ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ବ ରକ୍ତଦାତା ଦିବସ ପାଳଳ ଅବସରରେ ୨୦ ଜଣ ରକ୍ତଦାନ କଲେ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ବ ରକ୍ତଦାତା ଦିବସ ପାଳଳ ଅବସରରେ ୨୦ ଜଣ ରକ୍ତଦାନ କଲେ

 ମୟୂରଭଂଜ – ୧୪/୦୬  —  ୨୦୦୪ମସିହା ଜୁନ ୧୪ କୁ ବିଶ୍ବ ସ୍ଵାସ୍ଥ୍ୟ ସଂଗଠନ ରକ୍ତଦାତା ଦିବସ ଭାବେ ପାଳନ କରିବା ପାଇଁ ପାଳିତ ହୋଇଛି । ରକ୍ତ ବର୍ଗୀକରଣ କରିଥିବା ନୋବେଲ ପୁରସ୍କାରପ୍ରାପ୍ତ ଅଷ୍ଟ୍ରିଆର ଡାକ୍ତର କାର୍ଲ ଲ୍ଯାଣ୍ଡଷ୍ଟେନରଙ୍କ ଜନ୍ମ ଦିନକୁ ବିଶ୍ବ ରକ୍ତଦାତା ଭାବେ ପାଳନ କରାଯାଏ ।ଜୁନ ୧୪ ସାରା ବିଶ୍ବର କୋଣେ ଅନୁକୋଣେ ରକ୍ତଦାତା ଦିବସ ପାଳନ କରାଯାଇଛି ।ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ବ ରକ୍ତଦାତା ଦିବସ ପାଳନ କରାଯିବା ସହ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ଯ ରଞ୍ଜନ ପ୍ରଧାନ ( ଆଇଏଏସ) ଯୋଗ ଦେଇ ଫିତାକାଟି ଶୁଭାରମ୍ଭ କରିଥିଲେ ।

ସେ କହିଥିଲେ ରକ୍ତଦାନ ,ମହତ ଦାନ ।ରକ୍ତଦାନ ରେ ଜଣେ ଅମୂଲ୍ୟ ଜୀବନ ରକ୍ଷା ହୋଇପାରେ । ରକ୍ତଦାନ କାର୍ଯ୍ୟକ୍ରମ ଓ ରକ୍ତଦାତାଙ୍କୁ ଉତ୍ସାହିତ କରାଯିବାପାଇଁ ରକ୍ରତାଦାତା ଦିବସ ପାଳନ କରାଯାଉଛି । ରକ୍ତର ଆବଶ୍ୟକତା ଅନୁସାରେ ରକ୍ତର ପରିମାଣ ଯଥେଷ୍ଟ କମ୍ ।ରକ୍ତ ଅଭାବରୁ ବହୁ ଅମୂଲ୍ୟ ଜୀବନ ଵିଶେଷତଃ ପ୍ରସୂତି ମହିଳା,ଥାଲାସେମିଆ ରୋଗୀ,ଦୁର୍ଘଟଣାଗ୍ରସ୍ତ ଲୋକ,ରକ୍ତହୀନ ଲୋକ ବୟସ୍କ ଲୋକେ ରକ୍ତ ଅଭାବରୁ ମୃତ୍ଯୁବରଣ କରୁଛନ୍ତି ।ଯଦି ସ୍ବେଛାସେବୀ,ବୁଦ୍ଧିଜିବୀ,ସାମାଜିକ କର୍ମୀ,ଜ୍ଞାନୀ,ଗୁଣୀ ବିବେକ ସମ୍ପନ୍ନ ଲୋକ ରକ୍ତଦାନ କରିବାକୁ ଆସନ୍ତେ ତାହାହେଲେ ବହୁ ଲୋକଙ୍କ ଜୀବନ ରକ୍ଷା ପାଇଁ ପାରନ୍ତା ।ରକ୍ତର କୌଣସି ବିକଳ୍ପ ନଥିବାରୁ ରକ୍ତଦାନ ମାଧ୍ୟମରେ ରକ୍ତ ସଂଗ୍ରହ ନିମନ୍ତେ ବିଭିନ୍ନ ଡାକ୍ତରଖାନାରେ ଵ୍ଳଡ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି ।ଏହି ବିଶ୍ବ ରକ୍ତଦାତା ଦିବସରେ ମୁଖ୍ୟ ଅତିଥି ରକ୍ତଦାନ କରିଥିବା ରକ୍ତଦାତା ବିକାଶ ମହାନ୍ତ, ଗତିକୃଷ୍ନ ମହାନ୍ତ, ସୌମିକ ଦାସ କାନୁନଗୋ,ଶଶାଙ୍କ କୁମାର,ତୁଷାରକାନ୍ତ ମହାନ୍ତ,ଗୁସ୍ତା ଗୋପାଲ,ମେଡିକାଲ ଟେକ୍ନିସିଆନ ଚିରଞ୍ଜିବୀ ମହାନ୍ତି,ଅଙ୍କିତା ମହାନ୍ତ,ସୁମନ୍ତ ଗିରି,ଦେବବ୍ରତ ଗିରି,ସୁଜାତା ସ୍ଵାଇଁ,ଏବଂ ବିଭିନ୍ନ ସାମାଜିକ ସଂଗଠନ କୁ ପୁଷ୍ପଗୁଛ,ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ଏକ ରକ୍ତଦାନ‌ଶିବିର ଆୟୋଜିତ ହୋଇଥିଲା ।୨୦ ଜଣ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ ।କାର୍ଯ୍ୟକ୍ରମକୁ ଉପଖଣ୍ଡ ଚିକିତ୍ସାଳୟର ପ୍ରସୂତି ବିଭାଗ ଡାକ୍ତର ପ୍ରମୋଦ ସାହୁ,ଡାକ୍ତର ଦେବେନ୍ଦ୍ରନାଥ ଟୁଡୁ,ଡାକ୍ତର ଏସ ଏଲ ସିଂ , ମେଡିକାଲ ଷ୍ଟାଫ୍ ଜଳେନ୍ଦ୍ରନାଥ ରଣା,ବୈକୁଣ୍ଠନାଥ ସାଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଧାୟକଙ୍କ ଦ୍ବାରା ବିଭିନ୍ନ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ

masiha

ସ୍କୁଲ ଛାତ୍ରଛାତ୍ରୀଙ୍କୁ ମହାକାଶ ଦେଖାଉଛନ୍ତି ବିଜ୍ଞାନ ଛାତ୍ର

Sunil Chandra Nayak

ଇମ୍ଫାରେ ୫୧ ତମ ବିଶ୍ଵ ପରିବେଶ ଦିବସ ପାଳିତ

Leave a Comment

error: Content is protected !!