ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ୍ ଟ୍ରଷ୍ଟ ପକ୍ଷରୁ ରଜ ମହୋତ୍ସବ ପାଳିତ

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ୍ ଟ୍ରଷ୍ଟ ପକ୍ଷରୁ ରଜ ମହୋତ୍ସବ ପାଳିତ

ରାଉରକେଲା: ଉତ୍କଳୀୟ କୃଷି ସଂସ୍କୃତିର ଏକ ଅନନ୍ଯ ନିଦର୍ଶନ ହେଉଛି ମହାନ ଗଣପର୍ବ ରଜ ମହୋତ୍ସବ। ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ରଜ ମହୋତ୍ସବ ସାର୍ବଜନୀନ ସ୍ତରରେ ସେକ୍ଟର ଦୁଇ ସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଯୋଗଦେଇ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ଯଅତିଥି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ସାମାଜିକ ସଂହତି ଏବଂ ସହନଶୀଳତା ସୃଷ୍ଟି କରିବା ରେ ପର୍ବପର୍ବାଣି ସମାଜ କୁ ଶିକ୍ଷା ଦେଇ ଥାଏ। କେବଳ ଅର୍ଥ ଏବଂ ସମୟ ଥିଲେ ଜଣେ ସାମାଜିକ କାର୍ଯ୍ୟକ୍ରମ କରିପାରିବ ନାହିଁ,ଏଥି ପାଇଁ ଦୃଢ ତଥା ଉଚିତ ଆଭିମୁଖ୍ୟ ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଶ୍ରୀମତୀ କବି ଶତପଥୀ କହିଲେ ଯେ ମାଟି ଏବଂ ମାଆ ର ପୂଜା ଆରାଧନା ହିଁ ରଜ ପର୍ବ ର ବୈଶିଷ୍ଟ୍ୟ। ଏହି ଅବସରରେ ସମବେତ ଜନତାଙ୍କୁ ଦୁଇ ହଜାର ପାରମ୍ପରିକ ପିଠା, ପନ୍ଦର ଶହ ରଜ ପାନ, ଏବଂ ଦୁଇ ହଜାର ଦହି ସରବତ୍ ରେ ଆପ୍ୟାୟିତ କରାଯାଇ ଥିଲା। କାର୍ଯ୍ୟକ୍ରମ କୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବ୍ରଜେନ୍ଦ୍ର ଦାଶ ସଂଯୋଜନା କରିଥିବା ବେଳେ ରାମକୃଷ୍ଣ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ ରଞ୍ଜନ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ଡାକ୍ତର ଦେବାଶିଷ ପଟ୍ଟନାୟକ, ଡାକ୍ତର ଅବନୀ କୁମାର ଦାଶ, ଅରବିନ୍ଦ ଦାସ, ପ୍ରିୟବ୍ରତ ସାମଲ ଓ ଆମନ୍ତ୍ରିତ ଅତିଥିବୃନ୍ଦ ମଧ୍ୟରେ ସର୍ବଶ୍ରୀ ନଳିନୀକାନ୍ତ ଧର, ମନୋଜ କୁମାର ନନ୍ଦ, ସୁମନ୍ତ କୁମାର ଉପାଧ୍ୟାୟ, ରାଜୀବ ପାଣି, ଜଗନ୍ନାଥ ରାଉତ, ଅର୍ଦ୍ଧେନ୍ଦୁ ଷଡଙ୍ଗୀ ,ବିଭୁ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମପାରାୟଣ ମହିଳାଙ୍କ ପରଲୋକ

Sunil Chandra Nayak

ବାଇକ ଧକ୍କାରେ ବାପ ପୁଅ ମୃତ, କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

Sunil Chandra Nayak

ବିଦ୍ୟୁତ୍‌ ବିଭାଗର ଅବହେଳା : ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ବିଦ୍ୟୁତ୍‌ ତାର

masiha

Leave a Comment

error: Content is protected !!