ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଖୋର୍ଲା ଠାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଖୋର୍ଲା ଠାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ 

ନୁଆପଡ଼ା,   ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ର ଲର୍କା ପଞ୍ଚାୟତର ଖୋର୍ଲା ଗାଁ ରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର, ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ ଓ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥି ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଏଵଂ ଅନ୍ୟାନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗାଁରେ ପହଞ୍ଚିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳଙ୍କ ସହିତ ଡି ଏଫ୍ ଓ ଅଜିଜ ଖାନ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ବିଡ଼ିଓ ସୁଶାନ୍ତ କୁମାର ରଣା, ତହସିଲଦାର ଅନୁସୁୟା ବାଗ୍ ଦେବି, ଲର୍କା ସରପଞ୍ଚ ଜୟଶ୍ରୀ ପଟେଲ ଏବଂ ରୋକାଲ ସରପଞ୍ଚ ଠାକୁର ବାଗ ପ୍ରମୂଖ ଅତିଥି ଭାବରେ ଯୋଗଦେଇଥିଲେ ।ଗାଁର ନବଜାତକ ଶିଶୁ କନ୍ୟା ପ୍ରେମଶିଳା ଓ ତାର ପିତାମାତା କେଶରୀ ମାଝୀ ଓ ହେମକାନ୍ତି ମାଝୀ ଙ୍କୁ ସମାରୋହରେ ଜିଲ୍ଲାପାଳ ଉପହାର ପ୍ରଦାନ କରିଥିଲେ । ନବ ଜାତକକୁ କୋଳରେ ଧରି ତାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଅନ୍ୟ ଦୁଇ ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଅତିଥିମାନେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଭେଟି ଦେଇଥିଲେ l ଜିଲ୍ଲାପାଳ ଏମାନଙ୍କ ପରିବାର ଲୋକଙ୍କୁ ଗର୍ଭବତୀ ମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଶ୍ରମିକ ସଚେତନତା ଶିବିରରେ ଅତିଥି ମାନେ ଗାଁ ବାସୀ ମାନଙ୍କୁ ମନରେଗା ଯୋଜନାରେ କାମ କରିବା ସହିତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆହ୍ଵାନ ଦେଇଥିଲେ l ସଭାରେ ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର ବାର୍ଲା, ଉପ ନିର୍ଦେଶକ ହସ୍ତଶିଳ୍ପ ପୁଷ୍ପରଂଜନ ସାହୁ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ସମିର ମୁଦୁଲି, ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ନାୟକ, ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡଃ ଆଲୋକ କୁମାର ନାୟକ ,ଏଲ୍ ଡି ଏମ୍ ସୀତାରାମ ମେହେର ପ୍ରମୂଖ ଯୋଗଦେଇ ନିଜ ନିଜ ବିଭାଗର କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଜନସାଧାରଣଙ୍କୁ ବୁଝାଇଥିଲେ lସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ଉଭୟ ଝିଅ ଏବଂ ଗଛ ଆମ ସମାଜର ଭବିଷ୍ୟତ । ସେମାନଙ୍କୁ ସବୁ ପ୍ରକାର ସୁରକ୍ଷା ଦେବା ଆମର କର୍ତ୍ତବ୍ୟ । ସେହିପରି ଗାଁ ର କୌଣସି ବି ପୁରୁଷ କିମ୍ବା ମହିଳା ଭୁଲ୍ ରେ ବି ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ଯାଆନ୍ତୁ ନାହିଁ l ନିଜ ଗାଁ ମାଟିରେ ରହି ମନରେଗା ଯୋଜନାରେ କାମ କରି ସବୁ ଶ୍ରମିକ ପରିବାର ଲକ୍ଷପତି ହୁଅନ୍ତୁ l ଲର୍କା ପଞ୍ଚାୟତ ମନରେଗା ଯୋଜନାରେ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ କରିଥିବାରୁ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ l ଆମେ ସମସ୍ତେ ମିଶି ଲର୍କା ପଞ୍ଚାୟତ କୁ ପ୍ରବାସୀ ଶ୍ରମିକ ମୁକ୍ତ କରି ପାରିବା ବୋଲି କହିଥିଲେ l ମନରେଗା ଯୋଜନାରେ 200 ଦିନରୁ ଅଧିକ ଦିନ ଶ୍ରମ ଦାନ କରିଥିବାରୁ ପ୍ରିତମ ଛତ୍ରିଆ, ସନ୍ତୋଷ ଛତ୍ରିଆ, କ୍ଷୀରଧର ଛତ୍ରିଆ, ତୁଳାରାମ ମାଝୀ ଙ୍କୁ ସଭାରେ ସମ୍ମାନିତ କରାଯାଇଥିଲା lକାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ପରିଚାଳନା କରିଥିଲେ l ଶେଷରେ ସ୍ଥାନୀୟ ସମିତି ସଭ୍ୟ ଅମିତ୍ ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ lସମାରୋହକୁ ବୋଡ଼େନ ବିଡ଼ିଓ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ବୋଡ଼େନ ସିଡିପିଓ ଅର୍ଚ୍ଚନା ରାଉତ, ସରପଞ୍ଚ, ବ୍ଲକ ଏବଂ ପଞ୍ଚାୟତ କର୍ମଚାରୀ ପ୍ରମୁଖ ଆୟୋଜନ କରିଥିଲେ।ଶେଷରେ ଡି ଏଫ୍ ଓ ଙ୍କ ଉଦ୍ୟମରେ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ପକ୍ଷୀ ମାନଙ୍କ ପାଇଁ ଜଳ ଏବଂ ବସା ଯୋଗାଇ ଦିଆଯାଇଥିଲା l ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ ଖୋର୍ଲା ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅବିଭକ୍ତ ଢେଙ୍କାନାଳର ପାଇକ ଦହିଖୋରସ୍ଥିତ ପ୍ରଥମ ଆବାସିକ ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

Sunil Chandra Nayak

ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ଅସହାୟଙ୍କୁ ଛତା ଓ ଚପଲ ବଣ୍ଟନ 

ଧର୍ମଗଡ ଠାରେ ୭୫ ତମ ସାଧାରଣତନ୍ତ୍ର ଦିବସ

masiha

Leave a Comment

error: Content is protected !!