ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ୱାଦଶ ବାଣିଜ୍ଯରେ ଧର୍ମଗଡ଼ର ଝିଅ ତନିସା ବଂଶଲ କଳାହାଣ୍ଡି ଟପ୍ପର

ଚଳିତ ୨୦୨୩ ବର୍ଷର ଦ୍ୱାଦଶ (ଉଚ୍ଚ ମାଧ୍ୟମିକ) ବାଣିଜ୍ଯ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଧର୍ମଗଡ଼ର ଝିଅ ତନିସା ବଂଶଲ ସାରା କଳାହାଣ୍ଡିରେ ଟପ୍ପର ହେଇଛନ୍ତି। ଧର୍ମଗଡ ସ୍ଥିତ ବ୍ୟବସାୟୀ ବିଜେଶ ଅଗ୍ରୱାଲ ଓ ସୀମା ଅଗ୍ରୱାଲଙ୍କ ଝିଅ ତନିସା ଭବାନୀପାଟଣା ସ୍ଥିତ ବିକାଶ ଜୁନିଅର କଲେଜରେ ପଢୁଥିଲେ। ଚଳିତ ବର୍ଷ ପରୀକ୍ଷାରେ ସେ ୬୦୦ରୁ ୫୫୬ ମାର୍କ ରଖି କଳାହାଣ୍ଡି ଟପ୍ପର ହେଇଛନ୍ତି। ପିଲାଦିନରୁ ମେଧାବୀ ତନିସା ଆଗକୁ ପ୍ରଶାସନିକ ସେବାରେ ଯୋଗଦେବାକୁ ଲକ୍ଷ୍ୟ ରଖିଥିବା ପ୍ରତିକ୍ରିୟା ଦେଇଛନ୍ତି। କଠିନ ପରିଶ୍ରମ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦିଗଦର୍ଶନ ତଥା ଗୁରୁଜନଙ୍କ ଆଶୀର୍ବାଦ ଯୋଗୁଁ ସେ ଏହି ସଫଳତା ପାଇଥିବା କହିଛନ୍ତି। ତାଙ୍କର ଏହି ସଫଳତାରେ ତାଙ୍କ ଭାଇ କେଶବ ବଂଶଲ, ପରିବାରବର୍ଗ, ବନ୍ଧୁବାନ୍ଧବ ତଥା ଅଞ୍ଚଳବାସୀ ଆନନ୍ଦ ପ୍ରକଟ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କଟକ ସଦର ମାଟିର ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସେବାକାର୍ଯ୍ୟ 

Sunil Chandra Nayak

ବିଶ୍ଵ ହିନ୍ଦୁ ପରିଷଦ ର ରାମ ଙ୍କ ଜନ୍ମ ଉତ୍ସବ ପାଳନ

masiha

ନିମ୍ନମାନର କାମ ବର୍ଷାରେ ଭୁଷୁଡ଼ି ପଡ଼ିଲା ରାସ୍ତାର ସୁରକ୍ଷା ବାଡ଼, ତଦନ୍ତ ପାଇଁ ଦାବି

Leave a Comment

error: Content is protected !!