ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ପରିବେଶ ଦିବସ -୨୦୨୫ ପାଳିତ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ପରିବେଶ ଦିବସ -୨୦୨୫ ପାଳିତ

ଢେଙ୍କାନାଳ : ତା.୦୫.୦୬.୨୦୨୫ରିଖ : ସ୍ଥାନୀୟ ହୋଟେଲ୍ ଦେବକନ୍ୟା କନ୍ଫରେନ୍ସ ହଲ୍ ରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା ) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ଵ ପରିବେଶ ଦିବସ -୨୦୨୫ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ। ଏହି ସଭାରେ ଉଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ।ଅନ୍ୟତମ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଭିକାରୀ ଚରଣ ରାଉତ,ପ୍ରାକ୍ତନ ସିବିଆଇ ବିଚାରପତି ସ୍ଵୀୟ ବକ୍ତବ୍ୟରେ ମୋ ପରିବେଶ,ମୋ ଦାୟୀତ୍ଵ। ପରିବେଶ ସଚେତନତା ହିଁ ସୁରକ୍ଷା ଓ ସୁରକ୍ଷା ହିଁ ଜୀବନ ରକ୍ଷା,ତେଣୁ,ସମସ୍ତଙ୍କର ପାରିପାର୍ଶ୍ବିକ ପରିବେଶର ଉନ୍ନତିରେ ହିଁ ସମାଜର ପ୍ରଗତି ସମ୍ଭବ ବୋଲି ଦୃଢ଼ ମତପୋଷଣ କରିଥିଲେ । ଅନ୍ୟତମ ମୁଖ୍ୟବକ୍ତା ଭାବରେ ଅଧ୍ୟାପିକା ମୀରା ବେଉରା ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ସୁସ୍ଥ ପରିବେଶ ସୁସ୍ଥ ଶରୀର,ସୁସ୍ଥ ମନର ଜନକ।ପରିବେଶ ହିଁ ସମ୍ପଦ ଏବଂ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ଜନସାଧାରଣଙ୍କ ଉତ୍ତମ ପରିବେଶ ଏକାନ୍ତ ଆବଶ୍ୟକ ବୋଲି ଦୃଢ଼ ମତ ପୋଷଣ କରିଥିଲେ। ଉକ୍ତ ସଭାରେ ବରିଷ୍ଠ ଶିକ୍ଷାବିତ୍,ୟୁନେସ୍କୋର ଆଜୀବନ ସଦସ୍ୟ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ସ୍ୱୀୟ ବକ୍ତବ୍ୟରେ ଉଫୁନା ଜାତିସଂଘର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ବିଶ୍ଵ ପରିବେଶ ସଚେତନତାର ପ୍ରଚାର ଓ ପ୍ରସାର କରିବା ସଙ୍ଗେ ସଙ୍ଗେ ବିଶ୍ୱରେ ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ଭାବରେ ବିଶ୍ଵ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅବ୍ୟାହତ ରଖିଛି ବୋଲି କହିବା ସଙ୍ଗେ ସଙ୍ଗେ ବିଶ୍ଵ ପରିବେଶ ଦିବସ -୨୦୨୫ ପାଇଁ ଦୁଇଟି ଇଂରାଜୀ ଓ ଗୋଟିଏ ଓଡ଼ିଆ ସନେଟ୍ ପାଠ କରିଥିଲେ ଓ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ। ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ କହିଲେ ଯେ ବିଶ୍ବ ପରିବେଶ ସଂଗଠନ ପକ୍ଷରୁ ପ୍ରତିବର୍ଷ ଆଜିର ଦିନ ୫ ଜୁନ୍ ରେ ପାଳନ କରାଯାଇଥାଏ ‘ବିଶ୍ବ ପରିବେଶ ଦିବସ’। ସାରା ବିଶ୍ବର ଲୋକମାନେ ବିଶ୍ଵ ପରିବେଶ ପ୍ରତି ଯତ୍ନଶୀଳ ହେବାପାଇଁ ଲୋକମାନଙ୍କମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି ଦିବସ ପାଳନ କରାଯାଇଥାଏ। ବିଶ୍ୱର ପ୍ରାୟ ୧୪୩ଟି ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଇଥାଏ। ପରିବେଶର ଯତ୍ନ ନେବାକୁ ଏହି ଦିବସ ସମସ୍ତଙ୍କୁ ବାର୍ତ୍ତା ଦେଇଥାଏ।୧୯୭୨ରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି।ମିଳିତ ଜାତିସଂଘ ୧୯୭୨, ଜୁନ୍‌ ୫ରେରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକ କରିଥିଲା।ବୈଠକ ପରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା। ବିଶ୍ବ ପରିବେଶ ଦିବସର ଚଳିତ ବର୍ଷର ବିଷୟବସ୍ତୁ ରହିଛି “ପ୍ଲାଷ୍ଟିକ୍ ପ୍ରଦୂଷଣକୁ ମୁକାବିଲା,ନିୟନ୍ତ୍ରଣ କରି ପରାସ୍ତ କରିବା”।

