ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମ ସୁରକ୍ଷା ତାଲିମ ଉଦଯାପିତ 

ଆତ୍ମ ସୁରକ୍ଷା ତାଲିମ ଉଦଯାପିତ 

ବନ୍ଧୁଗାଁ ତା ୨୨/୨/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଚଳିତ ମାସର ଗତ ୬ ତାରିଖ ଦିନ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକାଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଆଠ ଦିନ ଧରି ଚାଲିଥିବା ଏହି ଶିବିରରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରୀ ୫୪ ଜଣ ଯୋଗ ଦେଇ ତାଲିମ ହାସଲ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଦର ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଦେଇଥିଲେ । ମୁଖ୍ୟ ଅତିଥି ଜଣେ ଛାତ୍ରୀ ଭାବରେ ଆମେ ଆଧ୍ୟାତ୍ମିକ ବିକାଶ ଏଵଂ ନୈତିକ ଶିକ୍ଷା ପ୍ରତି ମଧ୍ୟ ଧ୍ୟାନ୍ନ ଦେବାକୁ ଅନୁରୋଧ କରିଥିଲେ । ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ଚୌଧୁରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନୋଡାଲ ଅଫିସର୍ ସୁନନ୍ଦା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତାଲିମ ଶିବିରରେ ସ୍କୁଲର ସମସ୍ତ ଶିକ୍ଷୟତ୍ରୀ ଓ ତାଲିମ ଦାତ୍ରୀ ଶ୍ରୀମତୀ ଏଲ ମଣିଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅତି ସୁନ୍ଦର ଭାବରେ ତାଲିମ ଗ୍ରହଣ କରିଥିଲେ । ଶେଷରେ ତାଲିମ ପ୍ରାପ୍ତ ୫୪ ଜଣ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରକାର ତାଲିମ ଶିବିର ବିଦ୍ୟାଳୟ ସ୍ତରରେ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ପାଇଁ ତାଲିମ ପ୍ରଦାନ ସରକାରଙ୍କ ତରଫରୁ ପଦକ୍ଷେପ ନେଇ ଥିବାରୁ ଅଞ୍ଚଳର ଅବିଭାବକ ଓ ଅନେକ ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଜଣାଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଅବସର ପ୍ରାପ୍ତ କୃଷି ଅଧିକାରୀଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ, ଗାଁରେ ଶୋକର ଛାୟା

masiha

ଅ’ ସାହିତ୍ୟ ପତ୍ରିକା ପକ୍ଷରୁ ନୂଆଁଖାଇ ଭେଟଘାଟ୍

masiha

ଗୁଞ୍ଜାଇ ଟୁଡୁଙ୍କ  ଅନ୍ତୋଦୟ ଗୃହ ଯୋଜନା ସମ୍ପୂର୍ଣ୍ଣ କେବେ?

Sunil Chandra Nayak

Leave a Comment

error: Content is protected !!