ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପୁର ଠାରେ ଅନୁଷ୍ଠିତ ସୁନ୍ଦରୀ ସୁପର ଗ୍ଲାମ ପ୍ରତିଯୋଗିତା ରେ ପୂଜାରୀଗୁଡ଼ା ର ଝିଅ ପ୍ରଥମ

ଜୟପୁର ଠାରେ ଅନୁଷ୍ଠିତ ସୁନ୍ଦରୀ ସୁପର ଗ୍ଲାମ ପ୍ରତିଯୋଗିତା ରେ ପୂଜାରୀଗୁଡ଼ା ର ଝିଅ ପ୍ରଥମ 

ତେନ୍ତୁଳିଖୁଣ୍ଟି ୨୦/୦୫/୨୫  —  ଗତ 18 ତାରିଖ ଦିନ ଜୟପୁର ଠାରେ ଥିବା ଏସ ଏସ କଂଭେସନ୍ ଠାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡା, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ପ୍ରତିଯୋଗୀ ଙ୍କୁ ନେଇ ଏକ ସୁନ୍ଦରୀ ସୁପର ଗ୍ଲାମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବଛା ବଛା 15 ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ 10 ଜଣ ସେଥିରେ ସ୍ଥାନ ପାଇଥିଲେ ସେହି10 ଜଣ ପ୍ରତିଯୋଗୀ ଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ପୂଜାରୀ ଗୁଡା ର ସୁଶାନ୍ତ କୁମାର ସିଂ ଙ୍କ ଝିଅ ତମନ୍ନା ରାନୀ ସିଂ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ତମନ୍ନା ଙ୍କ ବାପା ସୁଶାନ୍ତ କୁମାର ସିଂ ମାଲକାନଗିରି ଜିଲ୍ଲାରେ ବନପାଳ ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ରାଜେଶ୍ୱରୀ ସିଂ ଗୃହିଣୀ, ପରିବାର ରେ ବଡ ଝିଅ ସନ୍ଧ୍ୟା ରାନୀ ସିଂ ସ୍ନାତକ କରୁଥିବା ବେଳେ ସାନଭାଇ ବିଶାଲ ସିଂ 8ମ ଶ୍ରେଣୀରେ ପଢ଼ୁଥିବା ଥିବା ପ୍ରକାଶ କରିଛନ୍ତି ।ଆଗକୁ ତମନ୍ନା ରାଜ୍ୟସ୍ତରୀୟ ଏବଂ ଜାତୀୟ ସ୍ତରରେ ଭାଗ ନେବାକୁ ଇଚ୍ଛୁକ ବୋଲି କହିଛନ୍ତି।

       ପୂଜାରୀଗୁଡା ଭଳି ଏକ ପଲ୍ଲୀ ରୁ ଏଭଳି ଗ୍ଲାମର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୁଁ ସବୁ ମହଲ ରେ ଶୁଭେଚ୍ଛା ର ସୁଅ ଛୁଟିବା ସହ ଆଗାମୀ ଦିନରେ ତମନ୍ନା ର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।ପରିବାର ଏବଂ ଆତ୍ମୀୟ ମଧ୍ୟ ଖୁସିବ୍ୟକ୍ତ କରିଥିବା ଦେଖାଦେଇଛି।ତେନ୍ତୁଳିଖୁଣ୍ଟି ବ୍ଲକର ବର୍ଷିୟାନ ନେତା ନାରାୟଣ ପାତ୍ର ଏବଂ ବରିଷ୍ଠ ସମାଜ ସେବୀ କିଶୋର ଚନ୍ଦ୍ର ସିଂ ତମନ୍ନା ଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

 ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ବ୍ଲକସ୍ତରୀୟ ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ 

masiha

ବାଇକ୍ ଦୁର୍ଘଟଣାରେ ଦୁଇ ଆହତ 

masiha

ବିଜେପି ୱାର୍ଡ ସଭାପତି ରବିନ୍ଦ୍ରଙ୍କ ବିଏଲ୍‌ଓଙ୍କୁ ଛତା ବଣ୍ଟନ

Leave a Comment

error: Content is protected !!