ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ବିକାଶ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

ଜିଲ୍ଲା ସ୍ତରୀୟ ବିକାଶ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

ସୁନ୍ଦରଗଡ଼, ୦୩/୦୬/୨୫: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାରେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ ତଥା ବିକାଶ ମେଳା। ଜିଲ୍ଲା ସ୍ତରୀୟ ବିକାଶ ମେଳା ଆୟୋଜନ ନିମନ୍ତେ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। 

     ରାଜ୍ୟ ସରକାରଙ୍କ ବିଭିନ୍ନ ଫଳପ୍ରସୂ ଏବଂ ପ୍ରଣୀତ ବିଭିନ୍ନ ଯୋଜନା ଗୁଡ଼ିକର ଉଦ୍ଦେଶ୍ୟ ଏବଂ କାର୍ଯ୍ୟାନ୍ଵୟନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଏବଂ ବହୁବିଧ ଜନକଲ୍ୟାଣକାରୀ ଦିଗ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜିତ ସହିତ ଜୁନ ୧୨ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ଯତରା ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଆୟୋଜିତ ହେବ। ଏହା ସହିତ ଜୁନ ୫ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ।  ଜିଲ୍ଲା ସ୍ତରୀୟ ବିକାଶ ମେଳା ରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗ ଗୁଡ଼ିକର ଜନକଲ୍ୟାଣକାରୀ ଯୋଜନା ଗୁଡିକ ସମ୍ପର୍କରେ ସୂଚନା ଶିକ୍ଷା ଯୋଗାଯୋଗ ମାଧ୍ୟମରେ ପ୍ରଦର୍ଶନ କରିବେ ଏହା ସହିତ ବିଭିନ୍ନ ଯୋଜନା ର ହିତାଧିକାରୀ ମାନଙ୍କ ଦ୍ଵାରା ମଧ୍ୟ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକ ବିକ୍ରୟ କରିବେ। ବିକାଶ ମେଳା ରେ ପାରମ୍ପରିକ ଖାଦ୍ୟ ଉତ୍ସବ ମଧ୍ୟ ଆୟୋଜିତ ହେବ। ସେହିଭଳି ସନ୍ଧ୍ୟାରେ କଳାକାର ମାନଙ୍କ ଦ୍ଵାରା ଲୋକନୃତ୍ୟ, ସଙ୍ଗୀତ ଆଦି ପରିବେଷଣ କରାଯିବ। 

    ଆଜିର ଏହି ପ୍ରସ୍ତୁତି ବୈଠକରେ କାର୍ଯ୍ୟକ୍ରମ ଆୟୋଜନ ଉପରେ ଜିଲ୍ଲାର ସମସ୍ତ ବିଭାଗ ଗୁଡ଼ିକ ନିଜ ନିଜ ବିଭାଗ ଦ୍ଵାରା ପ୍ରସ୍ତୁତି ସମ୍ପର୍କରେ ଅବଗତ କରେଇଥିଲେ। ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ୍ ସାହୁ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନୂତନ ସାମଦ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଆଇ ଏ ଏସ ଶିକ୍ଷାନବିଶ ଫାବି ରସିଦ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା 

masiha

ପଣ୍ଡିକୋଟ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

masiha

ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଙ୍କ ଠାରୁ ଚିକିତ୍ସା ନିମନ୍ତେ ସୁଯୋଗ

Leave a Comment

error: Content is protected !!