ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

 ମୟୂରଭଞ୍ଜ – ୧୨/୦୫ // ସାନ୍ତାଳୀ ଲିପିର ପ୍ରବର୍ତ୍ତକ ଗୁରୁ ଗୋମକେ ରଘୁନାଥ ମୁର୍ମୁଙ୍କର ଜୟନ୍ତୀ ଅବସରରେ ବିଜାତଳା ବ୍ଲକ ମାଣିକପୁର ଆହାରଟୋଲାଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା  l ପ୍ରଥମେ ସାନ୍ତାଳୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା l ପଣ୍ଡିତ ରଘୁନାଥ ମୁର୍ମୁ ୟୁଥ କ୍ଲବର କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ପଣ୍ଡିତ ରଘୁନାଥ ମୁର୍ମୁ ୟୁଥ କ୍ଳବର ସଭାପତି ଶଶାଙ୍କ ଶେଖର ବାସ୍କେ, ସମ୍ପାଦକ ଧନେଶ୍ୱର ମୁର୍ମୁ, ଉପସଭାପତି ଜ୍ଞାନେଶ୍ୱର ବାସ୍କେ, ଯୁଗ୍ମ ସମ୍ପାଦକ ରାଜେନ୍ଦ୍ରନାଥ ମାରାଣ୍ଡି ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ l ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଜାତଳା ବ୍ଲକ ବିଜେଡି ସଭାପତି ମାଝୀଆରାମ ଟୁଡୁ, ମାଣିକପୁର ପଞ୍ଚାୟତ ର ସମିତି ସଭ୍ୟା ରୁପିମଣି ଟୁଡୁ,ଅତିଥି ରୂପେ ଯୋଗ ଦେଇଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କିସ୍ ଛାତ୍ରୀ ମାନଙ୍କ ଦ୍ୱାରା ସମୂହ ” ବନ୍ଦେ ମାତରମ୍ ” ଗୀତ ଗାନ 

Sunil Chandra Nayak

ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର 

Sunil Chandra Nayak

ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ରଞ୍ଜୁଲତା

masiha

Leave a Comment

error: Content is protected !!