ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ବାହାନ ଯାତ୍ରା ନେଇ ପ୍ରସ୍ତୁତି ବୈଠକ 

ବିକାଶ ବାହାନ ଯାତ୍ରା ନେଇ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୬/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ର ବିଡିଓ ଙ୍କ ପ୍ରକୋଷ୍ଠରେ ବିକାଶ ବାହାନ ଯାତ୍ରା କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନୂତନ ସରକାର ଙ୍କ ୧ ବର୍ଷ କାର୍ଯ୍ୟକାଳ ମଧ୍ୟରେ ହୋଇଥବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଉପରେ ଜନସାଧାରଣଙ୍କୁ ବାହାନ ରେ ଏଲଇଡି ମାଧ୍ୟମରେ ସଚେତନ କରାଯିବ | ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୨ ତାରିଖ ରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ଆଲୋଚନା ହୋଇଥିଲା | ଏହି ବୈଠକରେ ବିଡିଓ ଶରତ ମାଝି, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଏ.ଡି ପ୍ରସାଦ, ଅର୍ଜୁନ ଭତ୍ରା, ଦିବ୍ୟଶଙ୍କର ପୂଜାରୀ, କାମିନୀ ହରିଜନ ଓ ରୂପାଲୀ ମଣ୍ଡଳ ଏବଂ ସମସ୍ତ ସରପଞ୍ଚ, ଏସିଡିଓ ଓ ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଜ୍ୟପାଳ ପୁରସ୍କାର ପାଇଲେ ଡେଙ୍ଗ ହାଇସ୍କୁଲ..!!! 

masiha

ସମ୍ଭୁନଗର ପଡାରେ ଥିବା ଶ୍ମଶାନର ଆଲୋକୀକରଣ ବ୍ଯବସ୍ଥା କରିବା ପାଇଁ ଦାବି

Sunil Chandra Nayak

ରାୟଗଡାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ 

masiha

Leave a Comment

error: Content is protected !!