ଅନ୍ୟ ମଞ୍ଚାସୀନ ବକ୍ତାମାନଙ୍କ ମଧ୍ୟରେ ସମାଜସେବୀ ସରୋଜ ଶତପଥୀ,ପ୍ରଫେସର୍ ଡ.ପ୍ରମୋଦ ନାୟକ,ଉଦ୍ଭିଦ ବିଜ୍ଞାନୀ ଡ.ନିରୋଦ ଚନ୍ଦ୍ର ରାଉତ,ନାରୀନେତ୍ରୀ ସ୍ମିତାରାଣୀ ସାମଲ, ସୋମେନ୍ଦୁ ଶତପଥୀ,ରୋମେନା ବେଗମ୍,ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ,ପ୍ରାକ୍ତନ ଜିଲ୍ଲା ବନ ଅଧିକାରୀ ଅଦ୍ଵୈତ ରାଉତ,ମାନ ଗୋବିନ୍ଦ ଦଳାଇ,ନୀଳମଣି ମହାରଣା,ଡ.ତୁଷାର କାନ୍ତି ନାୟକ,ଅଧକ୍ଷ ଡ.ସମୀର ସାହୁ,ଇଂ.ଅବିନାଶ ଦାସ, ସମାଜସେବୀ ଶେଷଦେବ ରାଉତ୍ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ କହିଥିଲେ ଯେ ଆଜି ଲୋକମାନଙ୍କ ପରିବେଶର ସୁରକ୍ଷା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ଭିତ୍ତିଭୂମିର ପୂର୍ଣ୍ଣାଙ୍ଗ ବିକାଶ,ନିରାମୟ ସୁସ୍ଥ ପରିବେଶ ଗଠନ ପାଇଁ ଅନେକ ସଚେତନଧର୍ମୀ କାର୍ଯ୍ୟକ୍ରମ ସରକାର ହାତକୁ ନେବା ଦରକାର।ତେବେ ଅନେକ କ୍ଷେତ୍ରରେ ଦେଖାଯାଏ ଲୋକମାନଙ୍କ ଅସଚେତନତାରୁ ନିଜେ ନିଜର ପରିବେଶର ଧ୍ଵଂସର କାରଣ ହୋଇଥାନ୍ତି।ପରିବେଶ ହିଁ ସମ୍ପଦ ଏବଂ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନରେ ସମସ୍ତଙ୍କ ଐକାନ୍ତିକ ନିଃସ୍ବାର୍ଥପର ଦାୟିତ୍ବ ସମ୍ପନ୍ନ କାର୍ଯ୍ୟ ଦ୍ବାରା ସମାଜ ଓ ରାଷ୍ଟ୍ରର ବିକାଶ ସମ୍ଭବ ବୋଲି ସମସ୍ତ ବକ୍ତା ଦୃଢ଼ୋକ୍ତି ପ୍ରକାଶ କରିଥିଲେ। 

