ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ନିରୀକ୍ଷଣ ଟିମ୍ ଉମରକୋଟ ବ୍ଲକର ବିଭିନ୍ନ ବିହନ ବ୍ୟବସାୟୀଙ୍କ ଦୋକାନ ଉପରେ ନିରୀକ୍ଷଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ 

 ଜିଲ୍ଲା ସ୍ତରୀୟ ନିରୀକ୍ଷଣ ଟିମ୍ ଉମରକୋଟ ବ୍ଲକର ବିଭିନ୍ନ ବିହନ ବ୍ୟବସାୟୀଙ୍କ ଦୋକାନ ଉପରେ ନିରୀକ୍ଷଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ 

ନବରଙ୍ଗପୁର:(୧|୬)(ରବି ନାରାୟଣ ମହାନ୍ତି)ଶ୍ରୀ ଶୁଭଙ୍କର ମହାପାତ୍ର, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶାନୁସାରେ, ଏକ ଜିଲ୍ଲା ସ୍ତରୀୟ ନିରୀକ୍ଷଣ ଟିମ୍ ଉମରକୋଟ ବ୍ଲକର ବିଭିନ୍ନ ବିହନ ବ୍ୟବସାୟୀଙ୍କ ଦୋକାନ ଉପରେ ନିରୀକ୍ଷଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଟିମରେ ଅନ୍ତର୍ଭୁକ୍ତ ଥିଲେ lଶ୍ରୀ ପ୍ରଣୟ କୁମାର ମାନ୍ତ୍ରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରତିନିଧିଶ୍ରୀ ନିଳାମ୍ବର ପୁଝାରୀ, ଅତିରିକ୍ତ ତହସିଲଦାର, ଉମରକୋଟଶ୍ରୀ ଅନିଳ କୁମାର ପ୍ରହରାଜ, କୃଷି ଜିଲ୍ଲା ଅଧିକାରୀ, ନବରଙ୍ଗପୁରଶ୍ରୀ ପ୍ରସାନ୍ତ କୁମାର ବାଗ, ବିହନ ନିରୀକ୍ଷକ, ଉମରକୋଟଏହି ନିରୀକ୍ଷଣରେ ସର୍ବମୋଟ 15 ଟି ବିହନ ବ୍ୟବସାୟୀଙ୍କ ଦୋକାନ ଯାଞ୍ଚ କରାଯାଇଥିଲା।

ପରିଣାମ ଓ ଗୃହୀତ କାର୍ଯ୍ୟ: କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି: ୧୪ ତନ୍ମଧ୍ୟରୁ 3 ଜଣ ବ୍ୟବସାୟୀଙ୍କ ସାମୁୟିକ ଲାଇସେନ୍ସ ନିଲମ୍ବନ ପାଇଁ କୃଷି ଜିଲ୍ଲା ଅଧିକାରୀ ଉମରକୋଟଙ୍କୁ ଅନୁମୋଦନ ଦିଆଯାଇଛିଶ୍ରୀ ରାକେଶ କୁମାର ଅଗ୍ରୱାଲ, ଧେପାଗୁଡା, ଉମରକୋଟଙ୍କ ଠାରୁ ନିମ୍ନଲିଖିତ ବିହନ ବ୍ୟାଗ ଜବତ କରାଯାଇଛି lSIRI ବ୍ରାଣ୍ଡ: 8 ବ୍ୟାଗ, ADVANTA ବ୍ରାଣ୍ଡ: 22 ବ୍ୟାଗ, Syngenta ବ୍ରାଣ୍ଡ: 46 ବ୍ୟାଗଏହି ବିହନ ଗୁଡିକର ଉତ୍ସ ପ୍ରମାଣପତ୍ର ନଥିବାରୁ ଜବତ କରାଯାଇଛି ଏବଂ କୃଷି ବିଭାଗ ଠାରୁ ନିର୍ଦେଶ ନ ପାଇବା ପର୍ଯ୍ୟନ୍ତ ଶ୍ରୀ ରାକେଶ କୁମାର ଅଗ୍ରୱାଲ ଜବତ ହୋଇଥିବା ବିହନକୁ କାହାରିକୁ ବିକ୍ରୟ କରିପାରିବେ ନାହିଁ କିମ୍ବା ସ୍ଥାନାନ୍ତରଣ କରିପାରିବେ ନାହିଁ। ସମସ୍ତ ବୀଜ ବ୍ୟବସାୟୀଙ୍କୁ ଏହି ଚେତାବନୀ ଦିଆଯାଇଛି ଯେ, ଯେକୌଣସି କମ୍ପାନୀର ବିହନକୁ ବିନା ଉତ୍ସ ପ୍ରମାଣପତ୍ରରେ ରଖିବାକୁ ଅନୁମତି ନାହିଁ। 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପୋଲତଳକୁ ବାଇକ ଖସି ନାବାଳକ ସମେତ ଦୁଇ ଗୁରୁତର

Sunil Chandra Nayak

ଏନଏସି ୱାର୍ଡ ଅଫିସର ଚୟନରେ ଅନିୟମିତତା ଅଭିଯୋଗ

Sunil Chandra Nayak

୬୦ତମ ବାର୍ଷିକ ଗୁରୁ ଭକ୍ତ ସମ୍ମିଳନୀ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!