ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ହରିଶଙ୍କର ରେ ସମ୍ପୂର୍ଣ ହେଲା ଶିବବିବାହ ଓ ଶୀତଳ ଷଷ୍ଠି

ହରିଶଙ୍କର ରେ ସମ୍ପୂର୍ଣ ହେଲା ଶିବବିବାହ ଓ ଶୀତଳ ଷଷ୍ଠି

 ବଲାଙ୍ଗୀର ଜିଲ୍ଲା ର ପ୍ରସିଦ୍ଧ ତୀର୍ଥ ପୀଠ ହରିଶଙ୍କର ଠାରେ ସର୍ବଭାରତୀୟ ସ୍ଵାଲାଖ ବିଞ୍ଜାଲ ସମାଜ ଓ ଦଲ ସମାଜ ପକ୍ଷରୁ ମାଁ ବିନ୍ଧ୍ୟ‌‌‌ବାସନ୍ତୀ ମନ୍ଦିର ପ୍ରାଙ୍ଗଣରେ ଶୀତଳଷଷ୍ଠୀ ମହୋତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ଶିବ ପାର୍ବତୀ ଙ୍କ ବିବାହ କାର୍ଯ୍ୟ ସମାପନ ହୋଇଯାଇଛି।ଜୈଷ୍ଠ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥି ୨୯:୫:୨୦୨୫ ବୁଧବାର ଦିନ ସକାଳ ସମୟରେ ମାଁ ବିନ୍ଧ୍ୟବlସିନି ମନ୍ଦିର ରୁ ବିଝାଂଲ ସମାଜ ର ଓ ଦଲ ସମାଜ ର ହଜାର ହଜାର ପୁରୁଷ ଓ ମହିଳା ଏକତ୍ରିତ ହୋଇ ହରିଶଙ୍କର ଗନ୍ଧମାର୍ଦନ ପାହାଡ଼ ରୁ ବହୁଥିବା ପାପ ନାଶିନୀ ଝରଣା ରୁ ପୂର୍ଣ୍ଣ କଳସରେ ପାଣି ଆଣି ପୁଜା ଅର୍ଚ୍ଚନା ବିବାହ ମଣ୍ଡପ କଳସ ସ୍ଥାପନ କରାଯାଇଥିଲା। ଆଜି ପରମ୍ପରା ଅନୁସାରେ ପୁଜା ବିଧି ସହ ଗୁଆ ଚୁପା ଓ ନଡ଼ିଆ ଧରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସନ୍ଧ୍ୟା ସମୟ ରେ ଦଲ ସମାଜ ତଥା ପିତା ପକ୍ଷରୁ ନାନ୍ଦୁପଲା ଗ୍ରାମ ରୁ ଏକ ବିରାଟ ଶୋଭାଯାତ୍ରା ବରଯାତ୍ରୀ ବାହାରି ମୁଖ୍ୟ ଶିବ ମନ୍ଦିର ରୁ ମାଁ ବିନ୍ଧ୍ୟ‌‌‌ବାସନ୍ତୀ ମନ୍ଦିର ଙ୍କୁ ବର ଆଗମନ କରିଥିଲେ । ବୈଦିକ ରୀତିନୀତି ଅନୁସାରେ ଶିବ ଓ ପାର୍ବତୀଙ୍କ ବିବାହ କାର୍ଯ୍ୟ କରାଯାଇଛି। ବରଯାତ୍ରୀ ଆସିଥିବା ଶ୍ରଦ୍ଧାଳୁମାନେ ମାଁ ଙ୍କ ଘରେ ପ୍ରସାତ ସେବନ କରି ଉଲ୍ଲେସିତ ହୋଇଛନ୍ତି। ଏଥିରେ ମାଁ ପାର୍ବତୀ ଙ୍କ ପିତା ଖପ୍ରାଖୋଲ ବ୍ଲକ ବିଝାଂଲ ସମାଜ ର ସଭାପତି ଚନ୍ଦ୍ରଶେଖର ବରିହା ତାଙ୍କର ଧର୍ମପତ୍ନୀ କଲାବତୀ ବରିହା ମାତା ହିସାବରେ ଦାୟି ତୁଲାଇଥିବା ବେଳେ ବର ପିତା ହିସାବରେ ତ୍ରିନାଥ ପୁଝାରୀ ଓ ମାତା ହିସାବରେ ସତ୍ୟବତୀ ପୁଝାରୀ ଦାୟି ତୁଲାଇଛନ୍ତି ଆସନ୍ତା କାଲି କନ୍ୟା ବିଦାୟ ଥିବା ବେଳେ ବରଯାତ୍ରୀ ରେ ଆସିଥିବା ଭକ୍ତ ଙ୍କ ରାତିରେ ଦଣ୍ଡ ନୃତ୍ୟ ର କାର୍ଯ୍ୟକ୍ରମ କରାଯାଇଥିବା ଖପ୍ରାଖୋଲ ବ୍ଲକ ବିଝାଂଲ ସମାଜ ର ସଭାପତି ଚନ୍ଦ୍ରଶେଖର ବରିହା ସୁଚନା ଦାଇଛନ୍ତି। ଏହି କାର୍ଯ୍ୟକ୍ରମ ଙ୍କୁ ଉଭୟ ବିଝାଂଲ ସମାଜ ଓ ଦଳ ସମାଜ ର ସମ୍ପୁର୍ଣ୍ଣ ସହଯୋଗ କରୁଥିବା ଜଣାପଡ଼ିଛି । ଦୀର୍ଘ ବର୍ଷ ଧରି ଶୀତଳଷଷ୍ଠୀ ମହୋତ୍ସବ ପାଳନ କରାଯାଇଥିବା ବେଳେ( ୨୦୨୧) ମସିହା ରୁ ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା