ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମ ସୁରକ୍ଷା ତାଲିମ ଉଦଯାପିତ 

ଆତ୍ମ ସୁରକ୍ଷା ତାଲିମ ଉଦଯାପିତ 

ବନ୍ଧୁଗାଁ ତା ୨୨/୨/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଚଳିତ ମାସର ଗତ ୬ ତାରିଖ ଦିନ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକାଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଆଠ ଦିନ ଧରି ଚାଲିଥିବା ଏହି ଶିବିରରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରୀ ୫୪ ଜଣ ଯୋଗ ଦେଇ ତାଲିମ ହାସଲ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଦର ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଦେଇଥିଲେ । ମୁଖ୍ୟ ଅତିଥି ଜଣେ ଛାତ୍ରୀ ଭାବରେ ଆମେ ଆଧ୍ୟାତ୍ମିକ ବିକାଶ ଏଵଂ ନୈତିକ ଶିକ୍ଷା ପ୍ରତି ମଧ୍ୟ ଧ୍ୟାନ୍ନ ଦେବାକୁ ଅନୁରୋଧ କରିଥିଲେ । ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ଚୌଧୁରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନୋଡାଲ ଅଫିସର୍ ସୁନନ୍ଦା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତାଲିମ ଶିବିରରେ ସ୍କୁଲର ସମସ୍ତ ଶିକ୍ଷୟତ୍ରୀ ଓ ତାଲିମ ଦାତ୍ରୀ ଶ୍ରୀମତୀ ଏଲ ମଣିଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅତି ସୁନ୍ଦର ଭାବରେ ତାଲିମ ଗ୍ରହଣ କରିଥିଲେ । ଶେଷରେ ତାଲିମ ପ୍ରାପ୍ତ ୫୪ ଜଣ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରକାର ତାଲିମ ଶିବିର ବିଦ୍ୟାଳୟ ସ୍ତରରେ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ପାଇଁ ତାଲିମ ପ୍ରଦାନ ସରକାରଙ୍କ ତରଫରୁ ପଦକ୍ଷେପ ନେଇ ଥିବାରୁ ଅଞ୍ଚଳର ଅବିଭାବକ ଓ ଅନେକ ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଜଣାଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ସାଇବର ଠକେଇରୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

masiha

” ଯଶନେ ଏ ଦସ୍ତାର ବନ୍ଦା” କାର୍ଯ୍ୟକ୍ରମରେ ଜଲସା ର ଜଲବା

Sunil Chandra Nayak

ଭଙ୍ଗା ପୋଲ ସାଜିଛି ବାଧକ ! ଆମ୍ବୁଲାନ୍ସରେ ଯିବା ପାଇଁ ରୁଆଁସି ଗ୍ରାମ ଉପରେ ନିର୍ଭର କରୁଛନ୍ତି ସୁରିଆଗଡା ଗ୍ରାମବାସୀ 

Sunil Chandra Nayak

Leave a Comment

error: Content is protected !!