ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରଭଞ୍ଜରେ ADTS (ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା କେନ୍ଦ୍ର) ଉଦ୍‌ଘାଟନ ଓ ATS (ସ୍ୱୟଂକ୍ରିୟ ପରୀକ୍ଷଣ ବ୍ୟବସ୍ଥା) ନିମନ୍ତେ ଶିଳନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୟୂରଭଞ୍ଜରେ ADTS (ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା କେନ୍ଦ୍ର) ଉଦ୍‌ଘାଟନ ଓ ATS (ସ୍ୱୟଂକ୍ରିୟ ପରୀକ୍ଷଣ ବ୍ୟବସ୍ଥା) ନିମନ୍ତେ ଶିଳନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ

 ମୟୂରଭଞ୍ଜ ତା ୦୩-୦୬-୨୦୨୫ — ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର କନଭେନସନ ହଲ ଠାରୁ ଆଭାସୀ ଜରିଆରେ ମୟୂରଭଞ୍ଜରେ ସ୍ଥାପିତ ହେଉଥିବା ADTS (ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା କେନ୍ଦ୍ର) ଓ ATS (ସ୍ୱୟଂକ୍ରିୟ ପରୀକ୍ଷଣ ବ୍ୟବସ୍ଥା ) ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ୱରାଜ ବେହେରାଙ୍କ ତତ୍ୱାବଧାନ ରେ ଆୟୋଜିତ ଶୁଭାରମ୍ଭ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ ଯୋଗ ଦେଇଥିଲେ।ଆଜିର ଏହି ଶୁଭ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆଭାସୀ ମାଧ୍ୟମରେ ବାରିପଦା ଏବଂ ରାଇରଙ୍ଗପୁର ର ୨ଟି ସ୍ୱୟଂ ଚାଳିତ ଯାନ ଚାଳନା ପରୀକ୍ଷା କେନ୍ଦ୍ରର ଲୋକାର୍ପଣ ଏବଂ ବାରିପଦାର ଗୋଟିଏ ସ୍ୱୟଂକ୍ରିୟ ପରୀକ୍ଷଣ ବ୍ୟବସ୍ଥାର ଶିଳାନ୍ୟାସ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭଉଦଘାଟନ ଓ ଶିଳାନ୍ୟାସ ହେବା ପରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ଉଦଘାଟନ ଓ ଶିଳାନ୍ୟାସ ସମ୍ବନ୍ଧିତ ଫଳକକୁ ଅନାବରଣ କରିଥିଲେ।

ଆଜିର ଅନୁଷ୍ଠିତ ଉକ୍ତ ବୈଠକ ରେ ରାଇରଙ୍ଗପୁର ଏଆରଟିଓ ଶ୍ରୀ ସନ୍ଦୀପ କୁମାର ପାଇକରାୟ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ବିଜେପିର ଜିଲ୍ଲା ସଭାପତି ଶ୍ରୀ ନିହାର ରଞ୍ଜନ ମୋଦୀ ପ୍ରମୁଖଙ୍କ ସମେତ ପରିବହନ କାର୍ଯ୍ୟାଳୟର କର୍ମକର୍ତ୍ତା ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ଦ୍ବାଦଶତମ ସମାବର୍ତ୍ତନ ଉତ୍ସବ ୨୦୨୫ ନଭେମ୍ବର ୧୩ ତାରିଖରେ ବିପିୟୁଟିର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଓଡିଶା ରାଜ୍ଯପାଳ ଡକ୍ଟର ହରି ବାବୁ କମ୍ଭମପତି ଯୋଗଦେବେ

Sunil Chandra Nayak

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ୭୮ ତମ ସ୍ୱାଧୀନତା ଦିବସ -୨୦୨୪ ପାଳନ

masiha

ଅନୁଷ୍ଠିତ ହେଲା ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ

masiha

Leave a Comment

error: Content is protected !!