ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

 ତାଲୁକ ଆଇନ ସେବା ସମିତି ଧର୍ମଗଡ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି , ଅଧ୍ୟକ୍ଷ ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ, ଅଶୋକ ମହାନ୍ତି,ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର , ଆଇନଜୀବି ତଥା ସଦସ୍ୟ ତାଳୁକ ଆଇନ ସେବା ସମିତି ମିହିର ରଞ୍ଜନ ପଟ୍ଟଯୋଶୀ ଓ ପାନେଲ ଓକିଲ ସଂଯୁକ୍ତା ପଣ୍ଡା ଯୋଗଦେଇଥିଲେ । ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ସ୍ଥାୟୀ ଲୋକ ଅଦାଲତ କଣ, ଏହାର କାର୍ଯ୍ୟକାରିତା ତଥା ଏହି ସ୍ଥାୟୀ ଲୋକ ଅଦାଲତ ଦ୍ୱାର ସାଧାରଣ ଜନତା କିଭଳି ଭାବରେ ଉପକାରିତ ହୋଇ ପାରିବେ ତାହା ପ୍ରକାଶ କରିଥିଲେ। ମଞ୍ଚାସିନ ଶ୍ରୀଚନ୍ଦନ ସେଠି ରାଷ୍ଟ୍ରିୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ଗୃହିତ ନିଃଶୁଳ୍କ ସହାୟତା ନମ୍ବର ୧୫୧୦୦ ଉପରେ ସଚେତନ କରାଇବା ସହିତ ଅନଲାଇନ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ୱେବ ସାଇଟ ରେ କିଭଳି ଭାବରେ ନିଜର ସମସ୍ୟା ରେଜିଷ୍ଟ୍ରେସନ କରିପାରିବେ ତାହା କହିଥିଲେ। ଉପସ୍ଥିତ ଅନ୍ୟ ବକ୍ତା ମାନେ ମଧ୍ୟ ନିଜର ମନ୍ତବ୍ୟ ଉପସ୍ଥାପନ କରିଥିଲେ। ତାଳୁକ କାର୍ଯ୍ୟକ୍ରମ କୁ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାକୁ ସାଫଲ୍ୟ ମଣ୍ଡିତ କରିବାରେ ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ, ଧର୍ମଗଡ ର କର୍ମଚାରୀ ବୃନ୍ଦ ସବିଶେଷ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଔପନ୍ୟାସିକ ଭାଗୀରଥି ଦାସ ଆମ ସାହିତ୍ୟ ଜଗତର ଗର୍ଵ ଗୌରଵ : ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ଡ.କଲ୍ଲିମୁଲ୍ଲା

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ତ୍ରିପ୍ରୁରାରୁ ଆସିଲା ସେନା କର୍ମଚାରୀଙ୍କ ମୃତ ଦେହ;ରାଇବାଡି ଗ୍ରାମରେ ବିଏସଏଫ ସେନା ତରଫରୁ ଗାର୍ଡ ଅଫ ଅନର୍ ; ପଞ୍ଚଭୂତ ରେ ଲୀନ ହେଲେ ବୀର ସୈନିକ; ତିରିଂ ଅଞ୍ଚଳରେ ଶୋକାକୁଳ ପରିବେଶ

Sunil Chandra Nayak

Leave a Comment

error: Content is protected !!