ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୁଆଁ ବସଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ

ନୁଆଁ ବସଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ

କନ୍ଧମାଳ, ତା, ୨୪/୦୫:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ହାଟପଦା ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ତତ କାଳୀନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଶିଳାନ୍ୟାସ କରିଥିଲେ | ହେଲେ ଅଦ୍ୟାବଧି ସୁଦ୍ଧା ଏକ ସୁଲଭ ବସଷ୍ଟାଣ୍ଡ ପାଇଁ ଜମି ଅଧିଗ୍ରହଣ ହୋଇ ନ ଥିବାରୁ ପ୍ରାୟ ୧ ବର୍ଷ ରୁ ଅଧିକ ହବ ଠିକାସଂସ୍ଥା ବସଷ୍ଟାଣ୍ଡ ନିର୍ମାଣ କାମ କରିପାରୁ ନ ଥିବା ଅଭିଯୋଗ କରି ଆସୁଥିଲେ | ବାରମ୍ବାର ପ୍ରଶାସନିକ ନୋଟିସ ସତ୍ୱେ ପଞ୍ଚାୟତ ଗୃହରେ ଦୋକାନ ଖୋଲି ବ୍ୟବସାୟ ଚାଲୁରଖିବା ସହ କିଛି ନିରୀହ ଜନସାଧାରଣ କୋଡିଏ ରୁ ଉର୍ଦ୍ଧ ବର୍ଷ ହେବ ଘର କରି ରହି ଆସୁଥିଲେ | ଏଣୁ ବାଧ୍ୟ ହୋଇ କୋଟଗଡ ତହସିଲଦାର ଜିତେନ୍ଦ୍ର କୁମାର ନାୟକ ଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୁଲିସ ଫୋର୍ସ,ବିଜୁଳି କର୍ମଚାରୀ, ମୋବାଇଲ ସ୍ୱାସ୍ଥ୍ୟ ଟିମ ଏବଂ ଅନୁସଙ୍ଗିକ ବ୍ୟବସ୍ଥା କରାଯାଇ ୨ଟି ବୁଲଡୋଜର ସହାୟତାରେ ଜବରଦଖଲ ଉଛେଦ କରାଯାଉଥିବା ଦେଖିବାକୁ ମିଳିଛି |ଅନ୍ୟପଟେ ଜଣେ ନିରୀହ ବୃଦ୍ଧା ଦୀର୍ଘ ବର୍ଷ ହବ ଘରକରି ରହିଆସୁଥିବା ରୁ ଭିଟା ମାଟି ଛାଡି ଯିବାପାଇଁ ଇଛା ପ୍ରକଶ ନ କରି ନିଜ ଛୋଟ କୁଡ଼ିଆ ଖଣ୍ଡିକୁ ଚାହିଁ କାନ୍ଦୁଥିବା ର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା | କୋଟଗଡରେ ବାରମ୍ବାର ଦୁର୍ଘଟଣା ଘଟୁ ଥିବାରୁ ଯାନ ବାହନ ଦୁର୍ଘଟଣା ରୋକିବାକୁ ତହସିଲଦାର ଏବଂ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କୋଟଗଡ ବଜାର ରେ ଥିବା ଦୋକାନଗୃହ ସମ୍ମୁଖ ରାସ୍ତାକୁ କବ୍ଜା କରିବାକୁ ମନା କରିବା ସହ ରାସ୍ତା ସମ୍ପ୍ରସାରଣ ପାଇଁ ବଜାର ଛକ ଠାରୁ ସୁବର୍ଣ୍ଣଗିରି ଯିବା ରାସ୍ତା ଓ ପୁରା ବଜାର କଡ଼ ରେ ମାଡ଼ି ବସିଥିବା ଉଠାଦୋକାନୀଙ୍କୁ ଉଠାଉଥିବା ଦେଖିବାକୁ ମିଳିଛି | ଏହି ସମୟରେ ତୁମୁଡିବନ୍ଧ ତହସିଲଦାର ଦୋଳଗୋବିନ୍ଦ ସାହୁ, ସୁପରଭାଇଜର ଗୋଲକ ବିହାରୀ ସାମନ୍ତସିଂହାର କର, ରାଜସ୍ବ ନିରୀକ୍ଷକ ରଂଜିତ ସାହୁ ସମେତ ବହୁ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ l 

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଆମ ପରିବେଶ ସବୁଜ ସୁନ୍ଦର କାର୍ଯ୍ୟକ୍ରମ

masiha

କୋକସରା ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ 

Sunil Chandra Nayak

ଗରିମା ପରିବାରର କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା 

Leave a Comment

error: Content is protected !!