ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ନୁତନ ତହସିଲଦାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

ଡାବୁଗାଁ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ନୁତନ ତହସିଲଦାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

ଡାବୁଗାଁ, ୩/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଡାବୁଗାଁ ତହସିଲରେ ଯୋଗଦାନ କରିଥିବା ନୁତନ ତହସିଲଦାର ଗୀତା ମୁର୍ମୁ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ମଙ୍ଗଳବାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଏହି ଅବସରରେ ଦକ୍ଷିଣ ଓଡିଶା ଆଦିବାସୀ ମହାସଂଘର ଉପ-ସଭାପତି ନରସିଂ ମାଝୀ, ଡାବୁଗାଁ ବ୍ଳକ ଜନଜାତି ସୁରକ୍ଷା ମଞ୍ଚର ସଭାପତି ମୋହନ ସିଂ ଗଣ୍ଡ, ଡାବୁଗାଁ ବ୍ଳକ ଭତ୍ରା ସାମାଜ ସଭାପତି ମୋହନ ନାୟକ, ଡାବୁଗାଁ ବ୍ଳକ ପରଜା ସାମାଜ ସଭାପତି ଫୁଲ ସିଂ ଜାନି, ବଞ୍ଜରା ସାମାଜ ସଭାପତି ଦୟାନିଧି ବଞ୍ଜରା, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରl, ଅଞ୍ଚଳା ସରପଞ୍ଚ ରମେଶ ଚନ୍ଦ୍ର ମାଝୀ, ମେଦେନା ର ପୂର୍ବତନ ସରପଞ୍ଚ ହିରଣ୍ୟ ମାଝୀ, ଡାବୁଗାଁ ବ୍ଳକ ଜନଜାତି ସୁରକ୍ଷା ମଞ୍ଚ ସମ୍ପାଦକ ରାଇ ସିଂ ପୁଜାରୀ, ଜଗଦୀଶ ଭତ୍ରl, ହିରଣ୍ୟ ମାଝୀ ପ୍ରମୂଖ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଡାବୁଗାଁ ଜନଜାତି ସୁରକ୍ଷା ମଞ୍ଚ ‘ଛ’ ଗୋଟି ସମ୍ପ୍ରଦାୟ ର ସମସ୍ତ ପ୍ରକାର ସୁବିଧା ନିମନ୍ତେ କଥା ବାର୍ତ୍ତା କରିବା ସହ କାର୍ଯ୍ୟାଳୟ ନିମନ୍ତେ ଜାଗା ଚିହ୍ନଟ କରାଇବା ନିମନ୍ତେ ତହସିଲଦାରଙ୍କୁ ଅବଗତ କରାଇଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନବରଙ୍ଗପୁରରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ 

Sunil Chandra Nayak

ବଜ୍ରାଘାତରେ ଜଣେ ମହିଳା ମୃତ, ତିନି ମହିଳା ଗୁରୁତର

Sunil Chandra Nayak

ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହ ୨୦୨୬ 

Leave a Comment

error: Content is protected !!