ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଜନତା ପାର୍ଟି ପକ୍ଷରୁ ଦର୍ଲିପଡା ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଭାରତୀୟ ଜନତା ପାର୍ଟି ପକ୍ଷରୁ ଦର୍ଲିପଡା ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

  ସାରା ଦେଶରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିବସ ୧୭ ସେପ୍ଟେମ୍ବର ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ଅବସରରେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଆୟୋଜିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଦର୍ଲିପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆମପାଣି ର ମିଳିତ ଆୟୋଜନରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ନିର୍ଦ୍ଦେଶ କ୍ରମେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱାସ୍ଥ୍ୟ ଶିବିର କୁ ଆନୁଷ୍ଠାନିକ ଭାବେ ବିଧାୟକ ପ୍ରତିନିଧି ଭାବେ ହିମାଂଶୁ କୁମାର ପଣ୍ଡା,କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼.ତତ୍ୱଦର୍ଶୀ ଦାସ,ଜିଲ୍ଲା ଉପ ସଭାପତି ମୁକେଶ ଅଗ୍ରୱାଲ,ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ଧର୍ମଗଡ ନଗରପାଳ ଅଶୋକ ମହାନ୍ତି,ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ,ବରିଷ୍ଠ ନେତା ତ୍ରିନାଥ ଶବର,ଗରୁଡ଼ଧ୍ଵଜ ମାଝୀ,ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କରିଥିଲେ। ସ୍ୱାସ୍ଥ୍ୟ ଶିବିରରେ ଆମପାଣି ଯୋନ ଅଧିନସ୍ଥ ୮ ପଞ୍ଚାୟତ ର ଶତାଧିକ ମହିଳା,ପୁରୁଷ ଓ ଶିଶୁ ରୋଗୀ ମାନେ ପହଞ୍ଚି ସେମାନଙ୍କ ନାମ ପଞ୍ଜିକରଣ କରିବା ସହ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରୁ ଆସିଥିବା ବିଶେଷଜ୍ଞ ଡାକ୍ତର ଙ୍କ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ପରାମର୍ଶ ନେଇଥିଲେ। ଏହି ଶିବିରରେ ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ରୋଗୀ ଙ୍କୁ ନିଶୁକ୍ଳ ରେ ଔଷଧ ବଣ୍ଟନ କରାଯାଇଥିଲା। ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ରେ ଭାଜପା ର ଧର୍ମଗଡ ନଗର ସଭାପତି ସୌରଭ ମିତ୍ତଲ, ବରିଷ୍ଠ କାର୍ଯ୍ୟକର୍ତ୍ତା ହେମନ୍ତ ମାଝୀ, ରାଜ୍ୟ ପରିଷଦ ସଦସ୍ୟ ଅପ୍ରେସ ସ୍ୱାଇଁ, ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ମନୀନ୍ଦ୍ର ଭୂଷଣ ପାତ୍ର, ମଣ୍ଡଳ ସଭାପତି କୋକସରା ବସନ୍ତ ନାଗ, ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରସାଦ ପ୍ରଧାନୀ, ସାଧାରଣ ସମ୍ପାଦକ କୋକସରା ମଣ୍ଡଳ ଶାରଳା ପ୍ରସାଦ ପ୍ରଧାନୀ,ମନୋଜ ନାଏକ, ସାଧାରଣ ସମ୍ପାଦକ ଆମପାଣି ମଣ୍ଡଳ ତୁଲାରାମ ନାଏକ, ଦ୍ରୋଣାଚର୍ଯ୍ୟ ପୁଝାରି,ବରିଷ୍ଠ ନେତା ସନ୍ତୋଷ କୁମାର ମାଝୀ,ଚକ୍ରଧର ବେଶ୍ରା , ମକରନ୍ଦ ବାଗ,ସନାତନ ସୁନାନୀ, ରଘୁମଣି ଖମାରି,ଗଣେଶ ନନ୍ଦ, ଖଗେଶ୍ବର ବାଣୁଆ, ଯୁବ ମୋର୍ଚ୍ଚା ସଭାପତି ଆମପାଣି ମଣ୍ଡଳ ତ୍ରିଲୋକ୍ୟ ବେଶ୍ରା,ପରିଚାଳନା ରେ ସହଯୋଗ କରିଥିଲେ।

କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା ରେ ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶର୍ମିଳା ଛାତ୍ରୀଆ, ବିପିଏମ ସୁରଜିତ ସିଂ କୁମାର,ଫାର୍ମାସିଷ୍ଟ ସୁଧୀର କୁମାର ଧଙ୍ଗଡା ମାଝୀ,ସ୍ୱପେନ୍ଦୁ ମୁଣ୍ଡ,ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର,ଭିଭିଡିଏସ ଦୁଷ୍ମନ୍ତ ରାଉତ, ଏଚଆଇଭି ପରାମର୍ଶଦାତା ଝସ କେତନ ବାରିକ ସମେତ ମହିଳା,ପୁରୁଷ ସ୍ୱାସ୍ଥ୍ୟ କର୍ମି, ସିଏଚଓ ସମେତ ସ୍ୱାସ୍ଥ୍ୟ ସେବିକା, ଆଶା କର୍ମି ମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଶିବର କୁ ଆସିଥିବା ରୋଗୀ ଙ୍କୁ ସହଯୋଗ କରିଥିଲେ।ରାଜ୍ୟ ସରକାରଙ୍କ ଏହି ମହତକାଂକ୍ଷି ଯୋଜନା କୁ ସ୍ୱାସ୍ଥ୍ୟ ଶିବିର କୁ ଆସିଥିବା ରୋଗୀ ମାନେ ସାଧୁବାଦ ଜଣାଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସଙ୍କଟକାଳୀନ ପ୍ରବାସ ହ୍ରାସ ପାଇଁ ଜିଲ୍ଲା ସ୍ତରୀୟ ସମନ୍ନୟ ବୈଠକ 

Sunil Chandra Nayak

ସିଡବ୍ଲୁଏସ ପକ୍ଷରୁ ମହିଳାଙ୍କ ଆନୁଷ୍ଠାନିକ ବୈଠକ

Sunil Chandra Nayak

ସଠିକ୍ ଭବିଷ୍ୟ ବାଣୀ ନିମନ୍ତେ ଡଃ.ମନୋଜ ଲେଙ୍କାଙ୍କୁ ଜାତୀୟ ଆଇକନ୍ ସମ୍ମାନ 

masiha

Leave a Comment

error: Content is protected !!