ମଣିଷ ନିଜର ଜାଣତରେ ହେଉ କିମ୍ବା ଅଜାଣତରେ ପରିବେଶ ପ୍ରତି ଅନେକ ଅନ୍ୟାୟ କରିଥାଏ। ଆଉ ଏଥିରୁ ନିର୍ଗତ ହେଉଥିବା ଧୂଆଁ ପରିବେଶ ପ୍ରଦୂଷଣ କରିଥାଏ। ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ। ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ।

ମଣିଷ ଏବଂ ପରିବେଶ ମଧ୍ୟରେ ବହୁତ ଗଭୀର ସମ୍ପର୍କ ରହିଛି। ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ। ପରିବେଶ କ୍ରମାଗତ ଭାବରେ ଦୂଷିତ ହେଉଛି,ଯାହା ଆମ ଜୀବନରେ ଗଭୀର ପ୍ରଭାବ ପକାଉଛି ।ତେବେ ଏହି ଦିବସ ସେତେବେଳ ସଫଳ ହେବ ଯେତେବେଳେ ସମସ୍ତେ ପରିବେଶର ଯତ୍ନ ନେବେ।ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝିବାକୁ ପଡ଼ିବ ଯେ ପରିବେଶ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ।ଆମ ରାଜ୍ୟ ଓଡ଼ିଶାରେ ଅପର୍ଯ୍ୟାପ୍ତ ଖଣି ଖନନଠାରୁ ଆରମ୍ଭ କରି ଘରଦ୍ଵାର,ରାସ୍ତାଘାଟ ଏତେ ପରିମାଣରେ ତିଆରି ହେଉଛି ଯେ ଜଙ୍ଗଲ ପାହାଡ କଥା ଛାଡ,ଚାଷ ଜମି ବି ବାଦ ପଡୁନାହିଁ। ଖଣି ଖୋଳା ଚାଲିଛି, ଜଙ୍ଗଲ ବି ପଦା ହେବାରେ ଲାଗିଛି। ଜଙ୍ଗଲ ପଦା ହେବାରୁ ପଶୁପକ୍ଷୀ ବାସହରା ହେଉଛନ୍ତି ଓ ନିପାତ ହୋଇ ଯାଉଛନ୍ତି।ଆଜିକାଲି ହାତୀମାନେ ଦଳବାନ୍ଧି ଜନପଦକୁ ଆସିବା,ଫସଲ ନଷ୍ଟ କରିବା ଓ ବେଳେବେଳେ ମଣିଷଙ୍କୁ ଆକ୍ରମଣ କରି ମାରିବା ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି।ଖଣି ଖାଦାନଠାରୁ ଆରମ୍ଭ କରି ସହରାଞ୍ଚଳ ବ୍ୟାପକ କରିବା ଦ୍ଵାରା ପ୍ରାକୃତିକ ପରିବେଶରେ ଯେଉଁ ଖାଦ୍ୟାଭାବ ସୃଷ୍ଟି ହେଉଛି ତାହା ହାତୀମାନଙ୍କ ପ୍ରକୃତିକୁ ପରିବର୍ତ୍ତନ କରୁଛି ବୋଲି କହିଲେ କିଛି ଭୁଲ ହେବ ନାହିଁ। ସେ ଯାହା ବି ହେଉ,ମଣିଷ ସମାଜ ବଞ୍ଚି ରହିବା ପାଇଁ ପ୍ରକୃତି ହେଉଛି ମୂଳ ଉତ୍ସ। ସେହି ଉତ୍ସକୁ ସମୂଳେ ନାଶ କରିବା ଭଳି କାର୍ଯ୍ୟ କରିବା ହେଉଛି ସୁନା ଅଣ୍ଡା ଦେଉଥିବା କୁକୁଡ଼ାକୁ ସଂପୂର୍ଣ୍ଣ ମାରିଦେବା ଭଳି କଥା। ପୃଥିବୀର ଧାରଣ କ୍ଷମତାକୁ ଅତୁଟ ରଖି ମଣିଷ ସମାଜର ବିକାଶ କେମିତି ହେବ ସେ ବିଷୟରେ ଚିନ୍ତା କରିବା ନିହାତି ଜରୁରୀ। ଅନ୍ୟଥା ଆମ ପୃଥିବୀରେ ଅହରହ ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିବ ଓ ତାହା ମଣିଷମାନଙ୍କ ତିଷ୍ଠି ରହିବା ପାଇଁ ଚରମ ଅବସ୍ଥା ସୃଷ୍ଟି କରିବ।