ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ 

ଗୋଲାମୁଣ୍ଡା ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ 

ଜୁନାଗଡ଼ (ମ ନି ସ):-ଆସନ୍ତା ଜୁନ ମାସ ୨୭ ତାରିଖରେ ଗୋଲାମୁଣ୍ଡା ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି I ଏହି ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ପାଳନ କରିବା ପାଇଁ ଗୋଲାମୁଣ୍ଡା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I ଶ୍ରୀ ଜଗନ୍ନାଥ ମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ରୀତିନୀତି ବିଭିନ୍ନ ତାରିଖରେ ପାଳନ କରାଯିବ I ଜୁନ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, , ଜୁନ ୨୭ ତାରିଖରେ ରଥଯାତ୍ରା,ଜୁଲାଇ ୦୧ ତାରିଖରେ ହେରା ପଞ୍ଚମୀ, ଜୁଲାଇ ୦୪ରେ ସନ୍ଧ୍ଯା ଦର୍ଶନ, ଜୁଲାଇ ୦୫ ରେ ବାହୁଡା ଯାତ୍ରା, ସମାଗମ ହେବ।ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା I ରଥଯାତ୍ରା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ଵତନ୍ତ୍ର କାର୍ଯ୍ୟ ପାଇଁ ନିୟୋଜିତ ହେବେ I ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ପାଣି ବ୍ୟବସ୍ଥା ରହିବ, , ଟ୍ରାଫିକ ଜୋନ ବ୍ୟବସ୍ଥା, ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା, ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥାର ପରିଚାଳନା ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏହାବ୍ଯତୀତ ରେଳବାଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇ ଥିଲା । ଦଳା ଚକଟା ଭଳି ପରିସ୍ଥିତିକୁ ଏଡାଇବା ନିମନ୍ତେ ସଜାଗ ତଥା ସ୍ୱତନ୍ତ୍ର ବ୍ୟବସ୍ଥା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ଼ ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ସୁବିଧା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କାର୍ଯ୍ୟକ୍ରମ ରେ ରାକେଶ କୁମାର ଅଗ୍ରୱାଲ, ସୁବାସ ଚନ୍ଦ୍ର ରାଉତ, ଅଭିରାମ ନାଏକ, ଚତୁର ଭୁଜ ନାଏକ, ଇଂ ଧିରେନ୍ କୁମାର ନାଏକ, ଗଗନ ମୁଣ୍ଡ, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ସତ୍ୟ ନାରାୟଣ ବିଶି, ନରେନ୍ଦ୍ର ନାଏକ, ଜନ୍ମ ଜୟ ମାଝୀ, ଅନାଦି ରାଉତ, ଘନ ଶ୍ୟାମ ନାଏକ ଓ ଗୋଲାମୁଣ୍ଡା ସମସ୍ତ ଗ୍ରାମ ବାସି ବୃନ୍ଦ ଉପସ୍ଥିତ ଥିଲେ। ଜଗନ୍ନାଥଙ୍କ ମୂଖ୍ୟ ସେବକ ଚତୁର ଭୁଜ ନାଏକ ସଭା ପରିଚାଳନା କରିଥିବା ବେଳେ କୁମର ରଣା ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

୮୦ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ 

masiha

ଗୋରୁମହିଷାଣୀ ଅଂଚଳର ଯୁବକ ନିଖୋଜ

Sunil Chandra Nayak

ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

Sunil Chandra Nayak

Leave a Comment

error: Content is protected !!