ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ପତ୍ରକାର ସଂଘ କାର୍ଯ୍ୟକାରିଣୀ ବୈଠକ

ଯୁବ ପତ୍ରକାର ସଂଘ କାର୍ଯ୍ୟକାରିଣୀ ବୈଠକ

ପାଟଣାଗଡ ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ସଂଘ ସଭାପତି କରୁଣାକର ବୁଡେକ ଙ୍କ ସଭାପତିତ୍ବରେ ମୁଣ୍ଡୋମହୁଲ ଗାଁରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘ ର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିବା ବେଳେ ସଂଘ ର ନିତି ନିୟମ କୁ ସଦୂଢ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ବୈଠକ ରେ ସଂଘ ର ସମସ୍ତ ସଦସ୍ୟ କର୍ମକର୍ତ୍ତାମାନେ କିପରି ଯୋଗଦେବେ ସେନେଇ ଦୃଢୋକ୍ତି ପ୍ରକାଶ ପାଇଥିଲା। ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେବାକୁ ସଭାପତି ଶ୍ରୀବୁଡେକ ପରାମର୍ଶ ଦେଉଥିଲେ। ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ପରିଚାଳନା କମିଟି ପୁନଃ ଗଠନ , ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଆସନ୍ତା ୧୬ ରେ ସଂଘ ଏକ ବୈଠକ ବସିବାକୁ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସଂଘ ର ନିତି ନିୟମ କୁ ଉଲଘଂନ ନ କରି ଖବର ସଂଗ୍ରହ କରି ପ୍ରକାଶ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା। ଏଥିରେ ମୂଖ୍ୟ ଉପଦେଷ୍ଟା ଜଗଦୀଶ ଭୋଇ, କୋଷାଧକ୍ଷ ,ଘନ ଭୁଏ, ଲଲିତ ମଲ୍ଲିକ,ସହ ସଂପାଦକ ଗୁଣନିଧି ପୁଟେଲ, ଫକୀର ପୁଟେଲ, ମନୋଜ ଧରୁଆ, ଗୌରୀଶଙ୍କର ବରିହା, ଘନ ବରିହା, ରଘୁନାଥ ରଣା, ଶେଷଦେବ ସିଂ ନାଏକ ଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଲଲିତ ମଲ୍ଲିକ ସଭା ପରିଚାଳନା କରିଥିବା ବେଳେ ଉପସଭାପତି ଗୋରେଖନାଥ ବରିହା ଧନ୍ୟବାଦ ଅର୍ପଣ କରିଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

କୋକସରା ଡୋକରୀଚଞ୍ଚରା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟର ଭୂମି ପୂଜନ

masiha

ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ: ସର୍ଚ୍ଚ ଅପରେସନ ଜାରୀ

masiha

ଜାରି ରହିଛି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କଳାବ୍ଯାଜ୍ ଧାରଣ

masiha

Leave a Comment

error: Content is protected !!