ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

 ମୟୂରଭଞ୍ଜ – ୧୨/୦୫ // ସାନ୍ତାଳୀ ଲିପିର ପ୍ରବର୍ତ୍ତକ ଗୁରୁ ଗୋମକେ ରଘୁନାଥ ମୁର୍ମୁଙ୍କର ଜୟନ୍ତୀ ଅବସରରେ ବିଜାତଳା ବ୍ଲକ ମାଣିକପୁର ଆହାରଟୋଲାଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା  l ପ୍ରଥମେ ସାନ୍ତାଳୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା l ପଣ୍ଡିତ ରଘୁନାଥ ମୁର୍ମୁ ୟୁଥ କ୍ଲବର କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ପଣ୍ଡିତ ରଘୁନାଥ ମୁର୍ମୁ ୟୁଥ କ୍ଳବର ସଭାପତି ଶଶାଙ୍କ ଶେଖର ବାସ୍କେ, ସମ୍ପାଦକ ଧନେଶ୍ୱର ମୁର୍ମୁ, ଉପସଭାପତି ଜ୍ଞାନେଶ୍ୱର ବାସ୍କେ, ଯୁଗ୍ମ ସମ୍ପାଦକ ରାଜେନ୍ଦ୍ରନାଥ ମାରାଣ୍ଡି ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ l ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଜାତଳା ବ୍ଲକ ବିଜେଡି ସଭାପତି ମାଝୀଆରାମ ଟୁଡୁ, ମାଣିକପୁର ପଞ୍ଚାୟତ ର ସମିତି ସଭ୍ୟା ରୁପିମଣି ଟୁଡୁ,ଅତିଥି ରୂପେ ଯୋଗ ଦେଇଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରେଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Sunil Chandra Nayak

ଜିଲ୍ଲା ମଙ୍ଗଳ ବିଭାଗରେ ଚରମ ଅବହେଳା,ରହିବା ଗୃହ ନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶିକ୍ଷକ

masiha

ସୁନ୍ଦରଗଡରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

Sunil Chandra Nayak

Leave a Comment

error: Content is protected !!