ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଧ୍ୟାପିକା ଡ ପ୍ରଜ୍ଞା ପରମିତା ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା

ପ୍ରାଧ୍ୟାପିକା ଡ ପ୍ରଜ୍ଞା ପରମିତା ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା 

ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପିକା ଡ ପ୍ରଜ୍ଞା ପରମିତା ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସମ୍ପାଦିକା ମହାନ୍ତି ଙ୍କ ସଭାପିତ୍ବରେ ସହକାରୀ ପ୍ରାଧ୍ୟାପିକା ଡ. ପଣ୍ଡା ଙ୍କ ଉପଲକ୍ଷେ ଏକ ବିଦାୟକାଳୀନ ସଭା ର ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ ଆଇନଜୀବୀ ତଥା ମହାବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ପରିଚାଳନା କମିଟି ତଥା ସଭାପତି ଙ୍କ ତରଫରୁ ଉପସ୍ଥିତ ରହି ନିଜର ଏକ ଭାବବିହ୍ୱଳ ବକ୍ତବ୍ୟ ଉପ୍ଥାପନ କରିଥିଲେ। ଶ୍ରୀ ମହାପାତ୍ର ଏହା ଏକ ସାମାଜିକ ପରମ୍ପରା ଏବଂ ଜୀବନର ସୁଖ – ଦୁଃଖ ଅନୁଭୂତି ଭାବେ ବର୍ଣ୍ଣନା ସହିତ ତାଙ୍କର ଉନ୍ନତ୍ତି କାମନା କରିଥିଲେ। ଅଧ୍ୟକ୍ଷା ଡ. ମହାନ୍ତି ଜଣେ ନିତି ଦିନ ର ସାଥୀ ଏଵଂ ଜଣେ ଭଲ ସହକର୍ମୀ କୁ ଆମେ ବିଦାୟ ଦେଉଛୁ ଓ ତାଙ୍କ ଭବିଷ୍ୟତ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ବିଦାୟୀ ପ୍ରାଧ୍ୟାପିକା ଡ. ପଣ୍ଡା ମହାବିଦ୍ୟାଳୟରେ ବିତାଇଥିବା ଅନୁଭୂତି କୁ ବର୍ଣ୍ଣନା କରିଥିଲେ ।ସହକାରୀ ପ୍ରାଧ୍ୟାପକ ଡ. ତନ୍ମୟ ରାଜ୍ ପାଢ଼ୀ, ଡ. ଦିବ୍ୟେନ୍ଦୁ କୁମାର ପଣ୍ଡା ଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ଯକ୍ରମ କୁ ସଫଳ କରିବା ସହ ଡ. ଶ୍ରୀମତୀ ପଣ୍ଡା ଙ୍କୁ ଏକ ଆବେଗପୂର୍ଣ୍ଣ ମୁହୂର୍ତ୍ତ ରେ ବିଦାୟ ଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଷମକଟକ: ଚୋରା ମଦ କାରବାର ନେଇ ବସପା ର ବ୍ୟଙ୍ଗାତ୍ମକ ପ୍ରଦର୍ଶନ ‘ନିଖୋଜ’ ପୋଷ୍ଟର ଲଗାଇ ଅବକାରୀ ବିଭାଗ ବିରୁଦ୍ଧରେ ରାସ୍ତା କୁ ଓଲ୍ହାଇଲା ବହୁଜନ ସମାଜ ପାର୍ଟି 

Sunil Chandra Nayak

ବିଜୟ ସମାରୋହ ଉତ୍ସବ ପାଳନ କଳା ୟୁଜିଆଇଇ ପୁରାତନ ଛାତ୍ର ସଂଘ

masiha

ଓଡିଶା ଆଦିବାସୀ ଅଧିକାର ମଞ୍ଚ ତେନ୍ତୁଳିଖୁଣ୍ଟି ସାଙ୍ଗଠନିକ କମିଟି ତରଫରୁ ଜଙ୍ଗଲ ଅଧିକାର ଆଇନ ସଠିକ କାର୍ଯ୍ୟକାରୀ ପାଇଁ ଆଠ ଦଫା ଦାବିପତ୍ର 

Leave a Comment

error: Content is protected !!