ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ

ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ

ନବରଙ୍ଗପୁର:( ୧୦.୬.୨୦୨୫)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ବର୍ମନ ଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଆଗାମୀ ଅଠର ତାରିଖ ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଏବଂ ଅପରାହ୍ନରେ ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ ଟେବୁଲ ଟପ ଏକସର ସାଇଜ ଏବଂ ଉଣେଇଶି ତାରିଖ ରେ ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ରେ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ରୁ ଧନ ଜୀବନ କୁ ରକ୍ଷା କରି ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟ କୁ ସାକାର କରିବା ପାଇଁ ପ୍ରସ୍ତୁତି କୁ ସଦା ସର୍ବଦା ସଜାଗ ରହିବା ପାଇଁ ବିଭିନ୍ନ ଦିଗକୁ ନେଇ ଏହି ବୈଠକରେ ଆଲୋଚନା କରିଥିଲେ l ଏହି କାଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ପ୍ରକଳ୍ପ ପ୍ରଶାସକ,ସମନ୍ଵିତ ଜନଜାତି ଉନ୍ନୟନ ସଂସ୍ଥା, ଜିଲ୍ଲା ନବରଙ୍ଗପୁର ରାଜୀବ କୁମାର ସାହୁ, ଜିଲ୍ଲା ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନବରଙ୍ଗପୁର, ଜିଲ୍ଲା ଅତିରିକ୍ତ କୃଷି ଅଧିକାରୀ, ନବରଙ୍ଗପୁର ପ୍ରଣୟ କୁମାର ମନ୍ତ୍ରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ନିର୍ବାହୀ ଅଧିକାରୀ ପୌରାଞ୍ଚଳ ନବରଙ୍ଗପୁର ଡଃ ଅଶୋକ କୁମାର କର୍ଣ୍ଣ, ଉମରକୋଟ ର ଆଲୋକ କୁମାର ଅନୁଗୁଳିଆ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ପ୍ରାଣୀ ଧନ ଚିକିତ୍ସା ଅଧିକାରୀ, ନବରଙ୍ଗପୁର ଡଃ ପ୍ରଶାନ୍ତ କୁମାର ସାମଲ, ଜିଲ୍ଲା ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ନବରଙ୍ଗପୁର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା, ଜିଲ୍ଲା ଜରୁରୀକାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଦ୍ରୌପଦୀ କହଁର, ଉପ ଖଣ୍ଡିୟ ଆରକ୍ଷୀ ଅଧିକ୍ଷକ ବିନୋଦ ଲାକ୍ରା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ବାତ୍ୟା ଆଶ୍ରୟସ୍ଥଳୀ ର ସଭାପତି ସମ୍ପାଦକ, ଅଗ୍ନିଶ୍ରମ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ସ୍ୱାସ୍ଥ୍ୟ ବିଭାଗ, ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବୋରିଗାଁ ରେ ଆଦିବାସୀ ଦଶହରା ପାଳିତ 

masiha

ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଅଭିଯୋଗ ପରେ ପ୍ରଶାସନିକ ତତ୍ପରତା

Sunil Chandra Nayak

ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଚାନ୍ଦିବାଉଁଶମୂଳ 2011 ମସିହାର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଅନ୍ନଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!