ତେଣୁ,ଆମର ଭବିଷ୍ୟତ ପିଢି ପାଇଁ ଆମକୁ ସଚେତନ ହେବାକୁ ପଡିବ। ଏହି ଦିନ ବିଶ୍ବସ୍ତରରେ,ଜାତୀୟ ସ୍ତରରେ,ଜିଲ୍ଲା ସ୍ତରରେ ଏବଂ ବ୍ଲକ୍ ସ୍ତରରେ ବିଭିନ୍ନ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ ଆଧାରରେ କ୍ୟାମ୍ପ୍ ,ଜନ ସଚେତନତା ମେଳା ଆଦିର ଆୟୋଜନ ପୂର୍ବକ ଏହି ଦିବସଟିକୁ ପାଳନ କରାଯାଇଥାଏ ଓ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ବିଶ୍ବ ପରିବେଶ ସଂଗଠନ ଅବିରତ ଏହାର କାର୍ଯ୍ୟକ୍ରମ ଜାରୀ ରଖିଛି ବୋଲି ସମସ୍ତ ବକ୍ତା ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଓ ସମ୍ମାନୀୟ ବକ୍ତାବୃନ୍ଦ ଜାତିସଂଘର ବହୁମୁଖୀ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ଆଲୋଚନା କରିବା ସଙ୍ଗେ ସଙ୍ଗେ ବିଶ୍ଵ ପରିବେଶ ସୁରକ୍ଷା ପ୍ରତି ନିଜେ ସଚେତନ ହୋଇ ସମସ୍ତେ ଯଦି ବିଶ୍ଵ ପରିବେଶ ସୁରକ୍ଷାର ନୀତି,ନିୟମ ପାଳନ କରନ୍ତେ ତାହା ନିଜ ପ୍ରତି,ନିଜ ପରିବାର ପ୍ରତି ସର୍ବୋପରି ସମାଜ ତଥା ଦେଶ ପ୍ରତି ଆଶୀର୍ବାଦ ହୋଇଯାଆନ୍ତା ବୋଲି ଦୃଢ଼ ମତ ପୋଷଣ କରିଥିଲେ।ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ଡ଼ା.ଦେବୀ ପ୍ରସାଦ ମିଶ୍ର,ଅବସପ୍ରାପ୍ତ ଅଧ୍ୟାପିକା ଡ.ମାନସୀ କର,କବୀ ସୁକାନ୍ତି ସାହୁ,ଡ.ଅନୁପମା ମିଶ୍ର,ସୁକାନ୍ତି ସାହୁ, ଡ.ପ୍ରମୋଦ ପରିଡା,ଲିଙ୍କୁ ପତି,କାହ୍ନୁ ଚରଣ ବାରିକ ପ୍ରମୁଖ କବିବୃନ୍ଦ ସ୍ୱରଚିତ କବିତା ପାଠ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ଶିକ୍ଷାବିତ୍ ବିଶ୍ଵନାଥ ମହାପାତ୍ର, ପ୍ରେମାନନ୍ଦ ଶତପଥୀ,ତରୁଣ କୁମାର ବିଶ୍ବାଳ, ଜିତାମିତ୍ରା ଶତପଥୀ, ରବିନାରାୟଣ ସେଠୀ,ବସନ୍ତ ବିଶ୍ୱାଳ, ପୀତବାସ ସାହୁ,ଚନ୍ଦ୍ରମଣି ନାୟକ,ଲକ୍ଷ୍ମୀଧର ଶତପଥି,ସୁଜାତା