ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ର ବୃତ୍ତିଗତ ସମ୍ମିଳନୀ ଅନୁଷ୍ଠିତ  ରାଉରକେଲା : କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୧ ବର୍ଷର ଉପଲବ୍ଧି ଓ ସଫଳତା ଏକ କ୍ରାନ୍ତିକାରୀ ପରିବର୍ତ୍ତନ – ଶ୍ରୀ ଟୁଡୁ 

ବିଜେପି ର ବୃତ୍ତିଗତ ସମ୍ମିଳନୀ ଅନୁଷ୍ଠିତ 

ରାଉରକେଲା : କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୧ ବର୍ଷର ଉପଲବ୍ଧି ଓ ସଫଳତା ଏକ କ୍ରାନ୍ତିକାରୀ ପରିବର୍ତ୍ତନ – ଶ୍ରୀ ଟୁଡୁ 

ରାଉରକେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କେନ୍ଦ୍ର ରେ ୧୧ ବର୍ଷ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ରେ ୧ ବର୍ଷ ର ଶାସନର ସଫଳତା ଉପରେ ରାଉରକେଲା ସ୍ଥିତ ସେକ୍ଟର -୧୮ ଉପହାର ପରିସରରେ ଅନୁଷ୍ଠିତ ବୃତ୍ତିଗତ ସମ୍ମିଳନୀ ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର୍ ଟୁଡୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଗତକାଲି ଗୁଜୁରାଟର ଅହମ୍ମଦାବାଦରୁ ଇଂଲଣ୍ଡ ଅଭିମୁଖେ ଯାଉଥିବା ବିମାନ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ମର ଆତ୍ମାର ସଦ୍ଗତି ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନ କରାଯାଇଥିଲା । ଶ୍ରୀ ଟୁଡୁ ତାଙ୍କ ବକ୍ତବ୍ୟରେ ଏଗାର ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ସଫଳତାର ତାଲିକାରେ ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିଛି ବୋଲି ମତ ରଖିଥିଲେ । ବିଶ୍ୱ ବ୍ୟାଙ୍କ ଅନୁଯାୟୀ ଦେଶର ଦାରିଦ୍ର‌ତା ହ୍ରାସ ପାଇ ୨୭.୧%ରୁ ୫.୩%, ସମ୍ବିଧାନର ଅନୁଚ୍ଛେଦ ୩୭୦ର ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ, ଦେଶର ମହିଳାଙ୍କ ରାଜନୈତିକ ସଶକ୍ତିକରଣ ପାଇଁ ନାରୀଶକ୍ତି ବନ୍ଦନ ଅଧିନିୟମ, ଟ୍ରିପଲ୍ ତଲାକ ଉଚ୍ଛେଦ, ଦେଶରେ ଏକକ ଜିଏସ୍‌ଟିର ପ୍ରଚଳନ, କୋଭିଡ୍ ବିରୁଦ୍ଧରେ ଲୋକଙ୍କୁ ସୁରକ୍ଷିତ ରଖିବା, ସାଧାରଣ ଜନତାଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ, ଆୟୁଷ୍ମାନ ଭାରତ-ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଯୋଜନା, ନୂତନ ଶିକ୍ଷା ନୀତି, ଜନଧନ ଯୋଜନା, ବେଟି ବଚାଓ ବେଟି ପଢାଓ , ସି ଏ ଏ ଆଦି କାର୍ଯ୍ୟକାରୀ ହୋଇ ପାରିଛି ବୋଲି ପ୍ରକାଶ କରି ଥିଲେ । ଆତଙ୍କ ବାଦ୍ ବିରୁଦ୍ଧରେ ଅପରେସନ ସିନ୍ଦୂର ଏକ ନୂତନ ପଦକ୍ଷେପ ସୃଷ୍ଟି କରିପାରିଛି । ରାଜ୍ୟର ମୋହନ ଚରଣ ମାଝିଙ୍କ ଏକ ବର୍ଷର ଶାସନର ପ୍ରଥମ କ୍ୟାବିନେଟ୍ ବୈଠକରେ ଐତିହାସିକ ନିଷ୍ପତ୍ତି