ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୃଣମୂଳସ୍ତରରୁ କଂଗ୍ରେସ ସଂଗଠନକୁ ସଜାଡିବାକୁ ଜିଲ୍ଲା କଂଗ୍ରେସ କମିଟିର ବୈଠକ

ତୃଣମୂଳସ୍ତରରୁ କଂଗ୍ରେସ ସଂଗଠନକୁ ସଜାଡିବାକୁ ଜିଲ୍ଲା କଂଗ୍ରେସ କମିଟିର ବୈଠକ

ରାଉରକେଲା ୬/୬, ତୃଣମୂଳସ୍ତରରୁ କଂଗ୍ରେସ ସଂଗଠନକୁ ସଜାଡିବାକୁ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ସେକ୍ଟର-୨୧ କଂଗ୍ରେସ ଭବନ ଠାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟରେ ଠାରେ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ବରେ ଆୟୋଜିତ ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ସମସ୍ତ କଂଗ୍ରେସ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ସହିତ କିପରି ଆଗାମୀ ଦିନରେ ରାଉରକେଲା ଓ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଂଗଠନ କିପରି ସୁଦୃଢ କରାଯାଇପାରିବ, ସେ ବିଷୟ ନେଇ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜନ ଏକ୍କା, ବିଧାୟକ ପବିତ୍ର ସାଉତା, ରାଜକିଶୋର ଷଢଙ୍ଗୀ, ଲକ୍ଷ୍ମୀଧର ସିଂ, ଅନୀମା ମିଞ୍ଜ୍ ନିଜ ନିଜର ବକ୍ତବ୍ୟରେ ରଖିଥିଲେ।

      ଏହି ବୈଠକରେ ଅନ୍ଯମାନଙ୍କ ମଧ୍ୟରେ ଦେବବ୍ରତ ବିହାରୀ, ରଶ୍ମୀ ପାଢୀ, ସାବୀର ହୁସେନ, ଜ୍ଞାନେନ୍ଦ୍ର ଦାସ, ଓ୍ବାଇ ଉନ୍ ସିଂ, ଗଣେଶ ପ୍ରଧାନ, ବି ଏନ୍ ପଟ୍ଟନାୟକ, ଗୋପାଳ ଦାସ, ସନ୍ତୋଷ ବିଶ୍ବାଳ, ଆଶିଷ ମହାନ୍ତି, ସରୋଜ ଲେଙ୍କା, ନଚିକେତା ମହାପାତ୍ର, ପ୍ରବୋଧ ଦାସ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

NIT, ୱାରାଙ୍ଗଲ ଏବଂ BPUT, ଓଡ଼ିଶା ଶୈକ୍ଷିକ ସହଯୋଗ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର 

Sunil Chandra Nayak

ଖାତିଗୁଡା ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଅଗ୍ରଗାମୀ କଳା ସାଂସ୍କୃତିକ ଅନୁଷ୍ଠାନ ଚଳାନପଡା ଗୋଇମୁଣ୍ଡି ର ସାମାଜିକ ନାଟକ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!