ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ନୂଆପଡା, ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ବନଖଣ୍ଡ ଅଧିକାରୀ ଅଜିଜ ଖାନ୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାର୍ଶି ରାଣୀ ପୂର୍ତ୍ତି,ବ୍ଲକ୍ ଅଧ୍ୟକ୍ଷା ପ୍ରେମଶିଳା ନାଗ ,ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକତ୍ସାଧିକାରୀ ଡଃ ଉମାକାନ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଶିବିରରେ ୪୩ ଗୋଟି ବ୍ୟକ୍ତିଗତ ଓ ୯ ଟି ଗୋଷ୍ଠିଗତ ଏଭଳି ମୋଟ ୫୨ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ । ଏହି ସବୁ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ବିଧବା ମହିଳା ବିନୋଦିନୀ ରାଉତ, ପଲସାମାଲ ଏବଂ ଦୀପିକା ଜଗତ, ଫରସରା ଙ୍କୁ ୫ ହଜାର ଟଙ୍କା ଲେଖାଏଁ ରେଡ୍ କ୍ରସ୍ ସହାୟତା ପ୍ରଦାନ କରାଯାଇ ଥିଲା lବିଡ଼ିଓ ସୁଶାନ୍ତ କୁମାର ରଣା , ତହସିଲଦାର ଅନୁସୂୟା ବାଗଦେବୀ ,ଡେପୁଟୀ କଲେକ୍ଟର ଶେଖ୍ ନସିମ ,ହେମନ୍ତ ପୁଟା ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସଭାରେ ଉପ ନିର୍ଦେଶକ ହସ୍ତଶିଳ୍ପ ପୁଷ୍ପରଂଜନ ସାହୁ,ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ର ମେନେଜର ସମିର ମୁଦୁଲି, ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ପଂଚାୟତ ଅଧିକାରୀ ଲଛମନ ଓରାମ, ଜିଲ୍ଲା ନିୟୋଜନ ଅଧିକାରୀ ବିନୋଦ ଲାକ୍ରା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆନନ୍ଦ ହେମ୍ବ୍ରମ୍, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡଃ ଆଲୋକ କୁମାର ନାୟକ , ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ନାୟକ, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ଜିଲ୍ଳା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ମତ୍ସ୍ୟ ଅଧିକାରୀ ବିଜନ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଅଭିଯୋଗ ଶିବିର ଉପଲକ୍ଷେ ବ୍ଲକ୍ ରେ ଗୋଟିଏ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରା ଯାଇଥିଲା । ଏଠାରେ ଡ଼ ଅନୁପ କୁମାର ଅଗ୍ରୱାଲ, ଡଃ ସଂଜୀବ ନାୟକ, ଡଃ ଉପେନ୍ଦ୍ର ମାଝୀ, ଡଃ ଆକାଂକ୍ଷା ପ୍ରିୟଦଶିର୍ନୀ ମିଶ୍ର ପ୍ରମୁଖ ସ୍ଵାସ୍ଥ୍ଯ ସେବା ଯୋଗାଇ ଦେଇଥିଲେ l ସେହିପରି ସ୍ଥାନୀୟ ଡାକ୍ତରଖାନାରେ ଗୋଟିଏ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା lଗ୍ରୀଷ୍ମ ଋତୁ ପାଇଁ ସକାଳ ସାତ ଟାରୁ ଶିବିର ଆରମ୍ଭ ହୋଇଥିଲା। ଅଭିଯୋଗକାରୀ ମାନଙ୍କ ପାଇଁ ଛାୟା, ଚୌକି ଓ ପାନୀୟ ଜଳର ବନ୍ଦୋବସ୍ତ ହୋଇଥିଲା । ଏହି ଅବସରରେ ଲର୍କା ଗାଁରେ ପ୍ରାଣୀ ଚିକିତ୍ସା ପାଇଁ ଗୋଟିଏ ଶିବିର ଆୟୋଜିତ ହୋଇଥିଲା l ଏଠାରେ ୨୬ ଗୋଟି ଗାଈ ବଳଦ, ୫୧ ଟି ଛେଳି ମେଣ୍ଢା ଓ ୩୫ ଟି ଗୃହ ପାଳିତ ପଶୁଙ୍କ ବୀମା କରଣ ହୋଇଥିଲା।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କିସ୍ ଛାତ୍ରୀ ମାନଙ୍କ ଦ୍ୱାରା ସମୂହ ” ବନ୍ଦେ ମାତରମ୍ ” ଗୀତ ଗାନ 

Sunil Chandra Nayak

୫ ମ ଏକଲବ୍ୟ ସ୍କୁଲ ଜାତୀୟ ସ୍ତରୀୟ ସାଂସ୍କୃତିକ ଏବଂ ସାହିତ୍ୟିକ ଫେଷ୍ଟ ଏବଂ କଳା ଉତ୍ସବରେ ବହଳଦା ଏକଲବ୍ୟ ମଡେ଼ଲ ସ୍କୁଲ ଛାତ୍ର ରାମଚନ୍ଦ୍ର ହାଁସଦା ପ୍ରଥମ

masiha

ଯଶିପୁର ଓ ରରୁଆଁ ବ୍ଲକର 192ଟି ଗ୍ରାମ ନିମନ୍ତେ ବୃହତ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ 

Leave a Comment

error: Content is protected !!