ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଜପର୍ବ ପାଳନ ସମାରୋହ ୨୦୨୫

ରଜପର୍ବ ପାଳନ ସମାରୋହ ୨୦୨୫

ରାଉରକେଲା: ଓଡ଼ିଆ ସଂସ୍କୃତି ପରମ୍ପରାର ଅନନ୍ୟ ପର୍ବ ରଜପର୍ବ ପାଳନ ସମାରୋହ ୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସିଭିଲ ଟାଉନସିପ ସାଂସ୍କୃତିକ ପରିଷଦ,ସିଭିଲ ଚାର୍ଜର୍ସ ଓ ମା ଇନ୍ଦିରା ମହିଳା ସମିତି ର ମିଳିତ ଆନୁକୂଲ୍ୟରେ ସିଭିଲ ଟାଉନସିପ ସ୍ଥିତ ଯୋଗପାର୍କ ଠାରେ ଆୟୋଜିତ ଏହି ସମାରୋହରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଦିପ୍ତି ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ରଜ ପର୍ବ ପାଳନ କାହିଁକି କରାଯାଏ ନିଜର ଦୁଇ ପଦ ବକ୍ତବ୍ୟ ରଖୁଥିଲେ।ଅନ୍ଯତମ ଅତିଥି ମଧ୍ୟରେ ବିରେନ ସେନାପତି, ପ୍ରାକ୍ତନ ନଗରପାଳ ରଶ୍ମିବାଳା ମିଶ୍ର,ଗଗନ ପଣ୍ଡା, ସୁନିଲ କାୟଲ, ହିମାଂଶୁ ମହାପାତ୍ର ପ୍ରମୁଖ ଯୋଗଦେଇ ଓଡ଼ିଶାର ଏହି ଅନନ୍ୟ ପର୍ବର ମାହାତ୍ମ୍ୟ ଓ ପାଳନର ଆବଶ୍ୟକତା ତଥା ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟଅତିଥି ଶ୍ରୀ ନାୟକ ଏହାକୁ ଏକ ଭାଇଚାରା ଓ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ତଥା ସୈ।ହାର୍ଦ୍ଦପୂର୍ଣ୍ଣ ସର୍ବୋପରି ଓଡ଼ିଶା ର ଅସ୍ମିତା ର ପର୍ବ ବୋଲି ଉଲ୍ଲେଖ କରିଥିଲେ। ପୁଷ୍ପା ଲେଙ୍କା ଓ ସୁଜିତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁଚିଖେଳ,ପିଠା, ପାନଭଙ୍ଗା,ମ୍ୟୁଜିକ ଚେୟାର, ହୁଳହୁଳି, ଶଙ୍ଖ ଫୁଙ୍କା ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହ ତାସ ଖେଳ ଓ ସମସ୍ତଙ୍କ ମଧ୍ୟରେ ପିଠା, ମିଠା ଆଦି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ନାୟକ, ସୁଧାଂଶୁ ସାମଲ, ଶଶାଙ୍କ ଶେଖର ପ୍ରଧାନ, ପ୍ରତୀକ ଭୂୟାଁ,ପିଙ୍କୁ ଜୟସ୍ଵାଲ, ପ୍ରକାଶ ଚନ୍ଦ୍ର ଧଳ, ବିଭୁତି ପୁହାଣ,ବିରଞ୍ଚି ସାମଲ, ସଂଗିତା ମହାନ୍ତି,ଲୀଳାବତୀ ସାହୁ, ସଞ୍ଜୁଲତା ଦାସ, ସୁଜାତା ପ୍ରଧାନ, ପ୍ରଭାତୀ ପରିଡ଼ା,ବୁଲୁ ଜେନା, ରାଜେଶ ମଲ୍ଲିକ, ଅଜୟ ଜେନା,ଭିକି ପରିଡ଼ା, ଦୀପକ ସାହୁ, କ୍ରିଷ୍ଣା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

କବି ଗଡ଼ନାୟକ ଥିଲେ କାବ୍ୟ ସ୍ଥାପତ୍ୟ ଓ ଛନ୍ଦର ଅପୂର୍ବ ବିନ୍ଧାଣି: ଶ୍ରୀପତି.. ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ରାଧାମୋହନ ଗଡ଼ନାୟକଙ୍କ ସାହିତ୍ୟ ଆଲୋଚନା

Sunil Chandra Nayak

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

masiha

୭୪ ତମ ବନ ମହୋତ୍ସବ ସପ୍ତାହରେ ବୃକ୍ଷ ରୋପଣ

Leave a Comment

error: Content is protected !!