ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ମନ୍ତ୍ରୀ, ଆଇନ, ପୂର୍ତ୍ତ, ଅବକାରି ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ମୟୂରଭଞ୍ଜ ଗସ୍ତ  ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ କଲେ ସମୀକ୍ଷା

ମାନ୍ୟବର ମନ୍ତ୍ରୀ, ଆଇନ, ପୂର୍ତ୍ତ, ଅବକାରି ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ମୟୂରଭଞ୍ଜ ଗସ୍ତ 

ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ କଲେ ସମୀକ୍ଷା

ମୟୂରଭଞ୍ଜ -ମାନ୍ୟବର ମନ୍ତ୍ରୀ ଆଇନ, ପୂର୍ତ୍ତ ଓ ଅବକାରୀ, ଓଡିଶା ସରକାର ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ମୟୂରଭଞ୍ଜ ଜିଲ୍ଲାକୁ ୨ଦିନିଆ ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଉକ୍ତ ବୈଠକ ରେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଡ଼. କୃଷଚନ୍ଦ୍ର ମହାପାତ୍ର, ଲୋକ ସଭା ସାଂସଦ ଶ୍ରୀ ନବ ଚରଣ ମାଝୀ, ରାଜ୍ୟ ସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବୁରୁ, ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା, ଉଦଳା ବିଧାୟକ ଶ୍ରୀ ଭାସ୍କର ମଢେଇ, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକ, ବାଙ୍ଗରିପୋଷୀ ବିଧାୟକ ସୁଶ୍ରୀ ସଞ୍ଜଳୀ ମୁର୍ମୁଙ୍କ ସମେତ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲି ଯୋଗ ଦେଇଥିଲେ।

ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାରେ ପୂର୍ତ୍ତ ବିଭାଗର ୨ଟି ଡିଭିଜନ ଯଥା ବାରିପଦା ଓ ରାଇରଙ୍ଗପୁର, ଏନ ଏଚ ଏବଂ ଏନ ଏଚ ଏ ଆଇ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଯଥା ରାସ୍ତା, ପୋଲ, ଗୃହ ନିର୍ମାଣ ଇତ୍ୟାଦି ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଯେଉଁ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ବା ସମ୍ପୂର୍ଣ୍ଣ ହେବାରେ ଯାହା ଯାହା ପ୍ରତିବନ୍ଧକ ଅଛି ସେ ସମ୍ପର୍କରେ ଆଲୋଚନା କରାଯାଇ ଏହାର କିପରି ସମାଧାନ ହେବ ସେ ସମ୍ଭନ୍ଧ ରେ ପରାମର୍ଶ ଦେଇଥିଲେ। ଏଥି ସହିତ ଜିଲ୍ଲାରେ ଆଗକୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଯେଉଁ ଗ୍ରାମ୍ୟ ସଡ଼କ ଗୁଡିକ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର ହେବାକୁ ଅଛି, ତୁରନ୍ତ ତାହାର ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ମାନ୍ୟବର ପରାମର୍ଶ ଦେଇଥିଲେ। ଜିଲ୍ଳାରେ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରିତାର ଅଗ୍ରଗତି ନେଇ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ଲୋକଙ୍କ ମୌଳିକ ଆବଶ୍ୟକତା ଗମନାଗମନର ସୁବିଧା ପାଇଁ ଦାୟିତ୍ୱର ସହିତ ପ୍ରକଳ୍ପ କାର୍ଯ୍ୟ ଗୁଡିକ ଧାର୍ଯ୍ୟ ସମୟ ଅବଧି ଭିତରେ ସମ୍ପୂର୍ଣ୍ଣ କରାଇବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। 

ଅନୁଷ୍ଠିତ ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସଚିବ ଶ୍ରୀ ରାମ ଚନ୍ଦ୍ର ସୋରେନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ, ବାରିପଦା ଉପ ଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ବାରିପଦା ପୂର୍ତ୍ତ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ରୋହନ ରୟ, ରାଇରଙ୍ଗପୁର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ସୁମିତ କୁମାର ସାହୁ, ରାଇରଙ୍ଗପୁର ଡିଭିଜନର ଏସ ଡି ଓ ଶ୍ରୀ ଶ୍ୟାମ ସୁନ୍ଦର ହେମ୍ବ୍ରମ ଙ୍କ ସମେତ ଭଦ୍ରକ ପୂର୍ତ୍ତ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଦେବୀ ପ୍ରସନ୍ନ ଘୋଷ ଏନ ଏଚ ର ଅଧିକ୍ଷଣ ଯନ୍ତ୍ରୀ ରାଜେଶ୍ୱରୀ ପୃଷ୍ଟି, ପି ଡି ଏନ ଏଚ ଏ ଆଇ ର ପ୍ରତିନିଧିଙ୍କ ସମେତ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

ଏହି ଅବସରରେ ଆତଙ୍କ ବାଦ ବିରୁଦ୍ଧରେ ଭାରତୀୟ ସେନାବାହିନୀଙ୍କ ଅପରେସନ ସିନ୍ଦୁରର ସଫଳତା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ପଦଯାତ୍ରାରେ ମାନ୍ୟବର ମନ୍ତ୍ରୀ ବୃନ୍ଦ, ସାଂସଦ ଓ ବିଧାୟକ ବୃନ୍ଦ ଯୋଗ ଦେଇଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ ସେବା ଦିବସ

Sunil Chandra Nayak

ଜଳେଶ୍ଵର ବ୍ଲକର ଦୁଇବର୍ଷର ଜନ ସମ୍ପର୍କ କାର୍ଯ୍ୟକ୍ରମ -୨୦୨୬ ଆୟୋଜିତ 

Sunil Chandra Nayak

କଳାହାଣ୍ଡି ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!