ଭାବେ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କପର୍ସ ଫଣ୍ଡ, ଶ୍ରୀମନ୍ଦିରର ଚାରି ଦ୍ୱାରା ଖୋଲିବା, ରତ୍ନଭଣ୍ଡାର ଖୋଲିବା, ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଓ ଆର୍ଥିକ ସହାୟତା ପ୍ରଦାନ, ବୟୋ ବନ୍ଦନ ଯୋଜନା , ଆୟୁଷ୍ମାନ ଭାରତ ଏମ୍‌ଏସ୍‌ପି ୩୧୦୦ କୁ ବୃଦ୍ଧି ଭଳି ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାର ପ୍ରଚଳନ କରାଯାଇଛି ବୋଲି ପ୍ରକାଶ କରିଥିଲେ। ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ତାଙ୍କ ବକ୍ତବ୍ୟରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକ ମଧ୍ୟରେ ତୁମକେଲା ସେତୁ, ହେଭି ଭେଇକଲ ଡ୍ରାଇଭିଂ ଟ୍ରେନିଂ, ତାଳଚେର-ବିମଳାଗଡ ରେଳପଥ ପାଇଁ ଜମି ଅଧିଗ୍ରହଣ ସମ୍ପନ୍ନ କରିବା, ବଣାଇ ସବ୍‌ଡିଭିଜନରେ ପ୍ରଥମ ଥର ପାଇଁ ଖରାଦିନିଆ ଧାନମଣ୍ଡି ଓ ଚାଷ ପାଇଁ ଧାନମଣ୍ଡି ଖୋଲିବା, ରୁକୁଡା ସେତୁ ମାଧ୍ୟମରେ ଜନସେଚନର ସୁବ୍ୟବସ୍ଥା, ବେଦବ୍ୟାସରେ ଝୁଲା ସେତୁ ନିର୍ମାଣ ଯୋଜନା, ରାଉରକେଲା ସରକାରୀ ଡାକ୍ତରଖାନାର ଉନ୍ନତିକରଣ ପାଇଁ ୬୨୭ କୋଟି ଓ ଜମି ପ୍ରଦାନ, କୋଏଲ ନଦୀରେ ରିଭର ବ୍ୟାଙ୍କ ନିର୍ମାଣ, କୋଏଲ ନଦୀରେ ସାନଦଲକି ଓ ଲୁହାକେରା ପାଇଁ ନୂତନ ସେତୁ ନିର୍ମାଣ ଯୋଜନା, ବ୍ରାହ୍ମଣୀରେ ଢିପାଟୋଲା-କଂସର ମଧ୍ୟରେ ସେତୁ ନିର୍ମାଣ ଯୋଜନା, ମୁଣ୍ଡାଜୋର-ଲାଠିକଟାର ନାଳରେ ସେତୁ ନିର୍ମାଣ ଯୋଜନା, ଟିସ୍କୋ ଖାଦାନର ସୌନ୍ଦର୍ଯ୍ୟକରଣ ପାଚେରୀ ନିର୍ମାଣ ସହିତ , ଆଉଟର ରିଂ ରୋଡ୍ ନିର୍ମାଣ କରି ଗ୍ରେଟର ରାଉରକେଲାର ପରିକଳ୍ପନା କରାଯାଉଛି ବୋଲି କହିଥିଲେ । ରାଜ୍ୟ ପ୍ରବକ୍ତା ଧିରେନ ସେନାପତି ତାଙ୍କ ବକ୍ତବ୍ୟରେ ଜିଲ୍ଲାରେ ହୋଇଥିବା ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ଅଭିରାମ ମହାକୁଡ ସଂଯୋଜନା ଦାୟିତ୍ୱରେ ତଥା ସହ-ସଂଯୋଜକ ଭାବେ ଅମରେନ୍ଦ୍ର ଶର୍ମା ଓ ମନୋଜ ଶତପଥୀ ଥିଲେ । ମନୋଜ ସେନାପତି, ନିରଜ ଚତୁର୍ବେଦୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଡାକ୍ତର, ଓକିଲଙ୍କ ସହିତ ଶତାଧିକ ଉପସ୍ଥିତ ଥିଲେ । ଆମ୍ବେଦକର ମଣ୍ଡଳ ସଭାପତି ମନୋଜ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପର୍ଯ୍ୟବେକ୍ଷକ ଧର୍ମାନନ୍ଦ ପରିଡା ହିନ୍ଦୋଳ ଏନ୍.ଏ.ସି ୮ ନମ୍ଵର ଓ୍ଵାର୍ଡରେ ଵିଜୁ ଜନତା ଦଳର ପ୍ରାର୍ଥୀ ଙ୍କ ପାଇଁ ଜାରି ରଖିଛନ୍ତି ଜୋରଦାର ଡୋର କ୍ୟାମ୍ପନ୍

Sunil Chandra Nayak

ବିଶ୍ୱହିନ୍ଦୁ ପରିଷଦ ର ସୌର୍ଯ୍ୟ ଜାଗରଣ ରଥଯାତ୍ରା

masiha

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ

Sunil Chandra Nayak

Leave a Comment

error: Content is protected !!