ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ସମାଜସେବୀ ସ୍ମୃତି ଏବଂ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି 

ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ସମାଜସେବୀ ସ୍ମୃତି ଏବଂ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି 

 ମୟୂରଭଞ୍ଜ – ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ସହର ସନ୍ନିକଟ ବିକାଶ ନଗର ଦିବଂଗତ ବିଶିଷ୍ଟ ସମାଜସେବୀ ବିଷ୍ଣୁ ପ୍ରସାଦ ଯେନାଙ୍କ ବାସ ଭବନରେ ସ୍ମୃତି ଏବଂ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।ଏହି ସ୍ମୃତି ସଭାରେ ରାଇରଙ୍ଗପୁର ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ,ବଣିକ ସଂଘ, ରୋଟାରୀ କ୍ଳବ୍ ,ଗଣମାଧ୍ୟମ ପ୍ରତିନିଧି,ମା ସାରଦା ସେବା ସଂଘ, ଜଗନ୍ନାଥ ଚେତନା ସଂଘ, ଅମଲା ସଂଘ,ବିବେକାନନ୍ଦ ସ୍କୁଲର କର୍ମକର୍ତ୍ତା,ବିକାଶ ନଗରର ବିବେକାନନ୍ଦ ସୋସାଇଟି,ବାବା ସିଦ୍ଧେଶ୍ଵର କମିଟି, ବନ କର୍ମଚାରୀ ସଂଘ,ବରିଷ୍ଠ ନାଗରିକ ସଂଘର,ନେସ୍କୋ କର୍ମଚାରୀ ସଂଘ,ପ୍ରାଥମିକ ଶିକ୍ଷକ ସଂଘରକର୍ମକର୍ତ୍ତା ପ୍ରମୁଖ ଏକାଦଶାହରେ ଯୋଗଦେଇ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ ।ତଦସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ । ଅତିଥି ବୃନ୍ଦ କହିଥିଲେ ବିଷ୍ଣୁ ପ୍ରସାଦ ଜଣେ ଦକ୍ଷ,ନିଷ୍ଠାବାନ, କର୍ତ୍ତବ୍ୟ ପରାୟଣ ସରକାରୀ କର୍ମଚାରୀ ବିଭିନ୍ନ ବିଭାଗ ତଥା ରାଜସ୍ବ,ଆସିଡିଏସ,ବ୍ଳକର ବିଭିନ୍ନ ସେକସନରେ କାମ କରି ପ୍ରଶଂସା ଅର୍ଜନ କରିଥିଲେ ।ଜଣେ ଅମଲା ନେତା ଥିଲେ ।ତଦସହ ଭାଲୁଵସା ପଞ୍ଚାୟତର ବୁଡାମରା ଗ୍ରାମରେ ମା’ ସେରଦା ସେବାଶ୍ରମ ନିର୍ମାଣ କରିବା,ଵିକାଶନଗରର ବିବେକାନନ୍ଦ ସୋସାଇଟିର‌ ସଂପାଦକ, ବିକାଶନଗର ମା’ ଗଜଲକ୍ଷ୍ମୀ ପୂଜା କମିଟିର ମୁଖ୍ୟ କର୍ମକର୍ତ୍ତା,ଦୁଵୁଲାବେଡା ବାବା ସିଦ୍ଧେଶ୍ଵର ମନ୍ଦିର କମିଟିର‌ସକ୍ରିୟ ସଦସ୍ୟ, ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର କମିଟିର ସକ୍ରିୟ ସଦସ୍ୟ,ରୋଟାରୀ କ୍ଳବର ପ୍ରାକ୍ତନ ସଂପାଦକ,ବିବେକାନନ୍ଦ ସ୍କୁଲ କମିଟିର ଉପଦେଷ୍ଟା,ବରିଷ୍ଠ ନାଗରିକ ସଂଘର‌ ସକ୍ରିୟ ସଦସ୍ୟ , ରାମକୃଷ୍ଣ ମିଶନର ଜଣେ ଆଗଧାଡିର ପ୍ରଚାରକ ଏବଂ ବହୁ ସାମାଜିକ ଓ ସାଂସ୍କୃତିକ ସଂଗଠନ ସେ ଜଡ଼ିତ ଥିଲେ । ଏକାଧାରରେ ଜଣେ ସୁସଂସଗଠକ, ଧର୍ମପରାୟଣ, ପରୋପକାରୀ, ମିଷ୍ଟଭାଷୀ,ସ୍ପଷ୍ଟବାଦୀ, ସମାଜସେବୀ,ଦରଦି ବ୍ୟକ୍ତି ଥିଲେ । ତାଙ୍କର ଅବର୍ତମାନରେ ରାଇରଙ୍ଗପୁର ଅଂଚଳରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି  

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଲାଞ୍ଜିଗଡ଼ରେ ଆଇଟିଆଇ ସ୍ଥାପନ ଦାବି ତେଜିଲା

Sunil Chandra Nayak

ରାଇରଙ୍ଗପୁର ଵ୍ଳକ ପରିସରରେ ୧୨ ତମ ବିଶ୍ବ ଯୋଗ ଦିବସ ପାଳିତ

Sunil Chandra Nayak

ରାଇରଙ୍ଗପୁର କଣ୍ଟାବଣି ଗ୍ରାମରେ ଆଇଆରଡିଏମଏସ ଆନୁକୁଲ୍ୟରେ ମାଣ୍ଡିଆ ମଣ୍ଡି ଶୁଭ ଉଦ୍ଘଘାଟିତ

masiha

Leave a Comment

error: Content is protected !!