ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳନ  ଭଞ୍ଜ ସାହିତ୍ୟ ଓ ସଂସ୍କୃତି ଆମ ଅସ୍ମିତା ର ପରିଚୟ 

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳନ 

ଭଞ୍ଜ ସାହିତ୍ୟ ଓ ସଂସ୍କୃତି ଆମ ଅସ୍ମିତା ର ପରିଚୟ 

ରାଉରକେଲା: ସହରର ସର୍ବ ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତ ଆଦର୍ଶ ସାହିତ୍ୟ ଘର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇସ୍ପାତ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ସେବା ନିବୃତ ଅଧ୍ୟକ୍ଷ ପ୍ରାଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଭଞ୍ଜ ସାହିତ୍ୟ ପ୍ରବକ୍ତା ଓ ଗବେଷକ ଡାକ୍ତର କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗଦେଇ ଉପେନ୍ଦ୍ର ଭଞ୍ଜଙ୍କ ଜୀବନାଦର୍ଶ ଓ ତାଙ୍କ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ ଓ ସମ୍ପାଦକ ବିଜୟ କୁମାର ପାତ୍ର ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ତ୍ରିପାଠୀ ଭଞ୍ଜ ଜୟନ୍ତୀ ପାଳନ ର ଆବଶ୍ୟକତା ଓ ଭଞ୍ଜ ସାହିତ୍ୟ ମାଧ୍ୟମରେ ଆମ ଭାଷା ସଂସ୍କୃତି କିପରି ପ୍ରଭାବିତ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଆଲୋଚକ ଡା ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଭଞ୍ଜ ସାହିତ୍ୟ ସହ ଅନ୍ୟ କୈାଣସି ସାହିତ୍ୟ ତୁଳନୀୟ ନୁହେଁ। ସେ ଏକମାତ୍ର କବି ଯିଏକି ମହାପ୍ରଭୁଙ୍କୁ କାଠଗଡ଼ାରେ ଠିଆକରି ବାନ୍ଧିବାର ଦୁଃସାହସ କରିଛନ୍ତି। ଭଞ୍ଜ ସାହିତ୍ୟ ଓ ସଂସ୍କୃତି ଆମ ଅସ୍ମିତା। ଓଡ଼ିଆ ଭାଷା ସଂସ୍କୃତର ନିକଟତମ ଭାଷା। ଏହାସହ ସେ ହରି ଶବ୍ଦ ଓ ରାମ ଶବ୍ଦ ମଧ୍ୟରେ ସମ୍ପର୍କ, ସ୍ନାନ ମଣ୍ଡପରେ ଜଗନ୍ନାଥ ଓ ବଳଭଦ୍ରଙ୍କ ଗଜବେଶ ଓ ସୁଭଦ୍ରାଙ୍କ କୁଆଁରୀ ବେଶ ସମ୍ପର୍କରେ ଆଲୋଚନା କରିବା ସହ ଭଞ୍ଜ ସାହିତ୍ୟ ର ଉତ୍କର୍ଷତା ବିଷୟରେ ବର୍ଣ୍ଣନା କରିଥିଲେ। ଅଭାବ ଗ୍ରସ୍ତ ହେଲେବି ସ୍ବଭାବ ଛାଡିନଥିବା କବି ହେଲେ ଉପେନ୍ଦ୍ର ଭଞ୍ଜ ବୋଲି ସେ ମତ ରଖିଥିଲେ । ପ୍ରାରମ୍ଭରେ ଗୁରୁ ଫକୀର ଚରଣ ପତି ସ୍ବାଗତ ସଂଗୀତ ଓ ଶେଷରେ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସାଧାରଣ ସମ୍ପାଦକ ସର୍ବଶ୍ରୀ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ପ୍ରଳୟ କୁମାର ଶତପଥୀ, ଅଭୟ କୁମାର ଦାସ, ଡ଼ା ବସନ୍ତ କୁମାର ଦାସ,ଅଟମ ରଥ, ଦୀନବନ୍ଧୁ ରଥ,ଡ ଜୟନ୍ତୀ ପାଢ଼ୀ, ଜ୍ୟୋତିର୍ମୟ ମହାପାତ୍ର, ମନୋଜ କୁମାର ପଣ୍ଡା, ପଞ୍ଚାନନ ପାତ୍ର , ଟୁକୁଲା ପାଢ଼ୀ, କୁଞ୍ଜବିହାରୀ ରାଉତ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ, କବି, ଶିକ୍ଷାବିତ ପ୍ରମୁଖ ଯୋଗଦେଇଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତା ସମସ୍ତଙ୍କୁ ଉଦ୍ଭାବନ ଅଭିମୁଖୀ କରିବାର ପ୍ରକୃଷ୍ଟ ମଞ୍ଚ

Sunil Chandra Nayak

କୋକସରା ବ୍ଲକ ରାଜୀବ ନଗର ଠାରେ ଶକ୍ତି ସଦନ ପକ୍ଷରୁ ନାରୀ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କୋକିଳା ଡାକ୍ଟ ଆଣ୍ଡ ମିଉଜିକ୍ ଏକାଡେମୀ’ ର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହ : ଗୁରୁ ଅରୁଣା ମହାନ୍ତିଙ୍କୁ ପ୍ରଥମ ‘କୋକିଳା ସମ୍ମାନ’

Leave a Comment

error: Content is protected !!