ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦାରା ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦାରା ଆଇନ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା ୧୭.୦୫.୨୦୨୫ ରିଖ ଶନିବାର ଅପରାହ୍ନ ୫.୦୦ ସମୟରେ ସ୍ଥାନୀୟ ରାୟଗଡା ମୁନିସିପାଲିଟି ପରିସରରେ ଥିବା ଶ୍ରୀରାମନଗର ରେ ଜାତୀୟ ଆଇନ ସେବା ପ୍ରାଧିକରଣର ଟୋଲଫ୍ରି ନମ୍ବର, ଅନଲାଇନ ଠିକଣା ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ସହାୟତା ଉପରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ୤ ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାର ଆସୋସିଏସନର ଆଇନଜୀବି ସାମୁଏଲ ତାଣ୍ଡି, ଦେବରାଜ ନାୟକ, ଶ୍ରୀରାମନଗର ର ସଭାପତି ଧନିରାମ ନାଏକ, ଉପସଭାପତି ବୃନ୍ଦାବନ ନାଏକ ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ଜାତୀୟ ଆଇନ ସେବା ପ୍ରାଧିକରଣର ଟୋଲଫ୍ରି ନମ୍ବର, ଅନଲାଇନ ରେ କେମିତି ନିଜର ଅଭିଯୋଗ ଦାଖଲ କରିବା ତାହା ଜନସାଧାରଣ ଙ୍କୁ ଜଣାଇଥିଲେ ଓ ବିଭିନ୍ନ ଅସୁବିଧା ସମୟରେ ଏହାର ସୁବିଧା ନେବା ପାଇ କହିଥିଲେ I ସେହିପରି ଉପସ୍ଥିତ ଥିବା ସାମୁଏଲ ତାଣ୍ଡି ନିଜର ବକ୍ତବ୍ୟରେ ସରକାରଙ୍କ ତରଫରୁ ଉପଲବ୍ଧ ଥିବା ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ I ୤କାର୍ଯ୍ୟକ୍ରମ ପରିଶେଷରେ ଏକ ଖୋଲା ଆଲୋଚନାରେ ଉପସ୍ଥିତ ଅତିଥିମାନେ ଅଂଶଗ୍ରହଣକାରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ୤ I ପରିଶେଷରେ ଦେବରାଜ ନାୟକ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ନିଜର ବକ୍ତବ୍ୟରେ ବିଭିନ୍ନ ଅସୁବିଧା ସମୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଦ୍ୱାରସ୍ଥ ହେବା ପାଇ ସମସ୍ତ ଜନସାଧାରଣ ମାନଙ୍କୁ ବୁଝାଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଶ୍ରୀରାମନଗର ର ସମସ୍ତ ଜନସାଧାରଣ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି୤ ୤ 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶିଷ୍ଟ କଥାକାର ପଦ୍ମଭୂଷଣ ମନୋଜ ଦାସ ସ୍ମାରକୀ ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

ରାଜ୍ୟସ୍ତରୀୟ ଭାଇ ଭଉଣୀ ଶିଶୁ ସାହିତ୍ୟ ଉତ୍ସବ

masiha

Para Staff Allege Exploitation and Caste Discrimination in Kashipur Forest Range

Sunil Chandra Nayak

Leave a Comment

error: Content is protected !!