ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ହେଲା ଜମି ଚିହ୍ନଟ 

ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ହେଲା ଜମି ଚିହ୍ନଟ 

ନବରଙ୍ଗପୁର:(୭|୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦରମହକୁମା ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଆଜି ସ୍ଥାନ ଚିହ୍ନଟ କରାଯାଇଛି l ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଦେବର୍ଷି ନାୟକ ଆଜି ଡାବୁଗାଁ ଭୂତ ପୂର୍ବ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଆସି ସ୍ଥାନ ନିରୂପଣ କରିଥିଲେ l ରାଜ୍ୟରେ ବିଜେପି ସରକାର ଆଗାମୀ ୧୨ ତାରିଖରେ ଏକ ବର୍ଷ ଶାସନ କାଳ ପୂର୍ତ୍ତି ଅବସରରେ ରାଜ୍ୟ ରେ ୫୦୦ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବେ ମୋହନ ମାଝୀ ସରକାର ୧୨ ତାରିଖରେ ଏଥିପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ ଥିବା ବେଳେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେଲେ ଗୁଣାତ୍ମକ ଶିକ୍ଷା ସହ ଛାତ୍ରଛାତ୍ରୀ ମାନଙ୍କର ଭାଷା, ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ବୃଦ୍ଧି ଲକ୍ଷ ରଖାଯାଇଛି l ଉକ୍ତ ଆଦର୍ଶ ବିଦ୍ୟାଳୟରେ ଉନ୍ନତ ଭିତ୍ତିଭୁମି ର ବିକାଶ ସହ ବିଦ୍ୟାଳୟର ସାମଗ୍ରିକ ବିକାଶ ସରକାରଙ୍କ ଲକ୍ଷ ରଖିଛନ୍ତି l ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏଥି ପୂର୍ବରୁ ରାଜ୍ୟରେ ୫୦୦ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ସୂଚନା ଦେଇ ସାରିଛନ୍ତି l ଏହି ପରିଦର୍ଶନ ସମୟରେ କନିଷ୍ଟ ଯନ୍ତ୍ରୀ ସଲିଲ ଗୁରିଆ, କାଳୁଚରଣ ମୁନି, ସୀମାଞ୍ଚଳ ଦାସ, ପ୍ରଭାତ ବିଶୋୟୀ ପ୍ରମୂଖ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୧୫ ବର୍ଷ ଅପେକ୍ଷା ପରେବି ଆବାସ ଯୋଜନାରୁ ବଞ୍ଚିତ ଧନମତି , ଭାଙ୍ଗି ଯାଇଛି ଘର , ଅନ୍ୟ ଘରେ ଆଶ୍ରୟ ବେସାହାରା ମା ଓ ଝିଅ

Sunil Chandra Nayak

ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

masiha

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଆତ୍ମ ସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!