ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

 ମୟୂରଭଞ୍ଜ – ୧୨/୦୫ // ସାନ୍ତାଳୀ ଲିପିର ପ୍ରବର୍ତ୍ତକ ଗୁରୁ ଗୋମକେ ରଘୁନାଥ ମୁର୍ମୁଙ୍କର ଜୟନ୍ତୀ ଅବସରରେ ବିଜାତଳା ବ୍ଲକ ମାଣିକପୁର ଆହାରଟୋଲାଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା  l ପ୍ରଥମେ ସାନ୍ତାଳୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା l ପଣ୍ଡିତ ରଘୁନାଥ ମୁର୍ମୁ ୟୁଥ କ୍ଲବର କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ପଣ୍ଡିତ ରଘୁନାଥ ମୁର୍ମୁ ୟୁଥ କ୍ଳବର ସଭାପତି ଶଶାଙ୍କ ଶେଖର ବାସ୍କେ, ସମ୍ପାଦକ ଧନେଶ୍ୱର ମୁର୍ମୁ, ଉପସଭାପତି ଜ୍ଞାନେଶ୍ୱର ବାସ୍କେ, ଯୁଗ୍ମ ସମ୍ପାଦକ ରାଜେନ୍ଦ୍ରନାଥ ମାରାଣ୍ଡି ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ l ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଜାତଳା ବ୍ଲକ ବିଜେଡି ସଭାପତି ମାଝୀଆରାମ ଟୁଡୁ, ମାଣିକପୁର ପଞ୍ଚାୟତ ର ସମିତି ସଭ୍ୟା ରୁପିମଣି ଟୁଡୁ,ଅତିଥି ରୂପେ ଯୋଗ ଦେଇଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କୁଳିଦା ପଞ୍ଚାୟତରେ ଇଡ଼କୋର ଜମି ଅଧିଗ୍ରହଣ ଜନଶୁଣାଣି ଶିବିରକୁ ପଞ୍ଚାୟତବାସୀଙ୍କ ତୀବ୍ର ବିରୋଧ

masiha

ବୈକୁଣ୍ଠ ଘାଟରେ ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନା ଅନୁଯାୟୀ ଛେଣ୍ଡରେ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!