ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ୱାଦଶ ବାଣିଜ୍ଯରେ ଧର୍ମଗଡ଼ର ଝିଅ ତନିସା ବଂଶଲ କଳାହାଣ୍ଡି ଟପ୍ପର

ଚଳିତ ୨୦୨୩ ବର୍ଷର ଦ୍ୱାଦଶ (ଉଚ୍ଚ ମାଧ୍ୟମିକ) ବାଣିଜ୍ଯ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଧର୍ମଗଡ଼ର ଝିଅ ତନିସା ବଂଶଲ ସାରା କଳାହାଣ୍ଡିରେ ଟପ୍ପର ହେଇଛନ୍ତି। ଧର୍ମଗଡ ସ୍ଥିତ ବ୍ୟବସାୟୀ ବିଜେଶ ଅଗ୍ରୱାଲ ଓ ସୀମା ଅଗ୍ରୱାଲଙ୍କ ଝିଅ ତନିସା ଭବାନୀପାଟଣା ସ୍ଥିତ ବିକାଶ ଜୁନିଅର କଲେଜରେ ପଢୁଥିଲେ। ଚଳିତ ବର୍ଷ ପରୀକ୍ଷାରେ ସେ ୬୦୦ରୁ ୫୫୬ ମାର୍କ ରଖି କଳାହାଣ୍ଡି ଟପ୍ପର ହେଇଛନ୍ତି। ପିଲାଦିନରୁ ମେଧାବୀ ତନିସା ଆଗକୁ ପ୍ରଶାସନିକ ସେବାରେ ଯୋଗଦେବାକୁ ଲକ୍ଷ୍ୟ ରଖିଥିବା ପ୍ରତିକ୍ରିୟା ଦେଇଛନ୍ତି। କଠିନ ପରିଶ୍ରମ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦିଗଦର୍ଶନ ତଥା ଗୁରୁଜନଙ୍କ ଆଶୀର୍ବାଦ ଯୋଗୁଁ ସେ ଏହି ସଫଳତା ପାଇଥିବା କହିଛନ୍ତି। ତାଙ୍କର ଏହି ସଫଳତାରେ ତାଙ୍କ ଭାଇ କେଶବ ବଂଶଲ, ପରିବାରବର୍ଗ, ବନ୍ଧୁବାନ୍ଧବ ତଥା ଅଞ୍ଚଳବାସୀ ଆନନ୍ଦ ପ୍ରକଟ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନାଉଗାଁ ଫେଷ୍ଟିଭାଲ -୨୦୨୫ରେ ସମ୍ବର୍ଦ୍ଧିତ ହେଲେ ସାହିତ୍ୟିକା ଛବିରାଣୀ ପତି

masiha

ଅବହେଳିତ ସମାଜ ଏବଂ ଓଡ଼ିଆ ସାହିତ୍ୟ ଶୀର୍ଷକ ଆଲୋଚନା ଚକ୍ର

masiha

ସମାଜ ସେବିକା ଯୋଷ୍ନା ବାଳା ମହାନ୍ତି ଙ୍କ ପୁଣ୍ୟ ତିଥି ପାଳିତ 

Sunil Chandra Nayak

Leave a Comment

error: Content is protected !!