ନିର୍ବାଚିତ ହେବା ପରେ ଦଳ ସମାଜ ବଣିକ ସ‍ଂଘ ହରିଶଙ୍କର ମନ୍ଦିର କମିଟି ସମସ୍ତ ଙ୍କୁ ଏକତ୍ରିତ କରି ଚଳିତ ବର୍ଷ। ଏହି ଅବସରରେ ସ୍ବାଲାଖ ବିଝାଂଲ ସମାଜର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ , ଖପ୍ରାଖୋଲ ବ୍ଲକର ସଭାପତି ଚନ୍ଦ୍ର ଶେଖର ବରିହା ଜିଲ୍ଲା ଉପସଭାପତି ଅଜୁର୍ନ ବରିହା ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା ବଲାଙ୍ଗୀର ବ୍ଲକ ସଭାପତି କୁଶ ବରିହା ପାଟଣାଗଡ଼ ବ୍ଲକ ସଭାପତି କିଶୋର ବରିହା ବେଲପଡା ବ୍ଲକ ସଭାପତି ସୁରେଶ ମାଝୀ ରାଜ୍ୟ ମହିଳା ସଂଗଠନ ସଭାନେତ୍ରୀ ବାୟଶ୍ରୀ ବାଗ ଅଲିଭା ବରିହା ଶଙ୍କର ପ୍ରସାଦ ମାଝୀ ଦେଓଗାଁ ବ୍ଲକ ସଭାପତି ମଦନ ବରିହା ଖପ୍ରାଖୋଲ ବ୍ଲକ ଉପସଭାପତି କେଶବ ବରିହା ଖପ୍ରାଖୋଲ ବ୍ଲକ କୋଷାଧ୍ୟକ୍ଷ ବିପିନ ବରିହା ନାନ୍ଦୁପଲା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହା ପୁଟୁଲୁ ବରିହା ଉଦ୍ଧବ ବରିହା ବିଷ ବରିହା ଟଙ୍କଧର ବରିହା ଜିଲ୍ଲା ଚପରାସି ମହେଶେ ବରିହା ଟିକେଶ୍ଵର ବରିହା ରାମଚନ୍ଦ୍ର ବରିହା ଦୁର୍ଯୋଧନ ବରିହା ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା ହରୀ ବରିହା ହୂଷୀକେଶ ବରିହା ବଲରାମ ବରିହା କାଶୀ ବରିହା ପୃର୍ଣ୍ଣଚନ୍ଦ୍ର ବାଗ ପାଣ୍ଡବ ବରିହା ବୂନ୍ଦାବନ ବରିହା ହୂଷୀ ବରିହା ଲୋଇସିଂହା ବ୍ଲକ ସଂପାଦକ ଭକ୍ତ ବରିହା ବିଶ୍ଵାସେ ଦଳ ସମାଜର ଜିଲ୍ଲା ସଭାପତି ପ୍ରାତିସିଂ ମଲ୍ଲିକ ସମ୍ପାଦକ ଇନ୍ଦ୍ରମଣି ଭୁଏ କୋଷାଧ୍ୟକ୍ଷ ହେମନ୍ତ ମଲ୍ଲିକି ଗଦାଧର ଭୁଏ ସଦାନନ୍ଦ ବଞ୍ଜଲକିଆ ଭୁବନେଶ୍ଵର ମାଝୀ ତୁଳସୀ ଭୁଏ ସଦାନନ୍ଦ ଛତ୍ରିଆ ଭଗବାନ କୁଆଁର କୁଶଧ୍ୱକ ମାଝୀ ନୃସିଂହ ପୁଝାରୀ ପଞ୍ଚାନନ ପୁଝାରୀ ବ୍ରାହ୍ମା ପୁଝାରୀ ନାରାୟଣ ପୁଝାରୀ ରୁଦ୍ର ପୁଝାରୀ ଦେବରାଜ ଭୁଏ ଧରମ ମଲ୍ଲିକ ତେଜ ମଲ୍ଲିକ ମୁରଲୀ ବିଶ୍ଵାଜ ରମେଶ ପୁଝାରୀ ଉମେଶ ପୁଝାରୀ ତିଲେଶ୍ଵର କୁଅଁର ବିନୋଦ ଠେଲା ଏବଂ ସମସ୍ତେ ତତ୍ଵାବଧାନରେ ବହୁତ ଧୁମଧାମରେ ସମ୍ପୂର୍ଣ ହେଳା ଶିବ ବିଭାହ ଓ ଶୀତଳ ଷଷ୍ଠୀ 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆଙ୍କ ଅନ୍ୟତମ ଗଣପର୍ବ ଅଗ୍ନି ଉତ୍ସବ

Sunil Chandra Nayak

ବ୍ରହ୍ମlକୁମାରୀ ଗୀତା ପାଠଶାଳା ରେ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ପାଳିତ

Sunil Chandra Nayak

ଚିଲକପୁର ରେଲଷ୍ମୀ ପୂଜା କଳସ ଶୋଭାଯାତ୍ରା

masiha

Leave a Comment

error: Content is protected !!