ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଞ୍ଚଳବାସୀଙ୍କ ଦାବି ପୂରଣ ହେଲା , ଆସନ୍ତା ୪ ତାରିଖରୁ ଲାଞ୍ଜିଗଡ଼ରୋଡ଼ରେ ରହିବ ଭୁବନେଶ୍ବର-ଜୁନାଗଡ଼ରୋଡ଼ ଏକ୍ସପ୍ରେସ୍ ଟ୍ରେନ୍

ଭବାନୀପାଟଣା,୩୧/୦୫-ମହାମାରୀ କରୋନା ସମୟରୁ ବନ୍ଦ ଥିବା ରହଣୀସ୍ଥଳ ଲାଞ୍ଜିଗଡ଼ରୋଡ଼ ରେଳ ଜଙ୍କସନରେ ପୁଣିଥରେ ରହଣୀ କରିବ ଭୁବନେଶ୍ବର-ଜୁନାଗଡ଼ ଓ ଜୁନାଗଡ଼ରୋଡ଼- ଭୁବନେଶ୍ବର ଏକ୍ସପ୍ରେସ୍ ଟ୍ରେନ୍ ! ଜଣେ ନିଃସ୍ବାର୍ଥପର ସମାଜସେବୀ ଓ ଯୁବସାମ୍ବାଦିକ ସୁଶୀଲ କୁମାର ବାଗଙ୍କ ନିରନ୍ତର ଉଦ୍ୟମ ଶେଷରେ ଫଳବତୀ ହୋଇଛି ! ଆଜି ଏନେଇ ନିର୍ଦ୍ଦେଶନାମା ଜାରି ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବାବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ରେଳ ମନ୍ତ୍ରଣାଳୟ ସମେତ ରାଜ୍ୟସଭା ସାଂସଦ ସୁଜିତ କୁମାର, ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ପ୍ରମୁଖଙ୍କୁ ଶ୍ରୀ ବାଗ ଧନ୍ୟବାଦ ଜଣାଇବା ସହିତ ଏହାର ସମସ୍ତ ଶ୍ରେୟ ଲାଞ୍ଜିଗଡ଼ରୋଡ଼ ଅଞ୍ଚଳବାସୀଙ୍କର ବୋଲି କହିଛନ୍ତି !ପ ସୂଚନାଯୋଗ୍ୟ, ପୂର୍ବତଟ ରେଳପଥ ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ରୋଡ଼ରୁ ଭୁବନେଶ୍ବରକୁ ସଂଯୋଗ କରୁଥିବା ଏକ୍ସପ୍ରେସ୍ ଟ୍ରେନ୍ କରୋନାର ଭୟାବହତା କମିବା ପରେ ଚଳାଚଳ କଲା ସତ କିନ୍ତୁ ଜିଲ୍ଲାର ଜୁନାଗଡ଼ ଓ ଭବାନୀପାଟଣା ଷ୍ଟେସନକୁ ଛାଡ଼ିଦେଲେ କୁଟ୍ରୁଖମାର, ଦେପୁର ଓ ରାମଚନ୍ଦ୍ରପୁର ପାସେଞ୍ଜର ହଲ୍ଟ ସମେତ ଗୁରୁତ୍ବପୂର୍ଣ୍ଣ ଲାଞ୍ଜିଗଡ଼ ରୋଡ଼ ରେଳ ଜଙ୍କସନରେ ମଧ୍ୟ ରହଣୀ ବନ୍ଦ ହୋଇଗଲା ! ଏଥିଯୋଗୁଁ ଯାତ୍ରୀମାନେ ବେଶ୍ ହଇରାଣ ହେଉଥିବାବେଳେ ଅଞ୍ଚଳବାସୀଙ୍କ ଏଇ ସମସ୍ୟାକୁ ନେଇ ଜିଲ୍ଲାର ଜଣେ ଯୁବସାମ୍ବାଦିକ ଓ ଆଗଧାଡ଼ିର ସମାଜସେବୀ ସୁଶୀଲ କୁମାର ବାଗ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ରେଳ ମନ୍ତ୍ରଣାଳୟକୁ ଏକାଧିକ ଥର ଚିଠି ଲେଖିବା ସହିତ ବାରମ୍ବାର ଟ୍ବିଟର ଜରିଆରେ ଦ୍ରୁଷ୍ଟି ଆକର୍ଷଣ କରିଥିଲେ ! ସେହିପରି ରାଜ୍ୟସଭା ସାଂସଦ ଓ ଲୋକସଭା ସାଂସଦଙ୍କୁ ମଧ୍ୟ ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ବାଗ ନିବେଦନ କରିଥିଲେ ! ଏହା ପରେପରେ ଜନପ୍ରତିନିଧିମାନେ ମଧ୍ୟ ବିଭିନ୍ନ ସମୟରେ ଏଇ ଟ୍ରେନ ରହଣୀକୁ ନେଇ ଦାବି କରିଥିବା ଜଣାଯାଏ ! ପ୍ରାୟ ଏକବର୍ଷର ଦାବି ଓ ଅଭିଯୋଗ ପରେ ଶେଷରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିଜର ନିଷ୍ପତ୍ତି ବଦଳାଇବା ସହିତ ଜିଲ୍ଲାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ ଲାଞ୍ଜିଗଡ଼ରୋଡ଼ରେ ଜୁନାଗଡ଼ ରୋଡ଼- ଭୁବନେଶ୍ବର ଓ ଭୁବନେଶ୍ବର-ଜୁନାଗଡ଼ରୋଡ଼ ଏକ୍ସପ୍ରେସ୍ ଟ୍ରେନ ରହଣୀ କରିବାକୁ ନିର୍ଦ୍ଦେଶ ଜାରି କରିଛି ! ଏଇ ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ୪ ତାରିଖରୁ ଭୁବନେଶ୍ବର-ଜୁନାଗଡ଼ରୋଡ଼ ଓ ତାର ଦିନକ ପରେ ୪ ତାରିଖରୁ ଜୁନାଗଡ଼ରୋଡ-ଭୁବନେଶ୍ବର ଏକ୍ସପ୍ରେସ୍ ଟ୍ରେନ ରହଣୀ ଲାଞ୍ଜିଗଡ଼ରୋଡ଼ ରେଳ ଜଙ୍କସନରେ ରହଣୀ କରିବ ବୋଲି ରେଳ ବିଭାଗ ସୂତ୍ରରୁ ଜଣାପଡ଼ିଛି !

 

Related posts

ଗୋଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହନୁମାନ ଜୟନ୍ତୀ ପାଳିତ 

Sunil Chandra Nayak

ଏରଞ୍ଚ ମା’ ଦକ୍ଷୀଣେଶ୍ବରୀ ମନ୍ଦିର ପୀଠରେ ବୃକ୍ଷରୋପଣ

Sunil Chandra Nayak

ଏବିଭିପି ତରଫରୁ ମକ୍ ଡ୍ରିଲ୍ ପାଇଁ ପ୍ରସ୍ତୁତି

masiha

Leave a Comment

error: Content is protected !!