ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘ ୧୫ ପରେ ଇନ୍ଦ୍ରାବତୀ ଦକ୍ଷିଣ ସଂପ୍ରସାରଣ କେନାଲ ପ୍ରଣାଳୀ ର ରାସ୍ତା ଉନ୍ନତି କରଣ

ଦୀର୍ଘ ୧୫ ପରେ ଇନ୍ଦ୍ରାବତୀ ଦକ୍ଷିଣ ସଂପ୍ରସାରଣ କେନାଲ ପ୍ରଣାଳୀ ର ରାସ୍ତା ଉନ୍ନତି କରଣ

କଳାହାଣ୍ଡି:୦୪/୦୬ – (ମନିସ):- ଉପର ଇନ୍ଦ୍ରାବତୀ ପ୍ରକଳ୍ପର ଦକ୍ଷିଣ କେନାଲ ବିଭାଜନ ନ – ୨, ଜୁନାଗଡ ଅନ୍ତର୍ଗତ ଦକ୍ଷିଣ ସଂପ୍ରସାରଣ କେଳାଲ ପ୍ରଣାଳୀ ଦ୍ବାରା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ କେସିଙ୍ଗା ବ୍ଳକରେ ୧୫୨୬୦ ହେକ୍ଟର ଚାଷ ଜମିକୁ ଜଳସେଚନ କରିବା ଲକ୍ଷ୍ୟଧାର୍ଯ୍ଯ କରାଯାଇଛି। ଏହି କେନାଲ ପ୍ରଣାଳୀ ଭବାନୀପାଟଣା ବ୍ଳକର ବଡଫୁଣ୍ତା ଗ୍ରାମରୁ କେସିଙ୍ଗା ବ୍ଳକର ଗୌଡତଲା ଗ୍ରାମ ପର୍ଯ୍ୟନ୍ତ ଯାଇଅଛି ଏବଂ ଏହାଦ୍ବାରା ଭବାନୀପାଟଣା ବ୍ଳକର ୩୨ ଗୋଟି ଓ କେସିଙ୍ଗା ବ୍ଳକର ୧୭ ଗ୍ରାମ ଉପକୃତ ହେଉଛନ୍ତି। ଏହି ସବୁ ଗ୍ରାମର ଚାଷୀ ଓ ଅଞ୍ଚଳବାସୀ ଇନ୍ଦ୍ରାବତୀ କେନାଲ ବନ୍ଧ ରାସ୍ତା ଗୁଡିକୁ ତାଙ୍କର ନିତିଦିନିଆ ଯିବା ଆସିବା ବ୍ଯବହାର କରି ଆସୁଛନ୍ତି। ଏହି ରାସ୍ତା ଗୁଡିକ ଚାଷୀଭାଇ ମାନଙ୍କ ଅତ୍ଯନ୍ତ ଆବଶ୍ଯକୀୟ ହୋଇଥିବା ବେଳେ ଏହା ପୁନରୁଦ୍ଧାର ହେଉନଥିବା ଯୋଗୁଁ ଚାଷୀମାନଙ୍କ ମହଲରେ ଚୀବ୍ର ଅସନ୍ତୋଷ ପ୍ରକାଶ ପାଉଥିଲା। ଏହି ରାସ୍ତା ଗୁଡିକର ଦୂରାବସ୍ଥା ଯୋଗୁଁ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଯାତାୟାତ କରି ପାରୁନଥିଲେ। ବର୍ଷା ଦିନେ କୌଣସି ହୁଡା ଭାଙ୍ଗିଗଲେ ତାର ମରାମତି ସାମଗ୍ରୀ ପହଞ୍ଚି ପାରୁ ନଥିଲା। ଚାଷୀଙ୍କ ଅଭିଯୋଗ ଆଖିରେ ରଖି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଏବଂ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତତ୍ପରତା ପ୍ରକାଶ କରି କାପେକ୍ସ ଯୋଜନା ଦ୍ବାରା ୪୭ କୋଟି କୋଟି ଟଙ୍କା ବ୍ଯୟ ବରାଦରେ ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ ନ – ୨ ଦ୍ବାରା ଦକ୍ଷିଣ ସଂପ୍ରସାରଣ ମୁଖ୍ୟ କେନାଲ ପ୍ରଣାଳୀର ୬୨. ୫ କିଲୋମିଟର କେନାଲ ବନ୍ଧ ରାସ୍ତାକାମ ଗୁଡିକ ତ୍ବରାନ୍ବିତ କରାଯାଇଛି। ଯାହାଫଳରେ ଭବାନୀପାଟଣା ବ୍ଳକ ଓ କେସିଙ୍ଗା ବ୍ଳକର ୪୯ ଟି ରାଜସ୍ୱ ଗ୍ରାମ ପ୍ରତ୍ଯକ୍ଷ ଭାବରେ ଓ ତତ୍ସଲଗ୍ନ ଅନ୍ଯାନ୍ଯ ଗ୍ରାମ ଗୁଡିକ ମଧ୍ୟ ପରୋକ୍ଷ ଭାବରେ ଉପକୃତ ହୋଇ ପାରିଛନ୍ତି। ଚାଷୀ ଭାଇଙ୍କ ଦାବି ଅନୁଯାୟୀ ନିହାତି ଜରୁରୀ ସ୍ଥାନରେ କେନାଲ ହୁଡା ବନ୍ଧ ତଳେ କଂକ୍ରିଟ ରକ୍ଷକବାଡ ଦେଇ ଚାଷୀଙ୍କର ଜମିର ସୁରକ୍ଷା ସହିତ କେନାଲର ହୁଡାର ସ୍ଥାୟୀତ୍ବ ପ୍ରଦାନ କରାଯାଇଛି। ଏହି ସବୁ କାମ ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ ନ,- ୨ ଜୁନାଗଡ କାର୍ଯ୍ଯାଳୟର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଚିନ୍ତାମଣି ଜାଲ ଙ୍କ ତତ୍ବାବଧାନରେ ତଥା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ଜଗନ୍ନାଥ ପାଣିଗ୍ରାହୀଙ୍କର ପ୍ରୋତ୍ସାହନ ଏବଂ କ୍ବାଲିଟି କଣ୍ଟ୍ରୋଲ ବିଭାଜନର ଅଧିକ୍ଷଣ ଯନ୍ତ୍ରୀଙ୍କର ତଦାରଖ ଦ୍ବାରା ସୁରୁଖୁରୁରେ କରାଯାଇଛି। ବିଭାଗର ଅନ୍ଯାନ୍ଯ ଅଧିକାରୀ ମାନେ ମଧ୍ୟ ସୁଚାରୁ ଭାବେ ନିଜ ନିଜ ଦାୟିତ୍ୱ ତୁଲାଇ ଛନ୍ତି। ଏହି କେନାଲ ରାସ୍ତା ଗୁଡିକ ଅନ୍ଯାନ୍ଯ ରାଷ୍ଟ୍ରୀୟ ମାର୍ଗ ତଥା ଜିଲ୍ଲାର ମୁଖ୍ୟ ସହରକୁ ସହଜରେ ଏବଂ କମ ଦୂରତା ବିଶିଷ୍ଟ ହୋଇ ଥିବାରୁ ଅଞ୍ଚଳ ବାସୀ ଓ ଚାଷୀମାନେ ବିଲବାଡି କାମ ତଥା ଯନ୍ତ୍ରପାତି ନିଆ ଅଣା ସହଜରେ କରି ପାରିବେ। ଦୀର୍ଘ ୧୫ ବର୍ଷ ପରେ ଏହି କେନାଲ ବନ୍ଧ ରାସ୍ତାର ସୁବିଧା ପାଇବା ପାଇ ଥିବାରୁ ଅଞ୍ଚଳ ବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। ଏତତ୍ ବ୍ଯତୀତ ଉକ୍ତ କେନାଲ ବନ୍ଧ ରାସ୍ତାର ଆବଶ୍ୟକତା ରହିଛି। ଏହି ସବୁ କାର୍ଯ୍ଯ ନିମନ୍ତେ ଆଗାମୀ ଦିନରେ ଅନୁଦାନ ର ସୁବିଧା କଳ୍ପେ କାର୍ଯ୍ଯ ଗୁଡିକ ର ସମ୍ପାଦନ କରା ଯିବା ପାଇଁମୁଖ୍ୟ ନିର୍ମାଣ ଯନ୍ତ୍ରୀ ମହୋଦୟ ସମସ୍ତ ଚାଷୀ ମାନଙ୍କୁ ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଛନ୍ତି ଏହା ଫଳରେ ସମଗ୍ର ଚାଷୀ କୁଳ ସରକାର ଙ୍କୁ ସାଧୁବାଦ ଜଣାଇବା ସହିତ ଅଶେଷ କୃତଜ୍ଞତା ଜ୍ଞାପନ କରିଥିବା ଜଣାପଡ଼ିଛି। 

ବଲଭଦ୍ର ବାଗ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି: ଜଂଗଲୀ ହାତୀ ଘଉଡାଇବାକୁ ଯାଇଥିବା ବେଳେ ଅଘଟଣ , ରେଞ୍ଜରଙ୍କୁ ଦଳିଦେଲା ହାତୀ । କଳାହାଣ୍ଡିର ନର୍ଲା ରେଞ୍ଜରଙ୍କୁ ଦଳି ଦେଇଛି ହାତୀ

masiha

ମୟୂରଭଂଜ ସାଂସଦଙ୍କ ଶତାୟୂମାତା ଧର୍ମପ୍ରାଣ ସଲମା ମାଝୀଙ୍କ ଦେହାନ୍ତ

Sunil Chandra Nayak

ନୃସିଂହନାଥ ଠାରେ ବିଂଝାଲ ସାମାଜ ପକ୍ଷରୁ ମହାସଭା ପାଇଁ ଏକ ପ୍ରସ୍ତୁତି 

masiha

Leave a Comment

error: Content is protected !!