ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ରେ ଭିଜନ-୨୦୩୬ ଓ ୨୦୪୭ କାର୍ଯକ୍ରମ 

ନବରଙ୍ଗପୁର ରେ ଭିଜନ-୨୦୩୬ ଓ ୨୦୪୭ କାର୍ଯକ୍ରମ            

ନବରଙ୍ଗପୁର:(୧୪|୬)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ମିଶନ ଶକ୍ତି ହଲ ଠାରେ ଓଡିଶା ଭିଜନ ୨୦୩୬ ଓ ୨୦୪୭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ ମାନ୍ଯବର ମନ୍ତ୍ରୀ ବାଣିଜ୍ଯ, ପରିବହନ ଏବଂ ଇସ୍ପାତ ଓ ଖଣି,ବିଭାଗ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଓ ମାନ୍ୟବର ଗଣଶିକ୍ଷା ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଅଳ୍ପ ସଂଖ୍ଯକ ଓ ପଛୁଆବର୍ଗ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ,ମାନ୍ଯବର ସାସଂଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ, ବିଧାୟକ ନବରଙ୍ଗପୁର ଶ୍ରୀ ଗୌରୀ ଶଙ୍କର ମାଝୀ ଓ ମାନ୍ଯବର ଝରିଗାଁ ଶ୍ରୀ ନରସିଂହ ଭତ୍ରା ,ଜିଲାପାଳ ଡଃ ଶୁଭଙ୍କର ମହାପାତ୍ର ଉପସ୍ଥିତ ରହି ଆଲୋଚନା ମାଧ୍ୟମରେ ସମସ୍ଯାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ର ପରାମର୍ଶଦାତା ଡଃ.ପୂର୍ଣ୍ଣଚନ୍ଦ୍ର ମହାପାତ୍ର(MSVO), ବିଭୂ ବ୍ରହ୍ମା(ND-SWRG),ମୋନଜ ଧଳ(SAHARA),ଚନ୍ଦନା ନମଲ୍ଲିକ (HELPLINE),ଶିକ୍ଷାବିତ୍ ବିଜୟ ମିଶ୍ର, ବିଜୟ ଚୌଧୁରୀ,ଡ.ପ୍ରଦୀପ ମିଶ୍ର, ସଦାଶିବ ପ୍ରହରାଜ ଓ ବାଲ୍ଯ କୃଷ୍ଣ ଭଟ୍ଟ, ନବରଙ୍ଗପୁର ଓକିଲ ସଂଘର ସଭାପତି ସିରାଜ୍ଉଦିନ ଅହମ୍ମଦ,ନାରାୟଣ ପାତ୍ର, ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଜିଲ୍ଲା ସମସ୍ୟା ଓ ସମାଧାନ ବାବଦରେ ଆଲୋଚନା ଓ ଜନସଚେତନତା ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିବା ଉଚିତ୍ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ,(ସାଧାରଣ ଓ ରାଜସ୍ବ ) ଉପଜିଲ୍ଲାପାଳ,ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ବରିଷ୍ଠ ଅଧିବକ୍ତା କୁଞ୍ଜବିହାରୀ ଦାଶ, ରମେଶ ଚନ୍ଦ୍ର ସାହୁ, Y.ପ୍ରଭାକର ପାତ୍ର, ଦେବଦାସ ମହାଙ୍କୁଡ, ବାଙ୍କୀ ବିହାରୀ ବିଷୋୟୀ, ଶ୍ରୀ କାନ୍ତ ପଣ୍ଡା, ଏ.ସୁରେଶ ଶାସ୍ତ୍ରୀ, ଅନନ୍ତ ପଣ୍ଡା, ଶୁଭମ ଚୌଧୁରୀ, ସୋରଜ ବେହେରା ,ସ୍ୱର୍ଣ୍ଣଲତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ପରିଷଦ ମୁଖ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ର ଆୟୋଜନ ଜିଲ୍ଲା ଯୋଜନା ଓ ପର୍ଯବେକ୍ଷଣ କାର୍ଯାଳୟ ଯୋଜନା ଅଧିକାରୀ ଶ୍ରୀ ଐସଯୌ ଭଞ ଙ୍କ ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁରରେ କେରଳ ପବ୍ଲିକ ସ୍କୁଲର ୨୭-ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

masiha

ଧର୍ମଗଡ଼:କେନାଲ ରେ ପାଣି ଯୋଗାଇବା ସହ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ ଦାବୀ କଲା ବିଜୁ ଜନତା ଦଳ

Sunil Chandra Nayak

ଧର୍ମଗଡ ଠାରେ ୭୮ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!