ପଟ୍ଟନାୟକ,ବର୍ଷା ପଟ୍ଟନାୟକ,ସୌମ୍ୟରଞ୍ଜନ ପଟ୍ଟନାୟକ, ମଧୁସ୍ମିତା ସାହୁ,ପରିବେଶବିତ୍ ପ୍ରାକୃତିକ ଚିକିତ୍ସା ବିଶାରଦ ପୀତବାସ ସାହୁ,ରୁଦ୍ର ପ୍ରସାଦ ଶରଣ,ବିପିନ ବିହାରୀ ବେହେରା,ଶ୍ୟାମ ସୁନ୍ଦର ସାହୁ,ଦେବ ପ୍ରସାଦ ମିଶ୍ର,ତରୁଣ କୁମାର ବିଶ୍ବାଳ, ଯୁଧିଷ୍ଟିର ସାହୁ,ଦିଲ୍ଲୀପ କୁମାର ସାହୁ,ଅବନୀ ପାତ୍ର,ଲଳିତ ମୋହନ ବେହେରା,ଶ୍ରେୟାନ୍ ସୁ ଷଡ଼ଙ୍ଗୀ, ମାୟାଧର ସେଠୀ ପ୍ରମୁଖ ଇଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟ ମଧ୍ୟ ଯୋଗଦାନ କରି ସ୍ଵୀୟ ମନ୍ତବ୍ୟ ରଖିଥିଲେ।ଇଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟମାନଙ୍କ ସହାୟତାରେ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ । ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ନିକଟରେ ଶହୀଦ ହୋଇଥିବା ବନ ବିଭାଗର ବନାଞ୍ଚଳ ଅଧିକାରୀ ଲୋହିତ କୁମାର ରଥ ଓ ବନରକ୍ଷୀ ପ୍ରମୋଦ ପ୍ରଧାନଙ୍କର ଅକାଳ ବିୟୋଗରେ ସଭାରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରିଶେଷରେ ଉଫୁନାର ସାଧାରଣ ସମ୍ପାଦକ ଡ. ଦୀପାୟନ ପଟ୍ଟନାୟକ ସ୍ଵୀୟ ଅଭିଭାଷଣରେ ପ୍ଲାଷ୍ଟିକ ପ୍ରଦୂଷଣକୁ ହରାଇବାକୁ ସମାଧାନର ସୂତ୍ରରେ ବିଶ୍ଵର ୧୨୦ ଟି ଦେଶ ଚଳିତ ବର୍ଷ ଚୁକ୍ତିନାମା କରାଇବାର ଉଦ୍ୟମ ମିଳିତ ଜାତିସଂଘ ଜାରୀ ରଖିଛି ଓ ଏହାକୁ ସାକାର କରିବାକୁ ସମସ୍ତେ ଆଗେଇ ଆସିବାକୁ ଦୃଢ଼ ଆହ୍ବାନ ଜଣାଇବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଗୋପାଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାରିଆର କାଉନସେଲି

masiha

ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ମଡେଲ ସିନିଅର ସିଟିଜେନ ହେଲ୍ପ ସେଣ୍ଟରର ଦ୍ବାରା ଆନ୍ତର୍ଜାତିକ ଯୋଗ ଦିବସ।

masiha

Deaf Delhi Bulls crowned champions of the IDCA’s 2nd T10 Women’s Deaf Premier League.

masiha

Leave a Comment

error: Content is protected !!