ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳି ପାଲଟିଛି ରେଙ୍ଗାଳପାଲି ଯାତ୍ରୀ ବିଶ୍ରାମଗାର, ପୋଲିସ ପେଟ୍ରୋଲିଂ ଦାବି

କୋକସରା,୩୧/୦୭ // ଜାତୀୟ ରାଜପଥ ୨୬ କୋକସରା ବ୍ଲକ ରେଙ୍ଗାଳପାଲି ଛକରେ ରହିଥିବା ଯାତ୍ରୀ ବିଶ୍ରାମଗାରଟି ଏବେ ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି।ଅସାମାଜିକ ଓ ମଦୁଆଙ୍କ ଆଡ୍ଡାସ୍ଥଳି ପାଲଟିଛି। ବିଶ୍ରାମଗାରରେ ମଦ ବୋତଲ ସହ ଅପରିଷ୍କାର ପରିବେଶ କାରଣରୁ ଯାତ୍ରୀ ରାସ୍ତା କଡ଼ରେ ଥିବା ଗଛମୂଳେ ବସକୁ ଅପେକ୍ଷା କରି ରହୁଛନ୍ତି। ବ୍ଲକର ଏକ ପ୍ରମୁଖ ଛକ ହୋଇଥିବା ବେଳେ ଏହି ଛକରେ ପ୍ରତ୍ୟହ ରେଙ୍ଗାଳପାଲି, ଝରିଆଗୁଡା, ଛିଲିପାମାଲ, ଗହନାମୁଣ୍ଡା, ମୂଷାପାଲି, ଡାଲଗୁମା ଅଞ୍ଚଳର ସାଧାରଣ ଯାତ୍ରୀ ମାନେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ପାଇଁ ବସକୁ ଅପେକ୍ଷା କରି ରହୁଥିବା ବେଳେ ଦିନରାତି ଅସାମାଜିକ ଯୁବକଙ୍କ ପାଇଁ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି । ରାତିରେ ଦୁରସ୍ଥାନକୁ ଯାଉଥିବା ଯାତ୍ରୀ ମାନେ ଭୟ ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ମହିଳା ଯାତ୍ରୀଙ୍କ ସୁରକ୍ଷା କଥା ନକହିବା ଭଲ । କୋକସରା ପୋଲିସ ପକ୍ଷରୁ ଢିଲା ପେଟ୍ରୋଲିଂ ବ୍ୟବସ୍ଥା କାରଣରୁ ଅସାମାଜିକ ଯୁବକ ମାନେ ଏହି ବିଶ୍ରାମାଗାରକୁ ଆଡ୍ଡାସ୍ଥଳି କରି ସାରିଲେଣି।ବିଶ୍ରାମାଗାରଟି ରେଙ୍ଗାଳପାଲି ପଂଚାୟତ ଅଧିନରେ ରହିଥିବା ବେଳେ ପଞ୍ଚାୟତ ପକ୍ଷରୁ ରକ୍ଷଣାବେକ୍ଷଣ କିମ୍ବା ସ୍ୱଚ୍ଛତା ଉପରେ ଆଦୌ ଦୃଷ୍ଟି ଦିଆ ଯାଉନଥିବା ନେଇ ଅଭିଯୋଗ କରିଛନ୍ତି ରେଙ୍ଗାଳପାଲି ଗ୍ରାମବାସୀ ମାନେ । ଏନେଇ ରେଙ୍ଗାଳପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରଞ୍ଚି ଖର୍ସେଲ ଙ୍କ ପ୍ରତିକ୍ରିୟା ନେବାରୁ ବିଶ୍ରାମାଗାର ମରାମତି ପାଇଁ ଆକ୍ସନ ପ୍ଲାନରେ ଦିଆଯାଇଛି ଓ କିଛିଦିନ ମଧ୍ୟରେ ସଫାସୁତୁରା କରିବା ପାଇଁ କହିଛନ୍ତି। ତେବେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିପଦ ସାଜିଛି ଜାଳେଣି ଗ୍ଯାସ, ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ନିରବ, ଦୁଃଖ ବୁଝିବେ କି ମୋହନ ସରକାର ?

masiha

ବସୁଧାରେ ପ୍ରଯ୍ୟାପ୍ତ ପାଣି ନ ମିଳିବାରୁ ଚିଚିଆ ସରପଞ୍ଚଙ୍କ ବିକଳ୍ପ ବ୍ୟବସ୍ଥା

Sunil Chandra Nayak

ଗଡା ପୋଲ ନିର୍ମାଣରେ ବିଳମ୍ବ, ଭୟଭୀତ ଯାତ୍ରୀ

Sunil Chandra Nayak

Leave a Comment

error: Content is protected !!