର ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଘ ଅନ୍ୟତମ ସମ୍ପାଦକ ଅମୁଲ୍ୟ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଳକୃଷ୍ଣ ସ୍ବାଇଁ, ସଞ୍ଜୟ ସିଂ, ଶ୍ରୀପତି ଶୁକ୍ଳା, ଆଲୋକ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବାଣପୁର ରେ ଅକ୍ଷୟ ତୃତୀୟାରେ ବ୍ଲକ ସ୍ତରୀୟ କୃଷକ ଦିବସ, ଅଖି ମୁଠି ଅନୁକୂଳ କଲେ କୃଷି ଆତ୍ମାର ଅଧ୍ୟକ୍ଷ 

Sunil Chandra Nayak

୧- କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ,୨- ଗାଁ ନିକଟ ତେନ୍ତୁଳି ଗଛ ରେ  ଝୁଲନ୍ତା ମୃତଦେହ ଉଦ୍ଧାର , ୩- ତିନି ଦିନିଆ ଶ୍ରୀ ଗୁରୁଙ୍କ ଜନ୍ମ ଉତ୍ସବ ଓ ନାମ ଆରମ୍ଭ ପୂଜା 

masiha

ବିଷ ଖାଇ ମରିଗଲେ ଏଗାର ମେଣ୍ଢା

Sunil Chandra Nayak

Leave a Comment

error: Content is protected !!