ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଜିଲ୍ଲା ସମବାୟ ବିକାଶ ଓ ରବି ଧାନ ସଂଗ୍ରହ କମିଟି ବୈଠକ , ମେ ୨୦ ରୁ ଧାନ କ୍ରୟ ଆରମ୍ଭ ହେବ 

ନୂଆପଡ଼ାରେ ଜିଲ୍ଲା ସମବାୟ ବିକାଶ ଓ ରବି ଧାନ ସଂଗ୍ରହ କମିଟି ବୈଠକ , ମେ ୨୦ ରୁ ଧାନ କ୍ରୟ ଆରମ୍ଭ ହେବ 

ନୂଆପଡ଼ା, ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମବାୟ ବିକାଶ ଓ ରବି ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଡି ଆର୍ ସି ଏସ୍ ଶିବ ପ୍ରସାଦ ସ୍ୱାଇଁ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ, ଆର୍ ଏମ୍ ସି ସମ୍ପାଦକ ଆର୍ଯ୍ଯ କୁମାର ମୁଦୁଲି, ମିଲର ପ୍ରତିନିଧି, ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ପ୍ରମୁଖ ଯୋଗଦାନ କରିଥିଲେ l କିଭଳି ଭାବରେ ସୁରୁଖୁରୁରେ ଜିଲ୍ଳାରେ ରବି ଧାନ ସଂଗ୍ରହ ହୋଇପାରିବ ତା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ l ସୂଚନାଯୋଗ୍ୟ ଯେ ଜିଲ୍ଲାର ସାରାବଙ୍ଗ ପ୍ରାଥମିକ କୃଷି ସମବାୟ ସମିତିରେ ଆଗାମୀ 20 ତାରିଖରୁ ପ୍ରଥମ ଧାନ କିଣା ଆରମ୍ଭ ହେବ l ଜିଲ୍ଲାରେ 41 ଟି ପ୍ରାଥମିକ କୃଷି ସମବାୟ କେନ୍ଦ୍ର ଓ 6 ଟି ମହିଳା ସ୍ଵୟଂ ସହାୟକ ଦଳ ଦ୍ୱାରା ଧାନ କିଣା ଯିବ l କୁଇଣ୍ଟାଲ ପ୍ରତି ସହାୟକ ମୂଲ୍ୟ 2300 ଟଙ୍କା ଥିବାବେଳେ 800 ଟଙ୍କା ରାଜ୍ଯ ସରକାରଙ୍କ ଦ୍ଵାରା ବୋନସ ପ୍ରଦାନ କରାଯିବ l ଚାଷୀ ମାନଙ୍କୁ ଧାନ ବିକ୍ରି ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ ସହିତ ସେମାନଙ୍କୁ ସଚେତନ କରିବା ପାଇଁ ସମସ୍ତ 5 ଟି ବ୍ଲକ୍ ରେ 5 ଟି ପ୍ରଚାର ରଥ ବୁଲିବ l ସେଗୁଡିକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଥିଲେ l ଜିଲ୍ଲାରେ ସୂଚାରୁ ରୂପେ ରବି ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳ ସମସ୍ତ ଚାଷୀ, ମିଲର ଏବଂ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହଯୋଗ କାମନା କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପର୍ଯ୍ୟଟନ ସ୍ଥଳୀ ଅଶୁରଘାଟୀ‌ ଜଳପ୍ରପାତକୁ ସ୍ବଚ୍ଛତା ଓ ପ୍ଳାଷ୍ଟିକ ବର୍ଜନ ନେଇ ସଚେତନତା

masiha

ଅଗଷ୍ଟ ଓ ସେପ୍ଟେମ୍ବର – ୨୦୨୫ ମାସ ନିମନ୍ତେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସ୍ତିରିକୃତ

Sunil Chandra Nayak

ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଅଶୋକ ବଳଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି.

Sunil Chandra Nayak

Leave a Comment

error: Content is protected !!