ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ କୌଳିକଵୃତ୍ତିଧାରୀଙ୍କ ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆନୁକୁଲ୍ୟରେ ବିଶ୍ଵକର୍ମା ଯୋଜନା ଓ ଶିଳ୍ପ ସଚେତନତା ଶିବିର

ରାଇରଙ୍ଗପୁର ରେ କୌଳିକଵୃତ୍ତିଧାରୀଙ୍କ ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆନୁକୁଲ୍ୟରେ ବିଶ୍ଵକର୍ମା ଯୋଜନା ଓ ଶିଳ୍ପ ସଚେତନତା ଶିବିର

ମୟୂରଭଂଜ – ୧୪/୦୬ — ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ପିସିଏମ କଲ୍ୟାଣ ଭବନ ପରିସରରେ କୌଳିକ ବୃତ୍ତି ଧାରୀଙ୍କ ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ର ,ବାରିପଦା ଆନୁକୁଲ୍ଯରେ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଓ ତାଲିମ ଶିବିର ମୟୂରଭଂଜ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଭାଗବତ ସୋରେନ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ,ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ମୁଖ୍ୟବକ୍ତା ଏମଏସଏମଇ ଡିଏଫଓ ,କଟକ ଅଭିମନ୍ୟୁ ମୋଦି ସହକାରୀ ଶିଳ୍ପ ଅଧିକାରୀ ରଘୁନାଥ ବଳ,, ସହକାରୀ ଶିଳ୍ପ ଅଧିକାରୀ ଦିନେଶ ଶଙ୍କର‌ହୋତା,କନସଲଟାଣ୍ଟ ପ୍ରଦୀପ୍ତ କୁମାର କର,ରାଇରଙ୍ଗପୁର ଆଇପିଓ ସୁମିତ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ମଣିଷ ସମାଜ ସୃଷ୍ଟି ପରେ ମଣିଷ ସମାଜର ଆବଶ୍ୟକତା ଓ ଉନ୍ନତି ପାଇଁ ବିଭିନ୍ନ କୌଳିକ ବୃତ୍ତି ଆପଣେଇଥିଲେ ।କିନ୍ତୁ ଜଗତୀକରଣ ଓ ଶିଳ୍ପାୟନ ଯୁଗରେ ଦିନକୁ ଦିନ କୌଳିକ ବୃତ୍ତି ନାରୀଙ୍କ ଜୀବନ ପ୍ରଭାବିତ ହେବାରେ ଲାଗିଛି ।ଶିକ୍ଷା,କଞ୍ଚାମାଲ,ସରକାରୀ ପ୍ରୋତ୍ସାହନ ,କ୍ରୟ ବିକ୍ରୟ କୁତ୍ରିମ ଅଭାବ ନେଇ କୌଳିକ ବୃତ୍ତି ନାରୀ ତାଙ୍କ ବୃତ୍ତି ପ୍ରତି ବିମୁଖ ହେବାରେ ଲାଗିଛନ୍ତି ।ତେଣୁ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର କୌଳିକ ବୃତ୍ତି ଧାରୀଙ୍କୁ ସଶକ୍ତିକରଣ ଓ ସେମାନଙ୍କ ଆର୍ଥିକ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା କରିଛନ୍ତି ।ଏହି ଯୋଜନାରେ ୧୮ ପ୍ରକାର କାମ ଯଥା ବଢେଇ,କମାର,ଧାତୁ କାରିଗର,ତାଲା କାରିଗର,କୁମ୍ଭାର,ଡଙ୍ଗା ନିର୍ମାତା,ଅସ୍ତ୍ର ନିର୍ମାଣ,,ହାମୁଡି ଉପକରଣ ,ବଣିଆ,ମୂର୍ତ୍ତି କାରିଗର,ମୋଚି, ରାଜମିସ୍ତ୍ରୀ,,ଭଣ୍ଡାରୀ ,ମାଳି,ଧୋବା,ଦରଜି,ବାଉଁଶ କାରିଗର,ମାଛ ଜାଲ ନିର୍ମାତା,ବୁଣାକାର,ନାମିତ,ଦରଜୀ,ସୋନାଲ,କଣ୍ଢେଇ ତିଆରି ବାଲା,ପଥର ଖୋଦନ ମିସ୍ତ୍ରୀ ମାନେ ଏହାର ଲାଭ ନେଇ ପାରିବେ ବୋଲି ଅତିଥିଗଣ କହିଥିଲେ । ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଜନସେବା କେନ୍ଦ୍ରରେ ପଂଜିକୃତ କରିବାକୁ ପଡ଼ିବ ।ସେମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦିଆଯିବା ସହ ଦୈନିକ ଭତ୍ତା ୫୦୦ ଟଙ୍କା ଦିଆଯିବ । ।ହିତାଧିକାରୀମାନେ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ନିଜର କୌଳିକ ବୃତ୍ତିକୁ ଆଗେଇ ନେଇ ଉତ୍ପାଦିତ ସାମଗ୍ରୀକୁ ବିକ୍ରୟ କରି ଦୁଇ ପଇସା ଲାଭ ପାଇ ପାରିବେ ।ଗ୍ରାମାଞ୍ଚଳର ହଜାର ହଜାର ସଂଖ୍ୟାରେ ଥିବା କୌଳିକ ବୃତ୍ତିଧାରୀ ବାସ କରୁଛନ୍ତି ।ସେମାନେ ଆଉ ଦାଦନ ନ ଯାଇ ଏହି ବୃତ୍ତିରେ ନିଜକୁ ନିୟୋଜିତ କରି ଆର୍ଥିକ ସଶକ୍ତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।

ମୟୂରଭଂଜରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ବର୍ଷାରେ ନଷ୍ଟ ହୋଇଥିବା ଗୃହହିତାଧିକାରୀ ଙ୍କୁ ପଲିଥିନ ବଣ୍ଟନ

Sunil Chandra Nayak

ଖଡ଼ିଆଳ ଆମ୍ବେଦକର ଛକ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ, ଯାନବାହନ ଯାଞ୍ଚ

Sunil Chandra Nayak

Meri Maati Mera Desh program was held Social worker Bikram Joined

masiha

Leave a Comment

error: Content is protected !!